ଆତ୍ମଘୋଷିତ ଆଶ୍ଚର୍ଯ୍ୟ ଦେଶ: ଯେଉଁଠି ଲୋକସଂଖ୍ୟା ମାତ୍ର ୩୩

ବିଶ୍ୱର ଛୋଟ ଦେଶ କହିଲେ ଭାଟିକାନ ସିଟିକୁ ଆମେ ଜାଣିଥାଉ। କିନ୍ତୁ ଭାଟିକାନ ସିଟି ଠାରୁ ମଧ୍ୟ ଆହୁରି ଏକ ଛୋଟ ଦେଶ ରହିଛି। ଏହାର ଜନସଂଖ୍ୟା ଭାରତର ଏକ ଯୌଥ ପରିବାରର ସଦସ୍ୟଙ୍କ ଠାରୁ ମଧ୍ୟ କମ୍ ହେବ। ଏହି ଦେଶର ଲୋକ ଓ ପାଳିତ ପଶୁଙ୍କ ମୋଟ ସଂଖ୍ୟା ମାତ୍ର ୩୩। ଆମେରିକାର ନେବାଡା ଅଞ୍ଚଳରେ ଗଢି ଉଠିଥିବା ଏହି ଛୋଟ ଦେଶର ନାମ ହେଉଛି ମୋଲୋସିଆ। ମୋଲୋସିଆ ପଛର ରହସ୍ୟ: କେଭିନ୍‌ ବଗଙ୍କ […]

molossia 3

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 09:56 PM IST

ବିଶ୍ୱର ଛୋଟ ଦେଶ କହିଲେ ଭାଟିକାନ ସିଟିକୁ ଆମେ ଜାଣିଥାଉ। କିନ୍ତୁ ଭାଟିକାନ ସିଟି ଠାରୁ ମଧ୍ୟ ଆହୁରି ଏକ ଛୋଟ ଦେଶ ରହିଛି। ଏହାର ଜନସଂଖ୍ୟା ଭାରତର ଏକ ଯୌଥ ପରିବାରର ସଦସ୍ୟଙ୍କ ଠାରୁ ମଧ୍ୟ କମ୍ ହେବ। ଏହି ଦେଶର ଲୋକ ଓ ପାଳିତ ପଶୁଙ୍କ ମୋଟ ସଂଖ୍ୟା ମାତ୍ର ୩୩। ଆମେରିକାର ନେବାଡା ଅଞ୍ଚଳରେ ଗଢି ଉଠିଥିବା ଏହି ଛୋଟ ଦେଶର ନାମ ହେଉଛି ମୋଲୋସିଆ।

ମୋଲୋସିଆ ପଛର ରହସ୍ୟ: କେଭିନ୍‌ ବଗଙ୍କ ହାତରେ ରହିଛି ମୋଲୋସିଆର ଶାସନଭାର। ୧୯୭୭ରେ ଗଢି ଉଠିଥିବା ଏହି ଛୋଟିଆ ଦେଶ ଗଠନ ପଛରେ ରହିଛି ଏକ ସୁନ୍ଦର କାହାଣୀ। ୧୯୭୭ ମସିହାରେ ହାଇସ୍କୁଲର ଛାତ୍ର ଥିବା ବେଳେ କେଭିନ ଓ ତାଙ୍କ ସାଥୀ ସ୍ପାଇଲମ୍ୟାନ ଏହି ସ୍ଥାନକୁ ଆସିଥିଲେ। ଦୁଇଜଣ କିଛି ଦିନ ଏଠାରେ ରହିବା ପରେ  ସ୍ପାଇଲମ୍ୟାନ ନିଜକୁ ରାଜା ଓ କେଭିନ୍‌ଙ୍କୁ ପ୍ରଧାନମନ୍ତ୍ରୀ କରି ରାଜକୀୟ ଠାଣିରେ ଶାସନ କଲେ। ସମୟ ବିତିବା ସଙ୍ଗେ ସଙ୍ଗେ ସ୍ପାଇଲମ୍ୟାନ ତାଙ୍କ ପତ୍ନୀଙ୍କୁ ଧରି ମୋଲୋସିଆ ଛାଡି ଦେଇଥିଲେ । ସ୍ପାଇଲମ୍ୟାନ ଯିବା ପରେ କେଭିନ ନିଜକୁ ରିପବ୍ଲିକ୍‌ ଅଫ ମୋଲୋସିଆର ରାଷ୍ଟ୍ରପତି ଘୋଷିତ କରିଥିଲେ।

ପ୍ରାୟ ୫ ଏକର ଜମିରେ ଗଢି ଉଠିଛି ମୋଲୋସିଆ ଦେଶ। ଏଥିମଧ୍ୟରୁ ୧.୩ ଏକର ଜମିରେ କେଭିନ ପତ୍ନୀ ଓ ୭ ପିଲାଙ୍କ ସହ ବାସ କରୁଛନ୍ତି। ଏପରିକି ତାଙ୍କ ବନ୍ଧୁବାନ୍ଧବ ଓ ପାଳିତ ପଶୁଙ୍କୁ ମୋଲୋସିଆର ନାଗରିକତା ମିଳିଛି। ଗତବର୍ଷ ମୋଲୋସିଆକୁ ବୁଲିବା ପାଇଁ ପ୍ରାୟ ୧୦୧ ପର୍ଯ୍ୟଟକ ଆସିଥିଲେ। ମୋଲୋସିଆର ବାଲୋରା ନାମକ ନିଜସ୍ୱ କରେନ୍ସି ରହିଛି । କରେନ୍ସି ବଦଳାଇ‍ବା ପାଇଁ ମୋଲୋସିଆର ନିଜସ୍ୱ ବ୍ୟାଙ୍କ ରହିଛି। କାରଣ ଏହି ଦେଶରେ ଡଲାରର ପ୍ରଚଳନ ହୁଏ ନାହିଁ। ଏପରିକି ଏଠାରେ ଏକ ପୋଷ୍ଟ ଅଫିସ ରହିଛି, ଯେଉଁଠାରେ ମୋଲୋସିଆର ପୋଷ୍ଟାଲ ଷ୍ଟାମ୍ପ ମିଳେ। ତା ସହିତ ମୋଲୋସିଆର ନିଜର ମଧ୍ୟ ଜାତୀୟପତାକା ରହିଛି।

ଏଯାବତ୍‌ ମୋଲୋସିଆକୁ ଏକ ଦେଶ ବୋଲି ମାନ୍ୟତା ମିଳିନାହିଁ। ଆମେରିକା ଅନୁଯାୟୀ ଏଭଳି କୌଣସି ଦେଶ ନାହିଁ, ଏହା ଏକ ଆର୍ଟ ପ୍ରୋଜେକ୍ଟ । ଯାହାକୁ ଗୋଟିଏ ପରିବାର ନିୟନ୍ତ୍ରଣ କରୁଛି। କିନ୍ତୁ କେଭିନ ଆମେରିକାର ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି।  ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କେଭିନଙ୍କ ପରିବାର ଆମେରିକାର ସମସ୍ତ ନିର୍ବାଚନରେ ଭାଗ ନେଇଥାନ୍ତି।

Related story