Advertisment

କିଡ୍‌ନୀ ରୋଗ କବଳରେ ଜୁଲଙ୍ଗ ଗ୍ରାମବାସୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ଜୁଲଙ୍ଗ ଗାଁରେ ୨୪୦ଟି ପରିବାର ବସବାସ କରନ୍ତି। ଗାଁର ଲୋକମାନେ ମୁଖ୍ୟତଃ କୃଷକ ଓ ଦିନ ମଜୁରିଆ ଶ୍ରେଣୀର। ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ପାନୀୟ ଜଳ ପାଇଁ ଗାଁରେ ୭ଟି ନଳକୂପ ଓ ୨ଟି କୂଅ ରହିଛି। ତେବେ କୂଅରେ ଯଥେଷ୍ଟ ପାଣି ରହୁ ନଥିବା ବେଳେ ୭ଟି ନଳକୂପରୁ ମାତ୍ର ୩ଟି କାମ କରୁଛି। ହେଲେ ନଳକୂପରୁ ଲାଲ୍‌ ଲୌହ ପାଣି […]

କିଡ୍‌ନୀ ରୋଗ କବଳରେ ଜୁଲଙ୍ଗ ଗ୍ରାମବାସୀ

dkl

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ଜୁଲଙ୍ଗ ଗାଁରେ ୨୪୦ଟି ପରିବାର ବସବାସ କରନ୍ତି। ଗାଁର ଲୋକମାନେ ମୁଖ୍ୟତଃ କୃଷକ ଓ ଦିନ ମଜୁରିଆ ଶ୍ରେଣୀର। ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ପାନୀୟ ଜଳ ପାଇଁ ଗାଁରେ ୭ଟି ନଳକୂପ ଓ ୨ଟି କୂଅ ରହିଛି। ତେବେ କୂଅରେ ଯଥେଷ୍ଟ ପାଣି ରହୁ ନଥିବା ବେଳେ ୭ଟି ନଳକୂପରୁ ମାତ୍ର ୩ଟି କାମ କରୁଛି। ହେଲେ ନଳକୂପରୁ ଲାଲ୍‌ ଲୌହ ପାଣି ବାହାରୁଛି, ଯେଉଁଥିରେ ଅଧିକ ଫ୍ଲୋରାଡ୍‌ ବି ରହୁଛି ବୋଲି କୁହାଯାଉଛି। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି ଓ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।

Advertisment

କିଡ୍‌ନୀ ରୋଗୀ ମନୋଜ କୁମାର ସାହୁ କହିଛନ୍ତି, “ଆମ ଗାଁରେ କୀଡ୍‌ନି ରୋଗ ବ୍ୟାପିବାରେ ଲାଗିଛି। ୧୦ ବର୍ଷରେ ପ୍ରାୟ ୫୦ ଲୋକ ଏଥିରେ ମଲେଣି।  ଏବେ ବି ୩୦ରୁ ଅଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି।”publive-image

ଏମିତି ନୁହେଁ ଯେ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କିଛି ବ୍ୟବସ୍ଥା କରାଯାଇନି। ବ୍ୟବସ୍ଥା କରାଯାଇଛି, କିନ୍ତୁ ତାହା କାମରେ ଲାଗୁନି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ୪ ମାସ ତଳେ ଗାଁରେ ଏକ ପାଣି ଟାଙ୍କି ତିଆରି କରାଯାଇ ଷ୍ଟାଣ୍ଡ ପୋଷ୍ଟ ବି ଲଗାଯାଇଛି। ହେଲେ ସେଥିରୁ ପାଣି ଆସୁନି।

Advertisment

ଗାଁର ଦୈତାରୀ ସାହୁ କହିଛନ୍ତି, “ଆମ ଗାଁରେ ପାଣି ସମସ୍ୟା ରହିଛି। ଅନ୍ୟ କୌଣସି ଉପାୟ ନଥିବାରୁ ଲୋକେ ନଳକୂପର ଲୌହ ମିଶା ପାଣି ପିଉଛନ୍ତି ଓ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଠି ପ୍ରତି ପରିବାରରେ କିଡ୍‌ନୀ ରୋଗୀ ରହିଛନ୍ତି। ପାଣି ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି। କିନ୍ତୁ କେହି ଆମ କଥା ଶୁଣୁ ନାହାନ୍ତି। ପ୍ରଶାସନ ଚାହିଁଲେ ଆମେ ସୁଖରେ ରୁହନ୍ତୁ।” publive-image

ସେହିପରି ଗାଁର ସୁଜିତ କୁମାର ସାହୁ କହିଛନ୍ତି, “ସରକାର ଆମ ଗାଁରେ ପିଇବା ପାଣିର ସୁବିଧା କରନ୍ତୁ। ଗାଁରେ ଅଧିକାଂଶ ଲୋକ ଦିନ ମଜୁରିଆ ଓ ଚାଷ ଉପରେ ନିର୍ଭର କରୁଥିବାରୁ ମେଡିସିନ୍‌ କିଣିବା ପାଇଁ ସେମାନଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ।”

କିଡ୍‌ନୀ ରୋଗ ନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରତ୍ନାକର ସାମଲ କହିଛନ୍ତି, “ଏକ ସ୍ୱତନ୍ତ୍ର ଟିମ୍‌ ଜୁଲଙ୍ଗ ଗାଁକୁ ଯାଇ ଏ ସଂପର୍କରେ ଯାଞ୍ଚ କରିବେ। ଏହାପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe