ଜେଏନୟୁରେ ୫ ବର୍ଷ ସିକ୍ୟୁରିଟି ଗାର୍ଡ ରହିବା ପରେ, ଏବେ ସେଠାରେ ପଢ଼ିବେ ପାଠ

ନୂଆଦିଲ୍ଲୀ: ଚେଷ୍ଟା, ନିଷ୍ଠା, କର୍ତ୍ତବ୍ୟ, ଅଧ୍ୟବସାୟ। ଏହି ୪ଟି ଶବ୍ଦରେ ରହିଛି ବହୁତ ଦମ୍‌। ଏହାକୁ ଆଧାର କରି ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆଜି ଏପରି ଏକ ଉଦାହାରଣ ଆପଣଙ୍କୁ ଦେବୁ। ଜବାହାରଲାଲ ନେହରୁ ୟୁନିଭର୍ସିଟି (ଜେଏନୟୁ) ଦେଶର ସବୁଠୁ ପ୍ରତିଷ୍ଠିତ ୟୁନିଭର୍ସିଟି। ଏଠାରେ ପଢ଼ିବା ସବୁ ଛାତ୍ରଛାତ୍ରୀଙ୍କ ଭାଗ୍ୟରେ ଜୁଟେ ନାହିଁ। ଏପରି କ୍ଷେତ୍ରରେ ଜେଏନୟୁରେ ୫ ବର୍ଷ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିବା […]

ramjal-1..

Niharika Rout
  • Published: Monday, 15 July 2019
  • , Updated: 15 July 2019, 02:41 PM IST

ନୂଆଦିଲ୍ଲୀ: ଚେଷ୍ଟା, ନିଷ୍ଠା, କର୍ତ୍ତବ୍ୟ, ଅଧ୍ୟବସାୟ। ଏହି ୪ଟି ଶବ୍ଦରେ ରହିଛି ବହୁତ ଦମ୍‌। ଏହାକୁ ଆଧାର କରି ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆଜି ଏପରି ଏକ ଉଦାହାରଣ ଆପଣଙ୍କୁ ଦେବୁ।

ଜବାହାରଲାଲ ନେହରୁ ୟୁନିଭର୍ସିଟି (ଜେଏନୟୁ) ଦେଶର ସବୁଠୁ ପ୍ରତିଷ୍ଠିତ ୟୁନିଭର୍ସିଟି। ଏଠାରେ ପଢ଼ିବା ସବୁ ଛାତ୍ରଛାତ୍ରୀଙ୍କ ଭାଗ୍ୟରେ ଜୁଟେ ନାହିଁ। ଏପରି କ୍ଷେତ୍ରରେ ଜେଏନୟୁରେ ୫ ବର୍ଷ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିବା ରାମଜଳ ମିଣା ହେଉଛନ୍ତି ବ୍ୟତିକ୍ରମ। ଯେଉଁଠି ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇ ମଧ୍ୟ ଏଠାରେ ପାଠ ପଢ଼ିବା ସମ୍ଭବ ହୋଇ ପାରେ ନାହିଁ, ସେପରି କ୍ଷେତ୍ରରେ ନିଜ ଚେଷ୍ଟାରେ ୩୫ ବର୍ଷୀୟ ରାମଜଳ ଜେଏନୟୁର ଏଣ୍ଟ୍ରାନ୍ସ ଟେଷ୍ଟ ପାସ୍‌ କରି ଯାଇଛନ୍ତି। ଦୀର୍ଘ ୫ ବର୍ଷ ଧରି ଯେଉଁ ୟୁନିଭର୍ସିଟିର କ୍ଲାସରୁମ୍‌ , ଲାଇବ୍ରେରି ଆଗରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ, ଏବେ ସେହି କ୍ଲାସ ଭିତରେ ବସି ପାଠ ପଢ଼ିବେ।

୧୬ ‍ବର୍ଷ ପୂର୍ବେ ରାମଜଳଙ୍କ ବିବାହ ହୋଇଯାଇଥିଲା ଓ କମ୍‌ ବୟସରେ ପରିବାର ଚଳାଇବାର ବୋଝ ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ କର୍ମ ସଂସ୍ଥାନ ଅନ୍ୱେଷଣରେ ସେ ଆସି ଏଠାରେ ପହଞ୍ଚିଥିଲେ। ହେଲେ ପାଠ ପଢ଼ିବା ଲାଗି ତାଙ୍କ ମଧ୍ୟରେ ଥିବା ପ୍ରବଳ ଇଚ୍ଛା ଅବଦମିତ ହୋଇଥିଲା।

ରାମଜଳ ମିଣାଙ୍କ କାହାଣୀକୁ ତାରା ଶଙ୍କର ନାମକ ଜଣେ ଜେଏନୟୁ କର୍ମଚାରୀ ନିଜ ଫେସବୁକ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ରାମଜଳ ରାଜସ୍ଥାନର ଅନୁନ୍ନତ ଜିଲା କରୌଲିରୁ ଆସିଛନ୍ତି।
୮-୧୦ ଘଣ୍ଟାର ଖଟଣି ପରେ ପୁଣି ପାଠ ପଢ଼ିବାକୁ ସାଧାରଣରେ କେହି ଇଚ୍ଛା କରି ନ ଥାନ୍ତି। ହେଲେ ଯେତେ ବାଧାବିଘ୍ନ ଆସିଲେ ବି ରାମଜଳ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ନିଜ ଡ୍ୟୁଟି ସମୟରେ ସେ ପାଖରେ କିଛି ବହି ରଖିଥାନ୍ତି । ଆଉ ସମୟ ପାଇଲେ ପଢ଼ିବାରେ ଲାଗିଯାଆନ୍ତି। ଏହା ଦେଖି କଲେଜର କେତେକ ଛାତ୍ର ଓ କର୍ମଚାରୀ ତାଙ୍କୁ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିବାକୁ ଲାଗିଲେ। ସେବେଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ରାମଜଳ।

ଏବେ ପର୍ଯ୍ୟନ୍ତ କ୍ଲାସରୁମ ବାହାରେ ଛିଡ଼ା ହେଉଥିବା ରାମଜଳ ଏବେ ସେହି କ୍ଲାସ ଭିତରେ ବସିବାକୁ ସୁଯୋଗ ପାଇବେ। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପରିବାର ତଥା ଶୁଭେଚ୍ଛୁ ମହଲରେ ଆନନ୍ଦ ଖେଳି ଯାଇଛି।

Related story