ନନାଙ୍କ ନିଶା ଗଛ ଲଗାଇବା

ବାରିପଦା (ମାଣିକଲାଲ୍ ପାଣି):  ନାଁ- ସ୍ୱରୂପ କୁମାର ମିଶ୍ର। ପେସା- ଓକିଲାତି। ନିଶା- ଗଛ ଲଗାଇବା। ହିଁ, ଆପଣମାନେ ଠିକ୍ ପଢ଼ିଲେ। ଗଛ ଲଗାଇବା ହେଉଛି ତାଙ୍କର ନିଶା। ବହୁତ ଲୋକ ବୃକ୍ଷଲତା ଓ ସବୁଜ ପରିବେଶକୁ ଭଲ ପା’ନ୍ତି, କିନ୍ତୁ ଗଛଟିଏ ଲଗାନ୍ତି ନାହିଁ। ହେଲେ ସ୍ୱରୂପ କୁମାର ମିଶ୍ର ଗଛଲତାକୁ ଭଲ ପା’ନ୍ତି ଓ ଏଗୁଡ଼ିକୁ ଲଗାଇବା ତାଙ୍କର ନିଶା। ଯଦି ଆପଣ କେବେ ବାରିପଦା ଆସିବେ, ତା’ହେଲେ ସକାଳୁ ସକାଳୁ ସହରର ମୁଖ୍ୟ […]

baripada

baripada

Jyoshna Pradhan
  • Published: Tuesday, 29 October 2019
  • Updated: 29 October 2019, 03:21 PM IST

Sports

Latest News

ବାରିପଦା (ମାଣିକଲାଲ୍ ପାଣି):  ନାଁ- ସ୍ୱରୂପ କୁମାର ମିଶ୍ର। ପେସା- ଓକିଲାତି। ନିଶା- ଗଛ ଲଗାଇବା। ହିଁ, ଆପଣମାନେ ଠିକ୍ ପଢ଼ିଲେ। ଗଛ ଲଗାଇବା ହେଉଛି ତାଙ୍କର ନିଶା। ବହୁତ ଲୋକ ବୃକ୍ଷଲତା ଓ ସବୁଜ ପରିବେଶକୁ ଭଲ ପା’ନ୍ତି, କିନ୍ତୁ ଗଛଟିଏ ଲଗାନ୍ତି ନାହିଁ। ହେଲେ ସ୍ୱରୂପ କୁମାର ମିଶ୍ର ଗଛଲତାକୁ ଭଲ ପା’ନ୍ତି ଓ ଏଗୁଡ଼ିକୁ ଲଗାଇବା ତାଙ୍କର ନିଶା।

ଯଦି ଆପଣ କେବେ ବାରିପଦା ଆସିବେ, ତା’ହେଲେ ସକାଳୁ ସକାଳୁ ସହରର ମୁଖ୍ୟ ରାସ୍ତାରେ ତାଙ୍କୁ ଦେଖିବାକୁ ପାଇବେ। କାରଣ ସବୁଦିନେ ସକାଳେ ସେ ସହରର ମୁଖ୍ୟ ରାସ୍ତାକୁ ଚାଲିଆସନ୍ତି। ମୁଖ୍ୟ ରାସ୍ତା କଡ଼ରେ କେଉଁଠି ଗଛଗୁଡ଼ିକୁ ସାଇଜ୍ କରନ୍ତି ତ ଆଉ କେବେ କେବେ ନୂଆ ଗଛ ଲଗାନ୍ତି।

ସ୍ୱରୂପ କୁମାର ମିଶ୍ରଙ୍କୁ ଏଠାରେ ସମସ୍ତେ ଆଦରରେ ‘ସ୍ୱରୂପ ନନା’ ବୋଲି ଡାକନ୍ତି। ସେ ବାରିପଦା କୋର୍ଟରେ ଓକିଲାତି କରନ୍ତି। ଆଉ କାମରୁ ଫୁରସତ୍ ପାଇଲେ ଗଛ ଲଗାଇବା ଓ ଗଛମାନଙ୍କ ଯତ୍ନ ନେବା କାମରେ ଲାଗିପଡ଼ନ୍ତି। ତେବେ ତାଙ୍କର ଏହି ଗଛ ଲଗାଇବା ନିଶା ଆଜିର ନୁହେଁ। ଛୋଟ ବେଳୁ ସେ ଗଛ ଲଗାଇବାକୁ ଭଲ ପାଉଥିଲେ। ଯେଉଁଠି ଖାଲି ଜାଗା ଦେଖନ୍ତି ସେଠି ଗଛ ଲଗାନ୍ତି। ସେ ନିଜ ହାତରୁ ପଇସା ଖର୍ଚ୍ଚ କରି ବି ଗଛ ଲଗାନ୍ତି। ସେ ଲଗାଇ ଥିବା କିଛି ଗଛ ଏବେ ବଡ଼ ବଡ଼ ଦ୍ରୁମରେ ପରିଣତ ହୋଇସାରିଲାଣି।

ଗଛ ଲଗାଇବା ପଛରେ ତାଙ୍କର ଉଦ୍ଦେଶ୍ୟ ପୂରା ସ୍ପଷ୍ଟ। ଗଛ ଲଗାଇଲେ ସହର ସବୁଜ ସୁନ୍ଦର ଦେଖାଯିବ। ବାୟୁମଣ୍ଡଳ ଭଲ ରହିବ। ଲୋକେ ଅମ୍ଳଜାନ ପାଇବେ। ଆଗାମୀ ପିଢ଼ି ମଧ୍ୟ ଏଥିରୁ ଉପକୃତ ହେବେ।

ଏନେଇ ସ୍ୱରୂପ କୁମାର ମିଶ୍ର କହିଛନ୍ତି, “ଛୋଟ ବେଳୁ ବାପାଙ୍କ ସହ ମିଶି ଘର ବଗିଚାରେ କାମ କରିବାର ଅଭ୍ୟାସ ଥିଲା। ପରବର୍ତ୍ତୀ ସମୟରେ ଗଛ ଲଗାଇବା ମୋର ନିଶାରେ ପରିଣତ ହୋଇଗଲା। ମୁଁ ପାଠ ପଢ଼ିଥିବା ଲ’ କଲେଜରେ ପରିସରରେ ବି ଗଛ ଲଗାଇଥିଲି। ଏବେ ସେହି ଗଛ ଗୁଡ଼ିକ ବଡ଼ ବଡ଼ ହୋଇଗଲାଣି। ସେହି ଗଛ ଚାରିପଟେ ପିଣ୍ଡି ତିଆରି ହୋଇଛି। ପିଲାମାନେ ସେଠାରେ ବସୁଛନ୍ତି। ଏହା ଦେଖିଲେ ଭାରି ଖୁସି ଲାଗୁଛି।”

ସେ ଆହୁରି କହିଛନ୍ତି, “ସହର ନିକଟରେ ଥିବା ସରାଳୀ ନଦୀ ପଠାରେ ଏକ ନିମ୍ୱ ବଗିଚା ସୃଷ୍ଟି କରିଛି। ଆମ କଚେରୀରେ କିଛି ବଉଳ ଗଛ ଲଗାଇଛି। ସେଗୁଡ଼ିକ ବଡ଼ ହୋଇ ସାରିଲାଣି। ଏବେ ଲୋକେ କଚେରୀକୁ ଆସିଲେ ସେହି ଗଛ ମୂଳେ ଶାନ୍ତିରେ ବସୁଛନ୍ତି। ସହରର ରାସ୍ତା ମଝିରେ ଥିବା ଡିଭାଇଡରରେ ଜାଗା ଖାଲି ପଡ଼ିଥିଲା। ତେଣୁ ସେଠାରେ ଡେକୋରେଟ୍‌ ଗଛ ଲଗାଇଛି। ଲୋକେ ସକାଳ ପାଇଲେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ମୁଁ ମୋର ଶ୍ରମକୁ ଗଛ ଲଗାଇବା ମାଧ୍ୟମରେ ଖର୍ଚ୍ଚ କରେ। ସବୁଜିମା ଦେଖିଲେ ମନ ଯେପରି ପୂରି ଉଠେ, ସେହି ଆନନ୍ଦ ମୋତେ ଆଉ କେଉଁଠାରୁ ମିଳେ ନାହିଁ।”

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ କେବଳ ନିଜ ସ୍ୱାର୍ଥ ପଛରେ ଦୌଡ଼ୁଥିବା ବେଳେ ସ୍ୱରୂପ ନନା ହେଉଛନ୍ତି ସେହିମାନଙ୍କ ମଧ୍ୟରୁ ଜଣେ ଯିଏ ସମାଜ, ଏ ପୃଥିବୀ ତଥା ଆଗାମୀ ପିଢ଼ି ପାଇଁ ଚିନ୍ତା କରୁଛନ୍ତି ଏବଂ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ସେହି ବାର୍ତ୍ତା ଦେଉଛନ୍ତି। ତାଙ୍କରି ଉଦ୍ୟମରେ ଆଜି ବାରିପଦା ସହରର ବିଭିନ୍ନ ସ୍ଥାନ ଓ ରାସ୍ତା କଡ଼ ସବୁଜମୟ ହୋଇଛି। ତାଙ୍କର ଏହି ଅମୂଲ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story