ସମୟ ବଦଳୁଛି, ଧୀରେ ଧୀରେ ଦୁନିଆ ଏବେ ଆଧୁନିକ ଆଡକୁ ଗତି କରୁଛି। ସବୁଠୁ ଭିନ୍ନ ଦେଖାଯିବା ପାଇଁ ଆଜିର ସମାଜ ଅନେକ ଜିନିଷକୁ ନୂତନ ପ୍ରୟୋଗ କରି ଏହାର ବ୍ୟବହାର କରିବାକୁ ପସନ୍ଦ କରୁଛି। ଜୋତା କ୍ଷେତ୍ରରେ ମଧ୍ୟ ଲୋକେ ଏଭିଳି କରିବାକୁ ପସନ୍ଦ କରୁଛନ୍ତି। ସେଲଫି ଜୋତା ପରେ ଏବେ ନୂଆ କରି ନଜରକୁ ଆସୁଛି ପିଜନ-ସୁ ବା ପାରା ଜୋତା।
ନିକଟରେ ଜାପାନର ଜଣେ ମହିଳା ଏହି ଯୋତାକୁ ପିନ୍ଧିଥିଲେ। ଏବଂ ପିନ୍ଧିବା ପରେ ସେ ପାରା ମାନଙ୍କ ଗହଣକୁ ଯାଇଥିଲେ ।ଏହାପରେ କିନ୍ତୁ ଯାହା ଘଟିଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଉପସ୍ଥିତ ଲୋକଙ୍କ କଥା ଛାଡନ୍ତୁ ପାରା ମାନେ ବି ଧୋକା ଖାଇଗଲେ ଏହି ଜୋତାକୁ ଦେଖି। ପାରା ମାନେ ଏହି ଜୋତାକୁ ଦେଖିବା ପରେ ନିଜ ପ୍ରଜାତିର ପକ୍ଷୀ ଭାବି ଏହାର ନିକଟତର ହୋଇଥିଲେ। ପାରା ଆକୃତିର ଦେଖାଯାଉଥିବା ଏହି ଜୋତା ନିକଟରେ ପାରାମନେ ଏମିତି ବୁଲୁଥିଲେ ଯେମିତି ନିଜର କେହି ଆପଣାର।