ଅମିତାଭ ବଚ୍ଚନଙ୍କ ଘର ଥିଲା ରାଜୀବ ଗାନ୍ଧିଙ୍କ ଶ୍ୱଶୁର ଘର

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜୟନ୍ତୀ। ଏହି ଦିନରେ ଲୋକେ ତାଙ୍କୁ ମନେ ପକାନ୍ତି। ତାଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନିଅନ୍ତି। ଦେଶର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅଶୁଣା କଥାକୁ ଜାଣିବାକୁ ଚାହାଁନ୍ତି। ଏହି ଅଶୁଣା କଥା ମଧ୍ୟରେ ରାଜୀବ ଗାନ୍ଧି ଓ ତାଙ୍କର ବନ୍ଧୁ ଅଭିନେତା ଅମିତାଭ ବଚ୍ଚନଙ୍କ କାହାଣୀ ଅନ୍ୟତମ। ଯାହା ଶୁଣିଲେ ନୂଆ ଲାଗିବ। ଅମିତାଭ ବଚ୍ଚନ ଓ ରାଜୀବ ଗାନ୍ଧି […]

inext_p,,

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 02:57 PM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜୟନ୍ତୀ। ଏହି ଦିନରେ ଲୋକେ ତାଙ୍କୁ ମନେ ପକାନ୍ତି। ତାଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନିଅନ୍ତି। ଦେଶର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅଶୁଣା କଥାକୁ ଜାଣିବାକୁ ଚାହାଁନ୍ତି। ଏହି ଅଶୁଣା କଥା ମଧ୍ୟରେ ରାଜୀବ ଗାନ୍ଧି ଓ ତାଙ୍କର ବନ୍ଧୁ ଅଭିନେତା ଅମିତାଭ ବଚ୍ଚନଙ୍କ କାହାଣୀ ଅନ୍ୟତମ। ଯାହା ଶୁଣିଲେ ନୂଆ ଲାଗିବ।

ଅମିତାଭ ବଚ୍ଚନ ଓ ରାଜୀବ ଗାନ୍ଧି ଛୋଟ ବେଳର ବନ୍ଧୁ ଥିଲେ। ଏହି ଦୁଇ ବନ୍ଧୁ ଯେବେ ଦେଖାହେଉଥିଲେ ଖୁସି ମଜା କରିବା ସହ ନିଜ ନିଜ ଭିତରେ ସୁଖଦୁଃଖ ବାଣ୍ଟୁଥିଲେ। ରାଜୀବ ଗାନ୍ଧିଙ୍କୁ ୪ ବର୍ଷର ହୋଇଥିବା  ବେଳେ  ଅମିତାଭଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ରାଜୀବ ପ୍ରଥମ ଥର ପାଇଁ ଅମିତାଭଙ୍କୁ ଇନ୍ଦିରା ଗାନ୍ଧିଙ୍କ କୋଳରେ ଦେଖିଥିଲେ। ମାଆ ଇନ୍ଦିରାଙ୍କ ମାଧ୍ୟମରେ ହିଁ ଅମିତାଭଙ୍କ ସହ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା।

