ଦେଶକୁ ଜାଳୁଛି ତରଳ ନିଆଁ, ଏସିଡ୍ ଆକ୍ରମଣରେ ଭାରତ ବିଶ୍ୱର ୧ ନମ୍ବର

ନୂଆଦିଲ୍ଲୀ: ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସବୁ ଧର୍ମ ଓ ସବୁ ବର୍ଗକୁ ସମାନ ଅଧିକାର ଦିଆଯାଏ। ଯେଉଁଠି ଜନ୍ମ ନେଇ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦ ଭଳି ମହାପୁରୁଷ ସାରା ବିଶ୍ୱ ପାଇଁ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି। ଯେଉଁଠି ନାରୀମାନଙ୍କୁ ଦେବୀ ରୂପରେ ସମ୍ମାନ ଦିଆଯାଇଥାଏ। ହେଲେ ଏବେ ଆମ ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କଥା କଥାକେ […]

acd atck

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 11:01 PM IST

ନୂଆଦିଲ୍ଲୀ: ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସବୁ ଧର୍ମ ଓ ସବୁ ବର୍ଗକୁ ସମାନ ଅଧିକାର ଦିଆଯାଏ। ଯେଉଁଠି ଜନ୍ମ ନେଇ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦ ଭଳି ମହାପୁରୁଷ ସାରା ବିଶ୍ୱ ପାଇଁ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି। ଯେଉଁଠି ନାରୀମାନଙ୍କୁ ଦେବୀ ରୂପରେ ସମ୍ମାନ ଦିଆଯାଇଥାଏ। ହେଲେ ଏବେ ଆମ ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କଥା କଥାକେ ମଣିଷ ହୋଇ ପଡୁଛି ହିଂସ୍ର। ଆଉ କଲବଲ କରି ମାରିବାକୁ ଫୋପାଡ଼ି ଦେଉଛି ତରଳ ନିଆଁ ବା ଏସିଡ୍।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏସିଡ୍ ମାଡ ଘଟଣାରେ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି।

ରିପୋର୍ଟ ଅନୁଯାୟୀ ୨୦୧୦ରେ୨୭ଜଣ ଏସିଡ୍ ମାଡରେ ଶିକାର ହୋଇଥିବା ବେଳେ ୨୦୧୧ ରେ ୮୩ଜଣ ଓ ୨୦୧୫ ରେ ୩୪୯ଜଣ ଏସିଡ୍ ମାଡର ଶୀକାର ହୋଇଛନ୍ତି। ହେଲେ ଏଭଳି ଅପରାଧରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳି ପାରୁନାହିଁ।

ସବୁଠୁ ଚିନ୍ତାର କଥା ହେଲା, ଏସିଡ୍ ମାଡରେ ଅଧିକ ଶୀକାର ହୋଇଛନ୍ତି ମହିଳା। ବିଶେଷ କରି ପ୍ରେମ ଓ ପ୍ରତାରଣା ମାମଲାରେ ମହିଳାଙ୍କ ଉପରେ ପୁରଷମାନେ ଏତେ ଭୟଙ୍କର ହୋଇପଡୁଛନ୍ତି ଯେ ଏସିଡ୍ ମାଡ଼ ଭଳି ବର୍ବର ଓ ଘୃଣ୍ୟ କାର୍ଯ୍ୟ କରିବାକୁ ବି ପଛଉ ନାହିଁ।

ଯେଉଁଠି କେଦାରଗୌରୀ ଓ ହୀର୍‌-ରାଞ୍ଝା ଭଳି ପ୍ରମୀ ଯୁଗଳ, ପ୍ରେମ ପାଇଁ ବଳିଦାନ ଦେଇ ସାରା ସମାଜକୁ ଏକ ଦିଗଦର୍ଶନ ଦେଇଛନ୍ତି। ସେହି ଦେଶରେ ଏବେ ପ୍ରେମରେ ପ୍ରତାରିତ ହେଉଥିବା ଲୋକଟି ଏସିଡ୍ ମାଡ଼ କରି ପ୍ରତିଶୋଧ ନେଉଥିବା  ଦେଖିବାକୁ ମିଳୁଛି।

ଭାରତରେ ଏସିଡ୍ ମାଡ ଘଟଣା ଧିରେ ଧିରେ ବଢିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି  ତ୍ରିକୋଣୀୟ ପ୍ରେମ କାହାଣୀ। କିଛି ସ୍ୱାର୍ଥପର ଯୁବକ ପ୍ରେମରେ ଅସଫଳ ହୋଇ ପ୍ରତିଶୋଧ ପରାୟଣ ହୋଇପଡୁଛନ୍ତି। ଯୁବତୀର ଚେହେରାକୁ ଏସିଡ୍ ଫିଙ୍ଗି ସବୁଦିନ ପାଇଁ ସେମାନଙ୍କୁ ବିକୃତ କରିଦେବାକୁ ଠିକ୍‌ ଭାବୁଛନ୍ତି।

ଏହାକୁ  ରୋକିବା ପାଇଁ ସୁପ୍ରିମକୋର୍ଟ ୨୦୧୩ରେ ଏସିଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ଏପର୍ଯ୍ୟନ୍ତ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ। ହେଲେ କିଛି କ୍ଷେତ୍ରରେ ଏସିଡ୍ କିଣା ଉପରେ କଟକଣା ଲଗାଯାଇଛି । ଏସିଡ୍ କିଣିବାର ୩ଦିନ ମଧ୍ୟରେ ପୋଲିସକୁ କୈଫିୟତ ଦେବାର ନିୟମ ରହିଛି। ଏହାକୁ ଅବମାନନା କଲେ ୫୦,୦୦୦ ଟଙ୍କାର ଜରିମାନା ଦେବାର ଦଣ୍ଡବିଧାନ ରହିଛି। କିନ୍ତୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉ ନ ଥିବାରୁ ଏସିଡ୍ ଆକ୍ରମଣ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି।

 

Related story