ଚିର ନିଦ୍ରାରେ ସ୍ୱପ୍ନର ସୌଦାଗର

ରାୟପୁର:  … ମୁଁ ସ୍ୱପ୍ନର ସୌଦାଗର। ମୁଁ ସ୍ୱପ୍ନ ଦେଖେ, ଆଉ ତାକୁ ପୂରଣ କରେ…। ଏହି ସ୍ୱପ୍ନବିଳାସୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଇଏଏସ ଅଫିସରରୁ ରାଜନେତା ବନିଥିବା ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ। ଜୀବନ ଯଞ୍ଜାଳ ଭିତରେ ଯାହା ସ୍ୱପ୍ନ ଦେଖିଛନ୍ତି ତାକୁ ପୂରଣ କରିଛନ୍ତି। ହେଲେ ଜୀବନର ଶେଷ ସମୟ ତାଙ୍କୁ ଦେଇଥିଲା ଯନ୍ତ୍ରଣା ଓ ଦୁଃଖ। ମେଡିକାଲର ଚାରିକାନ୍ଥ ଭିତରେ ବିତୁଥିଲା ଜୀବନ। କୋଳାହଳ ମୟ ଜୀବନ ବିତାଉଥିବା […]

ajit-jogi

ajit-jogi

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 07:43 PM IST

Sports

Latest News

ରାୟପୁର:  ... ମୁଁ ସ୍ୱପ୍ନର ସୌଦାଗର। ମୁଁ ସ୍ୱପ୍ନ ଦେଖେ, ଆଉ ତାକୁ ପୂରଣ କରେ...। ଏହି ସ୍ୱପ୍ନବିଳାସୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଇଏଏସ ଅଫିସରରୁ ରାଜନେତା ବନିଥିବା ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ। ଜୀବନ ଯଞ୍ଜାଳ ଭିତରେ ଯାହା ସ୍ୱପ୍ନ ଦେଖିଛନ୍ତି ତାକୁ ପୂରଣ କରିଛନ୍ତି। ହେଲେ ଜୀବନର ଶେଷ ସମୟ ତାଙ୍କୁ ଦେଇଥିଲା ଯନ୍ତ୍ରଣା ଓ ଦୁଃଖ। ମେଡିକାଲର ଚାରିକାନ୍ଥ ଭିତରେ ବିତୁଥିଲା ଜୀବନ। କୋଳାହଳ ମୟ ଜୀବନ ବିତାଉଥିବା ଏହି ରାଜନେତା ଆଜି ନାହାନ୍ତି ସତ, ହେଲେ ରହିଯାଇଛି ତାଙ୍କର ଅନେକ ସ୍ମୃତି।

ଆଜି ଏହି ବିଚକ୍ଷଣ ନେତା ଅପରାହ୍ନ ସାଢ଼େ ୩ଟାରେ ରାୟପୁରର ଏକ ଘରୋଇ ହସ୍‌ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ଦୁଇ ଥର ହୃଦ୍‌ଘାତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ପ୍ରଶାସନିକ ସେବା ଛାଡ଼ି ଯେଉଁ କିଛି ବ୍ୟକ୍ତି ଜନତାଙ୍କ ନେତା ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଜିତ୍ ଯୋଗୀ ଅନ୍ୟତମ। ଅଜିତ୍ ଯୋଗୀ ପେସାରେ ଇଞ୍ଜିନିୟର ଥିଲେ। ଭୋପାଳ ସ୍ଥିତ ମୌଲାନା ଆଜାଦ୍ କଲେଜ ଏବଂ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ ପାଠ ପଢ଼ୁଥିବାବେଳେ୧୯୬୮ରେ ସେ ଗୋଲ୍ଡ ମେଡାଲ ପାଇଥିଲେ। ଏହାପରେ ସେ ରାୟପୁର ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆଇପିଏସ ପାଇ ପ୍ରଶିକ୍ଷଣ ନେଇଥିଲେ। ହେଲେ ଶେଷରେ ଆଇପିଏସ ଚାକିରି ଛାଡ଼ି ପରବର୍ତ୍ତୀ ସମୟରେ ୧୯୭୦ରେ ଆଇଏଏସ ହୋଇଥିଲେ ୨୯ ଏପ୍ରିଲ୍ ୧୯୪୬ରେ ବିଳାସପୁରରେ ଜନ୍ମିତ ଏହି ବିଚକ୍ଷଣ ବ୍ୟକ୍ତି।

