ଅଦରକାରୀ ଜିନିଷରେ ତିଆରି ନିଆରା ରେଷ୍ଟୁରାଣ୍ଟ୍‌

ଭୁବନେଶ୍ୱର (ତପସ୍ୱିନୀ ନାୟକ): ସାଧାରଣତଃ ନୀତିଦିନ ଜୀବନରେ ଯେଉଁ ଜିନିଷ ଆମର ବ୍ୟବହାର ଉପଯୋଗୀ ହୋଇ ନ ଥାଏ ତାକୁ ଆମେ ବାହାରେ ଫିଙ୍ଗି ଦେଇଥାଉ। ନୂଆ ଜିନିଷ ବ୍ୟବହାର କରିଥାଉ। କିନ୍ତୁ ଏହି ଫୋପାଡି ଦେଉଥିବା ଜିନିଷ ନୀତିଦିନ ଜୀବନରେ ବ୍ୟବହାର ଉପଯୋଗୀ ହୋଇଥାଏ ତାହା ଆମେ ଜାଣି ନ ଥାଉ। ଏହି ଅଦରକାରୀ ଜିନିଷ ଗୁଡ଼ିକକୁ ନେଇ ଝାଡ଼ଖଣ୍ଡର ତିନି ବନ୍ଧୁ  ବନାଇଛନ୍ତି ଏକ ରେଷ୍ଟୁରାଣ୍ଟ। ତାହାର ନାଁ ହେଉଛି ‘ଯୁଗାଡ ଜଙ୍କସନ୍‌’। ଭୁବନେଶ୍ୱର […]

jugdu1

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 07:14 PM IST

ଭୁବନେଶ୍ୱର (ତପସ୍ୱିନୀ ନାୟକ): ସାଧାରଣତଃ ନୀତିଦିନ ଜୀବନରେ ଯେଉଁ ଜିନିଷ ଆମର ବ୍ୟବହାର ଉପଯୋଗୀ ହୋଇ ନ ଥାଏ ତାକୁ ଆମେ ବାହାରେ ଫିଙ୍ଗି ଦେଇଥାଉ। ନୂଆ ଜିନିଷ ବ୍ୟବହାର କରିଥାଉ। କିନ୍ତୁ ଏହି ଫୋପାଡି ଦେଉଥିବା ଜିନିଷ ନୀତିଦିନ ଜୀବନରେ ବ୍ୟବହାର ଉପଯୋଗୀ ହୋଇଥାଏ ତାହା ଆମେ ଜାଣି ନ ଥାଉ। ଏହି ଅଦରକାରୀ ଜିନିଷ ଗୁଡ଼ିକକୁ ନେଇ ଝାଡ଼ଖଣ୍ଡର ତିନି ବନ୍ଧୁ  ବନାଇଛନ୍ତି ଏକ ରେଷ୍ଟୁରାଣ୍ଟ। ତାହାର ନାଁ ହେଉଛି ‘ଯୁଗାଡ ଜଙ୍କସନ୍‌’। ଭୁବନେଶ୍ୱର ସ୍ଥିତ କିଟ୍ କ୍ୟାମ୍ପସ ନିକଟରେ ଖୋଲିଛି ଏହି ରେଷ୍ଟୁରାଣ୍ଟ ଯେଉଁଠାରେ ଗ୍ରାହକମାନେ ଖାଇବାର ମଜା ନେବା ସହ ଅଦରକାରୀ ବସ୍ତୁରେ ନିର୍ମିତ ହୋଇଥିବା ବିଭିନ୍ନ ଉପକରଣ ଗୁଡ଼ିକୁ ଦେଖିଥାନ୍ତି। ଏହି ରେଷ୍ଟୁରାଣ୍ଟରେ ଲୋକମାନେ ବିଭିନ୍ନ ଶିକ୍ଷଣୀୟ ଜିନିଷ ମଧ୍ୟ ଦେଖିବାକୁ ପାଇଥାନ୍ତି।