କଥାରେ ଅଛି, ଅସୁବିଧା ସମୟରେ ବନ୍ଧୁ ହିଁ କାମରେ ଆସନ୍ତି। ଏପରି କିଛି ଦେଖିବାକୁ ମିଳିଛି ରାଜୀବ ଓ ଅମିତାଭଙ୍କ ବନ୍ଧୁତାରେ। ସୋନିଆ ଗାନ୍ଧିଙ୍କ ସହ ୩ ବର୍ଷର ପ୍ରେମ ସଂପର୍କ ପରେ ରାଜୀବ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ମାଆ ଇନ୍ଦିରା ଗାନ୍ଧି ଏଥିପାଇଁ ମଞ୍ଜୁରୀ ଦେଇଥିଲେ। ବିବାହ ପାଇଁ ସୋନିଆ  ପ୍ରଥମ ଥର ୧୯୬୮ ମସିହାରେ ଭାରତ ଆସିଥିଲେ। ତାଙ୍କ ସହ ତାଙ୍କର ପରିବାର ଲୋକ ଇଟାଲିରୁ କେହି ଆସି ନଥିଲେ।  ବିବାହ କିପରି ହେବ? ଏହାକୁ ନେଇ ରାଜୀବ ଓ ଇନ୍ଦିରା ବଡ଼ ସମସ୍ୟାରେ ପଡ଼ିଯାଇଥିଲେ। ଭାରତୀୟ ପରମ୍ପରା ଅନୁସାରେ ବିବାହରେ  କନ୍ୟାର ପିତା  କନ୍ୟାଦାନ କରିବାର ପରମ୍ପରା ରହିଛି। କିନ୍ତୁ ସୋନିଆଙ୍କୁ ପିତା କନ୍ୟାଦାନ କରିବା ପାଇଁ ତାଙ୍କ ସହ ଆସିନଥିଲେ। ଏହି କଥାକୁ ନେଇ ରାଜୀବ ବହୁତ ଅସୁବିଧାରେ ପଡ଼ି ଯାଇଥିଲେ। ଏହି ସମସ୍ୟାକୁ ନେଇ ରାଜୀବ ନିଜ ଛୋଟବେଳର ବନ୍ଧୁ ଅମିତାଭଙ୍କ ପାଖରେ ପହଞ୍ଚିଥିଲେ। ଅମିତାଭ ରାଜୀବଙ୍କ ଏହି ସମସ୍ୟା ବିଷୟରେ ମାଆ ତେଜି ବଚ୍ଚନ  ଓ ପିତା ହରିବଂଶ ରାୟ ବଚ୍ଚନଙ୍କ  ନିକଟରେ କହିଥିଲେ। ଶେଷରେ ସୋନିଆଙ୍କ ବିବାହ ଅମିତାଭ ନିଜ ଘରେ କରିବାକୁ କହିଥିଲେ। ଅମିତାଭଙ୍କ କଥା ସମସ୍ତଙ୍କୁ ପସନ୍ଦ ଆସିଥିଲା।

୧୯୬୮ ମସିହା ଜାନୁଆରୀ ୧୩ ତାରିଖରେ ସୋନିଆ ପ୍ରଥମ ଥର ଭାରତ ଆସିଥିଲେ। ତାଙ୍କୁ ନେବାକୁ ଦିଲ୍ଲୀ ପାଲମ ବିମାନବନ୍ଦରକୁ ରାଜୀବଙ୍କ ସହ  ଅମିତାଭ ମଧ୍ୟ ଯାଇଥିଲେ।  ଭାରତୀୟ ପରମ୍ପରା ଅନୁସାରେ ବିବାହ ପୂର୍ବରୁ ଝିଅ ଶ୍ୱଶୁର ଘରକୁ  ଆସି ନଥାଏ। ସେଥିପାଇଁ ସୋନିଆ ରାଜୀବଙ୍କ ଘରକୁ ଆସି ନଥିଲେ।  ସେଠାରୁ ସେ ଅମିତାଭଙ୍କୁ ଯାଇଥିଲେ। ସେଠାରେ ସେ ୪୫ ଦିନ ରହିଥିଲେ।  ୪୫ ଦିନ ପରେ  ରାଜୀବ ଅମିତାଭଙ୍କ ଘରେ ବରଯାତ୍ରୀ ନେଇ ପହଞ୍ଚିଥିଲେ। ଆମିତାଭଙ୍କ ବାପା ହରିବଂଶ ରାୟ ବଚ୍ଚନ ସୋନିଆଙ୍କ କନ୍ୟାଦାନ କରିଥିଲେ। ଏହିପରି ଭାବରେ ରାଜୀବ ଓ ସୋନିଆଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ସୌଜନ୍ୟ- ଏନଡିଟିଭି

 

 

Related story