୧୯୮୫ ମସିହାରେ ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାପାଳ ଭାବେ ଅଜିତ ଯୋଗୀ କାର୍ଯ୍ୟରତ ଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଅଜିତଙ୍କୁ ରାଜନୀତିକୁ ଆଣିଥିଲେ। ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ଅର୍ଜୁନ ସିଂହ ଯୋଗୀଙ୍କୁ ନେତା କରି ଦେଇଥିଲେ। ସେତେବେଳେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଅର୍ଜୁନ ସିଂହ। ପ୍ରଥମେ ରାଜ୍ୟସଭା ଏବଂ ପରେ ମଧ୍ୟପ୍ରଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କର ବଡ଼ ନେତା ଭାବରେ ଯୋଗୀଙ୍କ ଭାବମୂର୍ତ୍ତି ତିଆରି କରାଯାଇଥିଲା। ଛତିଶଗଡ଼ ପ୍ରଦେଶ ଗଠନ ହେବା ପରେ ଅଜିତ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଅଜିତ ଯୋଗୀଙ୍କ ରାଜନୀତିରେ ଯେତିକି ସଫଳ ସେତିକି ବିବାଦ ଘେରକୁ ମଧ୍ୟ ଆସିଥିଲେ। କଂଗ୍ରେସ ଯେତେବେଳେ ସୋନିଆ ଗାନ୍ଧୀଙ୍କୁ ଦଳର ଚେହେରା କରୁଥିଲା ସେତେବେଳେ ଅଜିତ ଯୋଗୀ ତାଙ୍କ ପାଇଁ ଭାଷଣ ଲେଖୁଥିଲେ। ଏଇଠି ଅନୁମାନ କରିହେଉଥିବ ଅଜିତ ଯୋଗୀ ଗାନ୍ଧୀ ପରିବାରର କେତେ ନିକଟତର ଥିଲେ। ଯେତେବେଳେ ମଧ୍ୟପ୍ରଦେଶ ୨୦୦୦ ରେ ବିଭାଜିତ ହୋଇଥିଲା, ସେତେବେଳେ ଅଜିତ ଯୋଗୀ ଛତିଶଗଡଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କଂଗ୍ରେସ ଉପହାର ଦେଇଥିଲା। ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଶପଥ ନେବା ପରେ କହିଥିଲେ, 'ହଁ, ମୁଁ ସ୍ୱପ୍ନର ଡିଲର ଅଟେ। ମୁଁ ସ୍ୱପ୍ନ ବିକ୍ରି କରେ। '

ଆଉ ଏହାପରେ ଛତିଶଗଡ଼ର ବିକାଶ ପାଇଁ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ଯୋଜନା। ଏହି ସମୟରେ ଅଜିତଙ୍କ ଉତ୍ତରାଧିକାରୀ ତଥା ତାଙ୍କ ପୁଅ ଅମିତ ଯୋଗୀ ବାପାଙ୍କ କ୍ଷମତାକୁ ବ୍ୟବହାର କରି ପତିଆରା ଦେଖାଇବା ଆରମ୍ଭ କରିଥିଲେ। ଏମିତିକି ଏନସିପିର ରାଜ୍ୟ କୋଷାଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ ଅମିତ ଜେଲ ଯାଇଥିଲେ। ଯୋଗୀ ସେତେବେଳେ ଛତିଶଗଡରେ କଂଗ୍ରେସର ମୁଖିଆ ଥିବାବେଳେ ସରକାରର ମୁଖିଆ ଥିଲେ। ଏହାପରେ ଯୋଗୀଙ୍କ କାର୍ଯ୍ୟରେ ଭିନ୍ନ ରଙ୍ଗ ଦେଖାଯାଇଥିଲା। ଏମିତିକି ରାଜ୍ୟରେ କଂଗ୍ରେସର ଭାବମୂର୍ତ୍ତି ଖରାପ ହୋଇଯାଇଥିଲା।

ଯୋଗୀଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ତିନି ଥର ପରାଜୟ ବରଣ କରିଥିଲା ବିଜେପି ପାଖରୁ। ଫଳରେ ରମଣ ସିଂ ୧୫ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିଲେ।

ସେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଟନ୍ତି ଏବଂ ୨୦୧୬ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ। ପରେ ସେ 'ଛତିଶଗଡ଼ ଜନତା କଂଗ୍ରେସ' ନାମରେ ନିଜର ଏକ ଦଳ ଗଠନ କରିଥିଲେ। ଏବେ ଏହି ଦଳର ନେତୃତ୍ୱ ନେଉଛନ୍ତି ତାଙ୍କ ପୁଅ ଅମିତ ଯୋଗୀ। ୨୦୧୪ ନିର୍ବାଚନରେ ଅଜିତ ଯୋଗୀ ବିଜେପି ପ୍ରାର୍ଥୀ ଚନ୍ଦୁଲାଲ ସାହୁଙ୍କଠାରୁ ହାରିବା ପରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story