Advertisment

ବେଲଜିୟମରୁ ଠିକଣା ଖୋଜି ଖୋଜି କନ୍ଧମାଳରେ ପହଞ୍ଚିଲେ ଓଡ଼ିଆ ଝିଅ ମାମିନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ମାସର ହୋଇଥିଲେ। କଅଁଳ ବୟସରେ ପରିବାର ଓ ପରିଜନ କ’ଣ ଜାଣିନଥିଲେ। ଜନ୍ମ ମାଟିରେ ରକ୍ତର ସମ୍ପର୍କ ଛିନ୍ନ କରି ବେଲ୍‌ଜିୟମ୍‌ ଦମ୍ପତିଙ୍କ କୋଳମଣ୍ଡନ କରିଥିଲେ। ଆଉ ଚାଲି ଯାଇଥିଲେ ହଜାର ହଜାର ମାଇଲ୍‌ ଦୂର ବେଲ୍‌ଜିୟମ୍‌। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମାଟି କାଦୁଅ ଛାଡ଼ି ଚକାଚକ ଜୀବନ ଜିଉଁଲେ ମାମିନା। ପାଠ ପଢ଼ିଲେ। ବଡ଼ ହେଲେ ଓ ବିବାହ କଲେ। ହେଲେ ହଠାତ୍‌ ଗୋଟିଏ ପ୍ରଶ୍ନ ତାଙ୍କ ମନରେ ପ୍ରତି […]

ଅଦ୍ୟତନ ହୋଇଛି
ବେଲଜିୟମରୁ ଠିକଣା ଖୋଜି ଖୋଜି କନ୍ଧମାଳରେ ପହଞ୍ଚିଲେ ଓଡ଼ିଆ ଝିଅ ମାମିନା

Mamina

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ମାସର ହୋଇଥିଲେ। କଅଁଳ ବୟସରେ ପରିବାର ଓ ପରିଜନ କ’ଣ ଜାଣିନଥିଲେ। ଜନ୍ମ ମାଟିରେ ରକ୍ତର ସମ୍ପର୍କ ଛିନ୍ନ କରି ବେଲ୍‌ଜିୟମ୍‌ ଦମ୍ପତିଙ୍କ କୋଳମଣ୍ଡନ କରିଥିଲେ। ଆଉ ଚାଲି ଯାଇଥିଲେ ହଜାର ହଜାର ମାଇଲ୍‌ ଦୂର ବେଲ୍‌ଜିୟମ୍‌। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମାଟି କାଦୁଅ ଛାଡ଼ି ଚକାଚକ ଜୀବନ ଜିଉଁଲେ ମାମିନା। ପାଠ ପଢ଼ିଲେ। ବଡ଼ ହେଲେ ଓ ବିବାହ କଲେ। ହେଲେ ହଠାତ୍‌ ଗୋଟିଏ ପ୍ରଶ୍ନ ତାଙ୍କ ମନରେ ପ୍ରତି ମୁହୁର୍ତ୍ତରେ ଆନ୍ଦୋଳିତ କରିଥିଲା। ମୁଁ କିଏ? ମୋ ପରିଚୟ କଣ? ଏହାର ଉତ୍ତର ଖୋଜି ଖୋଜି ୩୦ ବର୍ଷ ପରେ ଜନ୍ମ ମାଟିରେ ପହଞ୍ଚିଛନ୍ତି ମାମିନା।

Advertisment

[caption id="attachment_747781" align="aligncenter" width="650"]Mamina ପରିବାର ଓ ସାହି ପଡ଼ିଶାଙ୍କ ଗହଣରେ ମାମିନା ଓ ତାଙ୍କ ସ୍ୱାମୀ[/caption]

କନ୍ଧମାଳ ରାଇକିଆ ଗୁଜାପଙ୍ଗା ଗାଁର ମାମିନା। ଆଜକୁ ପ୍ରାୟ ୩୦ ବର୍ଷ ତଳେ କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ କୋଳମଣ୍ଡନ କରିଥିଲେ। ଜନ୍ମର ୩ ମାସ ପରେ ଆଖି ବୁଜିଥିଲେ ତାଙ୍କ ମାଆ। ପରିବାରରେ ଦାରିଦ୍ର୍ୟ ଓ ଲାଳନ ପାଳନରେ କଷ୍ଟ ଅନୁଭବ କରି ବାପା କୃଷ୍ଣଚନ୍ଦ୍ର ଝିଅକୁ ବଞ୍ଚାଇବାକୁ ଯାଇ ଜି.ଉଦୟଗିରିରସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଆସିଥିଲେ।

