ଏମିତି ଜେଲ୍‌ ଯେଉଁଠାକୁ ଯିବାକୁ ଇଚ୍ଛା ହେବ!

ନୂଆଦିଲ୍ଲୀ: ସାଧାରଣତଃ ଜେଲ୍‌ ନାଁ ଶୁଣିଲେ କେବଳ ଅପରାଧୀ ନୁହଁନ୍ତି, ସାଧାରଣ ଲୋକଙ୍କ ମନରେ ଛନକା ପଶିଯାଏ। କିନ୍ତୁ ଆଜି ଆମେ ଏପରି ଏକ ଜେଲ୍ ସମ୍ପର୍କରେ କହିବୁ ଯାହା ବିଷୟରେ ଶୁଣିଲା ପରେ ଆପଣଙ୍କୁ ବି ସେଠାକୁ ଯିବାକୁ ଇଚ୍ଛା ହେବ! କାରଣ ଏ ଜେଲ୍‌ରେ ପଞ୍ଚ ତାରକା (ଫାଇଭ୍ ଷ୍ଟାର) ହୋଟେଲ୍‌ ଭଳି ସମସ୍ତ ସୁବିଧା ଉପଲବ୍ଧ। ଅଷ୍ଟ୍ରିଆରେ ରହିଛି ଏହି ଜେଲ୍। ଏହାର ନାମ ‘ଜଷ୍ଟିସ୍‌ ସେଣ୍ଟର ଲିୟୋବେନ୍’। ଏବେ ଏହି ଜେଲ୍‌ରେ […]

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 10:00 AM IST

ନୂଆଦିଲ୍ଲୀ: ସାଧାରଣତଃ ଜେଲ୍‌ ନାଁ ଶୁଣିଲେ କେବଳ ଅପରାଧୀ ନୁହଁନ୍ତି, ସାଧାରଣ ଲୋକଙ୍କ ମନରେ ଛନକା ପଶିଯାଏ। କିନ୍ତୁ ଆଜି ଆମେ ଏପରି ଏକ ଜେଲ୍ ସମ୍ପର୍କରେ କହିବୁ ଯାହା ବିଷୟରେ ଶୁଣିଲା ପରେ ଆପଣଙ୍କୁ ବି ସେଠାକୁ ଯିବାକୁ ଇଚ୍ଛା ହେବ! କାରଣ ଏ ଜେଲ୍‌ରେ ପଞ୍ଚ ତାରକା (ଫାଇଭ୍ ଷ୍ଟାର) ହୋଟେଲ୍‌ ଭଳି ସମସ୍ତ ସୁବିଧା ଉପଲବ୍ଧ। ଅଷ୍ଟ୍ରିଆରେ ରହିଛି ଏହି ଜେଲ୍। ଏହାର ନାମ ‘ଜଷ୍ଟିସ୍‌ ସେଣ୍ଟର ଲିୟୋବେନ୍’। ଏବେ ଏହି ଜେଲ୍‌ରେ ୨୦୫ କଏଦୀ ବିଳାସମୟ ଜୀବନ ବିତାଉଛନ୍ତି।

ଏହି ପଞ୍ଚ ତରକା ଜେଲ୍‌ରେ କ’ଣ ସବୁ ସୁବିଧା ରହିଛି?

୧- ପ୍ରସିଦ୍ଧ ସ୍ଥାପତ୍ୟଶିଳ୍ପୀ ଜୋସେଫ୍ ହୋହାସିନ୍‌ଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପଞ୍ଚ ତାରକା ଜେଲ୍‌ ଅଷ୍ଟ୍ରିଆର ପାହାଡ଼ିଆ ଅଞ୍ଚଳ ଲିୟୋବେନ୍‌ରେ ରହିଛି। ଏହି ଜେଲ୍‌ର ଅଧା ଅଂଶରେ କୋର୍ଟ ମଧ୍ୟ ରହିଛି।

୨- ଏହି ଜେଲ୍‌ରେ ୨୦୫ ଜଣ କଏଦୀ ରହିବା ପାଇଁ ସୁବିଧା ରହିଛି।  ଏଠାରେ ରହୁଥିବା କଏଦୀମାନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ଦିଆଯାଉଛି। ଯେଉଁଥିରେ ରହିଛି ସ୍ପା, ଜିମ୍‌ ଓ ଇଣ୍ଡୋର ଗେମ୍ ଭଳି ସୁବିଧା।

୩- ଏହି ଜେଲ୍‌ରେ ୧୩ ଜଣ କଏଦୀ ଏକାଠି ରହିପାରନ୍ତି। ଏହାସହିତ ସେମାନେ ପରସ୍ପର ମଧ୍ୟରେ କଠୋରୀକୁ ସେୟାର ମଧ୍ୟ କରିପାରନ୍ତି।

୪- ଜେଲ୍‌ର ସମସ୍ତ କୋଠରୀଗୁଡ଼ିକ ବିଳାସପୂର୍ଣ୍ଣ ହୋଇଛି। ସବୁ କଠୋରୀରେ ବାଥ୍‌ରୁମ୍, ରୋଷେଇ ଘର ଓ ଲିଭିଂ ରୁମ୍‌ ରହିଛି।  ଲିଭିଂ ରୁମ୍‌ରେ ଟିଭି ଦେଖିବାର ସୁବିଧା ମଧ୍ୟ ଉପଲବ୍ଧ। ଏହା ବ୍ୟତୀତ ପ୍ରତି ରୁମ୍‌ରେ ବଡ଼ ବଡ଼ ଝରକା ଅଛି। ଝରକା ଦେଇ କଏଦୀମାନେ ବାହାରର ଦୃଶ୍ୟ ଉପଭୋଗ କରିପାରିବେ।

ସବୁ ଅପରାଧୀ ଏଠି ରହିପାରିବେ ନାହିଁ

କୁଖ୍ୟାତ ଅପରାଧୀମାନେ ଏହି ଜେଲ୍‌ରେ ରହି ପାରିବେ ନାହିଁ। ସାଧାରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ଏଠାରେ ରହି ସଜ୍ଜା କାଟୁଛନ୍ତି।

ଜେଲ୍‌ରେ କାହିଁକି କରାଯାଇଛି ଏତେ ସୁବିଧା?

ଏହି ଜେଲ୍‌କୁ ବିଳାସପୂର୍ଣ୍ଣ କରିବା ପଛରେ ଉଦ୍ଦେଶ୍ୟ ଥିଲା ଛୋଟ ଛୋଟ ଅପରାଧ କରି ସଜ୍ଜା କାଟୁଥିବା କଏଦୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇଦେବା। ଫଳରେ କଏଦୀମାନେ ନିଜ ଅପରାଧ ସମ୍ପର୍କରେ ଚିନ୍ତା କରିବା ସହ ଜେଲରୁ ବାହାରିବା ପରେ ଅପରାଧଠାରୁ ଦୂରେଇ ସାଧାରଣ ଜୀବନଯାପନ କରିବେ।

Related story