ସାଧାରଣ ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଆରାମ ଦାୟକ ଚେୟାର ଓ ସୁନ୍ଦର ଭାବରେ ସଜାଯାଇଥିବା ଟେବୁଲ ରଖାଯାଇଥାଏ। ବିଭିନ୍ନ ପ୍ରକାର ଲାଇଟରେ ରେଷ୍ଟୁରାଣ୍ଟଟିକୁ ସଜାଯାଇଥାଏ। କିନ୍ତୁ ‘ଯୁଗାଡ ଜଙ୍କସନ୍‌’ ସମସ୍ତ ରେଷ୍ଟୁରାଣ୍ଟଠାରୁ ଟିକିଏ ନିଆରା, ଯଦିଓ ଏଠାରେ  ବସିବାକୁ ଆରାମ ଦାୟକ ଚେୟାର ମିଳେ ନାହିଁ  କିମ୍ବା ଫୁଲରେ ସଜାଯାଇଥିବା ଖାଇବା ପାଇଁ ଟେବୁଲ ମିଳେ ନାହିଁ। ଏହା ସହ ଖାଇ ସାରି ହାତ ଧୋଇବା ପାଇଁ ବେସିନ୍ ନ ଥାଏ। ସେଇଠି ଦେଖିବାକୁ ମିଳିଥାଏ  ଲୋକଙ୍କ ଭିଡ଼। ସବୁ ରେଷ୍ଟୁରାଣ୍ଟ ଅପେକ୍ଷା ଏଠି ଖାଇବା ଟିକିଏ ନିଆରା ଲାଗିଥାଏ।

ଏହି ରେଷ୍ଟୁରାଣ୍ଟରେ ବସିବାପାଇଁ ଅଦରକାରୀ ଟାୟାରକୁ ସୁନ୍ଦର ଭାବରେ ଗୋଟିଏ ପରେ ଗୋଟିଏ ରଖାଯାଇ ତା’ ଉପରେ ପୁରୁଣା ଜିନ୍ସ କପଡ଼ା ପକାଇ ଚେୟାର ଭାବେ ବ୍ୟବହାର କରାଯାଇଥାଏ। ଏହାଛଡ଼ା ଆଉ କାଠ ଗଣ୍ଡି ଉପରେ ପୁରଣା ଜିନ୍ସ ପେଣ୍ଟ କପଡ଼ା ପକାଇ ଚେୟାର ମଧ୍ୟ ତିଆରି କରାଯାଇଥାଏ। ସୁନ୍ଦର ପେପସି ବୋତଲର ଠିପିରେ ତିଆରି ହୋଇଥିବା ଖାଇବା ଟେବୁଲ ମିଳିଥାଏ। ଏହା ସହ ଭଙ୍ଗା ବୋତଲ ଭିତରେ ଓ ପୁରୁଣା ସାଇକେଲ୍‌ ରିମ୍‌ରେ ଲିଚୁ ବଲ୍‌ ରଖି ସୁନ୍ଦର ଭାବରେ ସଜାଯାଇଥାଏ। ହାତ ଧୋଇବା ପାଇଁ ବ୍ୟବହାର ଅନୁପଯୋଗୀ ଲୁହାର କରେଇକୁ ବେସିନ ଭାବରେ ବ୍ୟବହାର କରାଯାଇଥାଏ। ଲୋକମାନେ ବୋର ନ ହେବା ପାଇଁ ବହି ମଧ୍ୟ ମିଳିଥାଏ।

ଏହି ରେଷ୍ଟୁରାଣ୍ଟରେ କଲେଜ ଛାତ୍ରଛାତ୍ରୀ ସହ ଗ୍ରାହକଙ୍କ ଭିଡ଼ ଦେଖିବା ସହିତ ଏହା ରାଜଧାନୀର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି।

ରେଷ୍ଟୁରାଣ୍ଟ ମାଲିକ ଅଙ୍କିତ ବଜାଜ କହିଛନ୍ତି, “ପ୍ରଥମେ ତିନି ଜଣ ସାଙ୍ଗ ନିଆରା ଢଙ୍ଗରେ ରେଷ୍ଟୁରାଣ୍ଟ କରିବା ପାଇଁ ଭାବିଥିଲୁ। ସେଥିପାଇଁ ଆମେ ଓଡ଼ିଶା ଓ ଓଡ଼ିଶା ବାହାରେ ବଡ଼ ବଡ଼ ରେଷ୍ଟୁରାଣ୍ଟ ବୁଲି ଦେଖିଲୁ। ଯାହା ଦେଖିଲୁ ତାହା ଆମ ପକ୍ଷେ କରିବା ସମ୍ଭବ ନ ଥିଲା।  ଆମକୁ ଠିକ୍‌ ଲାଗିଲା ନାହିଁ। ପରେ ଆମେ ଭାବିଲୁ ଆମେ ଯେଉଁ ଜିନିଷ ବ୍ୟବହାର କରୁଛୁ ବା ବ୍ୟବହାର କରିବା ପରେ ଫିଙ୍ଗି ଦେଉଛୁ ସେହି ଜିନିଷ ନେଇ ଆମେ ରେଷ୍ଟୁରାଣ୍ଟଟି କରିବୁ। ସେଥିପାଇଁ ଆମକୁ ଇଣ୍ଟନେଟର ସାହାଯ୍ୟ ନେବାକୁ ପଡ଼ିଥିଲା। ଖାଇବା ପାଇଁ  ଆରାମ ଦାୟକ ଚେୟାର ବଦଳରେ ଆମେ  ଟାୟାର ଉପରେ ପୁରୁଣା ଜିନ୍ସ କପଡ଼ା ପକାଇ ଚେୟାର ତିଆରି କଲୁ।  ତିନି ବନ୍ଧୁ ବିଭିନ୍ନ ବୋତଲର ଠିପି ବ୍ୟବହାର କରି କାଠ ଉପରେ ରଖି ଟେବୁଲ ବ୍ୟବହାର କଲୁ।  ଏହା ସହ କାଠର ଗଣ୍ଡି ଉପରେ ପୁରୁଣା  ଜିନ୍ସ କପଡ଼ା ବ୍ୟବହାର କରି ଚେୟାର କଲୁ। ପୁରୁଣା କରେଇରେ ଆମେ  ଗ୍ରାହକଙ୍କ ପାଇଁ ବେସିନ ବନାଇଲୁ । ରେଷ୍ଟୁରାଣ୍ଟଟିକୁ ସଜେଇବା ପାଇଁ କାଚ ବୋତଲ ଭିତରେ ଆମେ ଲିଚୁ ଲାଇଟ, ବିଭିନ୍ନ ଦେଶର ମୁଦ୍ରା, ଛୋଟ  ଛୋଟ କାଠକୁ  ସଜେଇ ରଖିଲୁ। ସେଥିପାଇଁ ଆମକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା।”

ଅଙ୍କିତ କହିଛନ୍ତି, “ଆମ ରେଷ୍ଟୁରାଣ୍ଟରେ ଛାତ୍ରଛାତ୍ରୀମାନେ ଖାଇବାର ମଜା ନେବା ସହ ବିଭିନ୍ନ ଜିନିଷ ମଧ୍ୟ ଦେଖିବାକୁ ଆସିଥାନ୍ତି।  ଏହା ସହ ବ୍ୟବହାର ଅନୁପଯୋଗୀ ବସ୍ତୁର ବ୍ୟବହାର କିପରି  ହୁଏ ସେ ବିଷୟରେ ପଚାରିଥାନ୍ତି ଓ ନିଜ ଘରେ ଏହା କରିବା ପାଇଁ ସ୍ଥିର କରିଥାନ୍ତି। ଆମ ରେଷ୍ଟୁରାଣ୍ଟ ଭୁବନେଶ୍ୱରରେ ଥିବା ଟପ୍-୫ ରେଷ୍ଟୁରାଣ୍ଟ ଭିତରେ ଗଣାଯାଉଛି। ଏଠାରେ ବର୍ତ୍ତମାନ ୪୦ଟି ଆଇଟମ୍‌ ଗ୍ରାହକମାନଙ୍କୁ ଖାଇବାକୁ ଦିଆଯାଉଛି। ‘ଜୁଗାଡ ଜଙ୍କସନ’ରେ ଗ୍ରାହକଙ୍କୁ ଦିଆଯାଉଥିବା ଡ୍ରିଙ୍କ୍ସ ସ୍ୱତନ୍ତ୍ର ଅଟେ। ଏହା ସହିତ ଆମ ରେଷ୍ଟୁରାଣ୍ଟରେ ଜୁଗାଡ ପରଟା ଓ ଅନ୍ୟାନ୍ୟ କିସମର ପରଟା ମଧ୍ୟ ମିଳିଥାଏ।”

ଜଣେ ଗ୍ରାହକ କହିଛନ୍ତି,“ ‘ଜୁଗାଡ ଜଙ୍କଶନ’ ରେଷ୍ଟୁରାଣ୍ଟ  ସବୁ ରେଷ୍ଟୁରାଣ୍ଟ ଅପେକ୍ଷା ନିଆରା ଅଟେ।  ଏଠି ଆମେ ଖାଇବାର ମଜା ନେବା ସହ ଏଠାରେ ଥିବା ବିଭିନ୍ନ ଶିକ୍ଷଣୀୟ ଜିନିଷ ମଧ୍ୟ ଦେଖିବାକୁ ପାଉ।”

Related story