ଉଡାଜାହାଜର ଗାଁ ଲାବଡା: ପ୍ରତି ଘରେ ବିମାନ

ସମସ୍ତଙ୍କର ଇଚ୍ଛା ଜୀବନରେ ଥରେ ଉଡାଜାହାଜରେ ବସି ଆକାଶରେ ଉଡିବା। ହେଲେ ଏହି ଆଶା ବହୁତ କମ ଲୋକଙ୍କର ପୂରଣ ହୋଇଥାଏ। କାରଣ ଉଡାଜାହାଜରେ ବସିବା ଆଜି ବି ବ୍ୟୟ ବହୁଳ। ସମସ୍ତଙ୍କ କ୍ଷେତ୍ରରେ ଏହି ବ୍ୟୟ ବହନ କରିବା ସମ୍ଭବ ନୁହେଁ। ହେଲେ କେବେ ଶୁଣିଛନ୍ତି ଏମିତି ଗୋଟିଏ ଗାଁ ଥିବ ଯେଉଁଠି ପ୍ରତ୍ୟେକ ଲୋକଙ୍କ ଘରେ ଉଡାଜାହାଜ ଦେଖିବାକୁ ମିଳୁଥିବ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ କଥାଟା ଏକ୍‌ଦମ୍‌ ସତ। ଏହି ଗାଁକୁ […]

jat

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 09:11 PM IST

ସମସ୍ତଙ୍କର ଇଚ୍ଛା ଜୀବନରେ ଥରେ ଉଡାଜାହାଜରେ ବସି ଆକାଶରେ ଉଡିବା। ହେଲେ ଏହି ଆଶା ବହୁତ କମ ଲୋକଙ୍କର ପୂରଣ ହୋଇଥାଏ। କାରଣ ଉଡାଜାହାଜରେ ବସିବା ଆଜି ବି ବ୍ୟୟ ବହୁଳ। ସମସ୍ତଙ୍କ କ୍ଷେତ୍ରରେ ଏହି ବ୍ୟୟ ବହନ କରିବା ସମ୍ଭବ ନୁହେଁ। ହେଲେ କେବେ ଶୁଣିଛନ୍ତି ଏମିତି ଗୋଟିଏ ଗାଁ ଥିବ ଯେଉଁଠି ପ୍ରତ୍ୟେକ ଲୋକଙ୍କ ଘରେ ଉଡାଜାହାଜ ଦେଖିବାକୁ ମିଳୁଥିବ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ କଥାଟା ଏକ୍‌ଦମ୍‌ ସତ। ଏହି ଗାଁକୁ ଉଡାଜାହାଜର ଗାଁ କୁହାଯାଇଥାଏ।

ଗାଁଟି ହେଉଛି ପଞ୍ଜାବର ଜଳନ୍ଧର ଜିଲ୍ଲାର ଲାବଡା। ଏହି ଗାଁରେ ପ୍ରତ୍ୟେକଙ୍କ ଘରର ଛାତ ଉପରେ ଗୋଟାଏ ଗୋଟାଏ ବିମାନ ଛିଡା ହୋଇଥିବାର ଦେଖିବାକୁ ପାଇବେ। ଖାଲି ଜଳନ୍ଧର ଜିଲ୍ଲା ନୁହେଁ ନୁରମହଲ ତହସିଲ ଅନ୍ତର୍ଗତ ଉପ୍ପଲା ଗାଁରେ ବି ପ୍ରତି ଘର ଛାତ ଉପରେ ଉଡାଜାହାଜ ଲ୍ୟାଣ୍ଡ କରିଥିବାର ଦୃଶ୍ୟ ଦେଖିବାକୁ ମିଳେ।

ଏହି ଗାଁର ସନ୍ତୋସ ସିଂ ନାମର ଜଣେ ବ୍ୟକ୍ତି ତାଙ୍କ ଛାତ ଉପରେ ବନାଇଛନ୍ତି ବିମାନ। ନିଜର ସୌଖୀନ ପାଇଁ ସେ ଏହି ବିମାନ ନିର୍ମାଣ କରିଛନ୍ତି। ଅନ୍ୟମାନେ ମଧ୍ୟ ସୌଖୀନ ପାଇଁ ନିଜ ଘର ଛାତ ଉପରେ ବିମାନ ବନାଇଥାନ୍ତି। ଖାଲି ଘରର ଛାତ ଉପରେ ନୁହେଁ, ପାଣି ଟାଙ୍କି ଉପରେ ମଧ୍ୟ ଏଭଳି ଉଡାଜାହାଜ ତିଆରି ହୋଇଛି।

ଏବେ ଆପଣ ଭାବୁଥିବେ ଗାଁ ଲୋକେ ନିଜେ କେମିତି ଉଡାଜାହାଜ ବନାଇଲେ। ପ୍ରକୃତ କଥା ହେଲା ଏହା ସତସତିକା ଉଡାଜାହାଜ ନୁହେଁ। ଗ୍ରାମବାସୀ ନିଜ ସୌଖୁନୀ ପାଇଁ ଏପରି ଉଡାଜାହାଜ ବନାଇଥାନ୍ତି।

Related story