ଜୟପୂର: ଆମ ସମାଜରେ ମଣିଷପଣିଆ ବୋଲି ଆଉ କିଛି ନାହିଁ। ଅଧିକାଂଶ ସମୟରେ ଅନେକ ଲୋକ ଏପରି କହିବାର ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଏହା କ’ଣ ପୂରା ଠିକ୍? ଆପଣ କ’ଣ ଏଥିରେ ପୂରା ସହମତ? ଥରେ ଭାବିଲେ, ମଣିଷପଣିଆ ଯଦି ଆଦୌ ନଥାଆନ୍ତା ଅବା ପ୍ରତି କ୍ଷେତ୍ରରେ ଯଦି ଭଲ,ଦୟାବାନ ଓ ଅନ୍ୟକୁ ସାହାଯ୍ୟ କରୁଥିବା ଲୋକ ନଥାଆନ୍ତେ ଆମ ରାଜ୍ୟ ଓ ଦେଶର ସ୍ଥିତି କେମିତି ହୋଇଥାଆନ୍ତା। ହଁ, ଆପଣ ଏହା କହିପାରିବେ ଭଲ ଲୋକଙ୍କ ସଂଖ୍ୟା କମିଯାଇଛି। ଆଜି ଆମେ ଆପଣଙ୍କୁ ପରିଚିତ କରାଇବୁ ଏମିତି ଏକ ଦରଦି ହୃଦୟର ମଣିଷଙ୍କ ସହ। ଜଣେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଥିବା ସତ୍ତ୍ୱେ ଅନ୍ୟଙ୍କୁ ସାହାଯ୍ୟ କରିବା କଥା ଆସିଲେ, ସେ ହୋଇପଡନ୍ତି ଆଗଭର।
ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଆସିଥିବା ଆମେ ଦେଖିଛନ୍ତି। ରୋଗୀଙ୍କ ଜିନିଷ ବଞ୍ଚାଇବାକୁ ସେମାନେ ସବୁବେଳେ ତତ୍ପର ରହିବା ସହ ରୋଗୀଙ୍କୁ କାନ୍ଧରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେବା ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟରେ ସେମାନେ ସମ୍ପୃକ୍ତ ଥାଆନ୍ତି। ଏପରି ନିସ୍ୱାର୍ଥପର ଭାବନା ରଖି ସେବା କରିବାରେ ଆଗରେ ଅଛନ୍ତି ଜିକିତ୍ସା ହେଲ୍ଥ କେୟାର ଦ୍ୱାରା ପରିଚାଳିତ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ କର୍ମଚାରୀମାନେ । ନିକଟରେ ଏହିପରି ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମହତ କାର୍ଯ୍ୟ କୋରାପୁଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଡ୍ରାଇଭରଙ୍କ ନାଁ ସନ୍ତୋଷ କୁମାର ପ୍ରଧାନ୍। ଏବେ ଆପଣମାନେ ଜାଣିବାକୁ ଚାହିଁବେ ସେ ଏମିତି କ’ଣ କଲେ? ତା’ହେଲେ ପଢ଼ନ୍ତୁ ପୂରା ଘଟଣା।
ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ସନ୍ତୋଷ ସହାୟତାର ହାତ ବଢ଼ାଇବା ସହ ଉକ୍ତ ମହିଳା ରୋଗୀଙ୍କୁ ରକ୍ତ ଦାନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ଏତାଦୃଶ୍ୟ ମହାନ କାର୍ଯ୍ୟ ପାଇଁ ଜିକିତ୍ସା ହେଲ୍ଥ କେୟାରର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ତାଙ୍କର ପ୍ରଶଂସା କରିଥିବାବେଳେ ସ୍ଥାନୀୟ ବୁଦ୍ଧିଜିବୀ ଏବଂ ଲୋକଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକୁ ଆଦୃତ କରାଯାଇଛି।