ଜୋତା ପଲିସ୍ କରି ମାସକୁ ରୋଜଗାର ୧୮ ଲକ୍ଷ!

ୱାଶିଂଟନ: ୧୮,୦୦୦ କହିଥିଲେ ବିଶ୍ୱାସ ହୋଇଥାଆନ୍ତା! କିନ୍ତୁ ୧୮ ଲକ୍ଷ! ଆଖି ପାଉନି! ବିଶ୍ୱାସ କରିବାକୁ କଷ୍ଟ ହେଉଛି। ତଥାପି ଆମେରିକାର ମନହଟ୍ଟନ ସହରର ଜଣେ ଯୁବକ କରିଛନ୍ତି ଏହି ଦାବି। ଜୋତା ପଲିସ୍ କରି ସେ ମାସକୁ ରୋଜଗାର କରୁଛନ୍ତି ୧୮ ଲକ୍ଷ ଟଙ୍କା। ତାଙ୍କ ନାଁ ଡନ୍ ୱାର୍ଡ। ସେ ସବୁଦିନ ତାଙ୍କ ଦୋକାନ ଦେଇ ଯାଉଥିବା ଲୋକଙ୍କ ଜୋତା ଆଡ଼କୁ ଇସାର କରି ସେମାନଙ୍କୁ ଲଜ୍ଜିତ କରେ ଓ ସେମାନେ ଜୋତା ସଫା […]

polish

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 09:33 AM IST

ୱାଶିଂଟନ: ୧୮,୦୦୦ କହିଥିଲେ ବିଶ୍ୱାସ ହୋଇଥାଆନ୍ତା! କିନ୍ତୁ ୧୮ ଲକ୍ଷ! ଆଖି ପାଉନି! ବିଶ୍ୱାସ କରିବାକୁ କଷ୍ଟ ହେଉଛି। ତଥାପି ଆମେରିକାର ମନହଟ୍ଟନ ସହରର ଜଣେ ଯୁବକ କରିଛନ୍ତି ଏହି ଦାବି। ଜୋତା ପଲିସ୍ କରି ସେ ମାସକୁ ରୋଜଗାର କରୁଛନ୍ତି ୧୮ ଲକ୍ଷ ଟଙ୍କା। ତାଙ୍କ ନାଁ ଡନ୍ ୱାର୍ଡ।

ସେ ସବୁଦିନ ତାଙ୍କ ଦୋକାନ ଦେଇ ଯାଉଥିବା ଲୋକଙ୍କ ଜୋତା ଆଡ଼କୁ ଇସାର କରି ସେମାନଙ୍କୁ ଲଜ୍ଜିତ କରେ ଓ ସେମାନେ ଜୋତା ସଫା କରିବା ପାଇଁ ତାଙ୍କ ପାଖକୁ ଚାଲି ଆସନ୍ତି।

ନ୍ୟୁୟର୍କ ପୋଷ୍ଟ୍ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି,“ମାଛ ଧରିବା ପାଇଁ ଆପଣ କ’ଣ କରିବେ? ଚାରା ତ ଦେବାକୁ ପଡ଼ିବ। ମୁଁ ମୋ ଦୋକାନ ଦେଇ ଯିବା ଆସିବା କରୁଥିବା ଲୋକଙ୍କ ସହି ମଜା କରେ। ସେମାନଙ୍କ ସହିତ ହସେ। ସେମାନଙ୍କୁ ଜୋତା ସଫା କରାଇବାକୁ ପ୍ରେରିତ କରେ।”

ଏଭଳି ଭାବେ ସେ ଦୈନିକ ୯୦୦ ଡଲାର ରୋଜଗାର କରନ୍ତି। ଭାରତୀୟ ମୁଦ୍ରାରେ ୬୦,୦୦୦ ଟଙ୍କା।

ସେ ପୂର୍ବରୁ ଏକ ଫଟୋ ଲାବ୍‌ରେ କାମ କରୁଥିଲେ। କିନ୍ତୁ ଭଲ ପଇସା ନ ମିଳିବାରୁ ଛାଡ଼ି ଦେଲେ ଓ ଜୋତା ପଲିସ୍‌ରେ ଲାଗି ପଡ଼ିଲେ। ନିଜର ଆତ୍ମନିର୍ଭରଶୀଳତା ଓ ସ୍ୱାଧୀନତାକୁ ନେଇ ସେ ଖୁବ୍ ଖୁସିରେ ଅଛନ୍ତି।

Related story