Advertisment

[caption id="attachment_747782" align="aligncenter" width="650"]Mamina ପରିବାର ଲୋକଙ୍କ ଗହଣରେ ମାମିନା[/caption]

ଆଉ ଏଇଠୁ ବଦଳିଥିଲା ମାମିନାଙ୍କ ଜୀବନର ଗତିପଥ। ମାମିନାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ବେଲଜିୟମ୍‌ ଏକ ଦମ୍ପତି। ମାତ୍ର ୩ ମାସ ବୟସରେ ଭିଟାମାଟି ଛାଡ଼ି ବେଲଜିୟମରେ ଚାଲି ଯାଇଥିଲେ। ମାମିନା ସେଠାରେ ପଢ଼ିଲେ ଓ ବଢ଼ିଲେ। ବେଲ୍‌ଜିୟମ୍‌ ଦମ୍ପତିଙ୍କ ଲାଳନ ପାଳନରେ ଉଣା ହୋଇନଥିବାରୁ ଜନ୍ମକଲା ମାଆଙ୍କ କଥା କେବେ ଭାବିନଥିଲେ ମାମିନା। କିଛି ବର୍ଷ ତଳେ ସେ କାମ୍ବୋଡ଼ଇାକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ କେତେକ ଲୋକ ତାଙ୍କୁ ଆଗ୍ଲୋ ଇଣ୍ଡିଆନ୍‌ କି ବୋଲି ପ୍ରଶ୍ନ କରିଥିଲେ।

[caption id="attachment_747783" align="aligncenter" width="650"]Mamina ବିଶେଷ ମୁହୂର୍ତ୍ତରେ ମାମିନା[/caption]

ଆଉ ଏହା ପରେ ତାଙ୍କ ଅତୀତ ଓ ଇତିହାସ ଖୋଜିବାକୁ ଲାଗି ମନ ହେଲା। ପରେ ପାଳିତ ପିତାମାତାଙ୍କଠୁ ନିଜ ସମ୍ପର୍କରେ ସୂଚନା ପାଇଥିଲେ। ତା’ପରେ ତାଙ୍କ ପରିଚୟ ଜାଣିବା ପାଇଁ ପୋଷ୍ୟ ସନ୍ତାନଙ୍କ ଉପରେ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଏଗ୍‌ନେଷ୍ଟ ଚାଇଲଡ୍‌ ଟ୍ରାଫିକିଙ୍ଗ(ଆକ୍ଟ) ସହ ଯୋଗାଯୋଗ କରିଥିଲେ। ଆଉ ସେହି ସଂସ୍ଥାର ଭାରତୀୟ କର୍ମକର୍ତ୍ତା ମୁମ୍ବାଇର ଆଇନଜୀବୀ ଅଞ୍ଜଳି ପାଓ୍ୱାର, ମାମିନାଙ୍କ ପରିଚୟ ଖୋଜି ବାହାର କଲେ। ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ପହଞ୍ଚାଇ ଦେବାରେ ସଫଳ ହୋଇଥିଲେ। ଏହାପରେ ସେ ରାଇକିଆର ଗୁଜାପଙ୍ଗା ଗାଁକୁ ଆସିଥିଲେ। ସାଥୀରେ ଥିଲେ ତାଙ୍କ ସ୍ୱାମୀ ଅର୍ଣ୍ଣଡ୍‌।

ଦୀର୍ଘ ୩୦ ବର୍ଷ ପରେ ଜନ୍ମ ମାଟିରେ ପାଦ ଦେବା ପରେ ଭାବବିହୋଳ ହୋଇପଡ଼ିଥିଲେ ମାମିନା। ବଡ଼ ଭଉଣୀ, ଭାଇ, ଭାଉଜ ଓ ବାପାଙ୍କୁ ପାଖରେ ପାଇ କୁଣ୍ଢାଇ ପକାଇ ଥିଲେ। କିଛି ଦିନର ରହଣୀ ପରେ ସେ ଫେରି ଯାଇଛନ୍ତି। ଆଉ ମଝିରେ ମଝିରେ ଆସିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଯାଇଛନ୍ତି ମାମିନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe