‘ପାପକ୍ଷୟଘାଟ’ରେ ପାପମୁକ୍ତ ହୋଇଥିଲେ ଦ୍ୱିତୀୟ ଅନଙ୍ଗଦେବ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲାର ‘ପାପକ୍ଷୟ ଘାଟ’ ହେଉଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋରମ। ଥରେ ଏଠାକୁ ଯିଏ ଆସିଛି ସେ ଫେରିବାକୁ ଚାହିଁନି। କିମ୍ବଦନ୍ତୀ କୁହେ, ଦିନେ ଏହିଠାରୁ ପାପମୁକ୍ତ ହୋଇଥିଲେ ଦ୍ୱିତୀୟ ଅନଙ୍ଗଦେବ। ସେ ଏହାର ନାଁ ‘ପାପକ୍ଷୟ ଘାଟ’ ରଖିଥିବା ଜନଶ୍ରୁତି ରହିଛି। ତେବେ ଦୁଃଖର ବିଷୟ, ରାଜ୍ୟସରକାର ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପ୍ରତି ପାତରଅନ୍ତର ନୀତି ଅବଲମ୍ୱନ କରୁଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠରେ ରହିଛି ଏହି ପାପକ୍ଷୟ ଘାଟ। ମହାନଦୀ ତଟକୁ ଲାଗି ରହିଥିବା ଏହି ଘାଟର ଇତିହାସ ଯେତିକି ରୋଚକ ତା’ ଠାରୁ […]

subanpur

subanpur

Jyoshna Pradhan
  • Published: Monday, 21 October 2019
  • Updated: 21 October 2019, 03:40 PM IST

Sports

Latest News

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲାର ‘ପାପକ୍ଷୟ ଘାଟ’ ହେଉଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋରମ। ଥରେ ଏଠାକୁ ଯିଏ ଆସିଛି ସେ ଫେରିବାକୁ ଚାହିଁନି। କିମ୍ବଦନ୍ତୀ କୁହେ, ଦିନେ ଏହିଠାରୁ ପାପମୁକ୍ତ ହୋଇଥିଲେ ଦ୍ୱିତୀୟ ଅନଙ୍ଗଦେବ। ସେ ଏହାର ନାଁ ‘ପାପକ୍ଷୟ ଘାଟ’ ରଖିଥିବା ଜନଶ୍ରୁତି ରହିଛି। ତେବେ ଦୁଃଖର ବିଷୟ, ରାଜ୍ୟସରକାର ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପ୍ରତି ପାତରଅନ୍ତର ନୀତି ଅବଲମ୍ୱନ କରୁଥିବା ଅଭିଯୋଗ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠରେ ରହିଛି ଏହି ପାପକ୍ଷୟ ଘାଟ। ମହାନଦୀ ତଟକୁ ଲାଗି ରହିଥିବା ଏହି ଘାଟର ଇତିହାସ ଯେତିକି ରୋଚକ ତା’ ଠାରୁ ଅଧିକ ମନୋରମ। ମହାନଦୀର କୁଳୁକୁଳୁ ଶଦ୍ଦ, ବିସ୍ତିର୍ଣ୍ଣ ଜଳ ରାଶି ଏବଂ ଶାନ୍ତ ପରିବେଶ। ଥରେ ଯିଏ ଏଠାକୁ ଆସିଛି, ତାର ମନ ହରଣ ହୋଇଛି। ଆଉ ବାରମ୍ୱାର ତାକୁ ହାତ ଠାରି ଡାକୁଛି ପାପକ୍ଷୟ ଘାଟ। ଏହି ପାପକ୍ଷୟ ଘାଟରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ଦୃଶ୍ୟ  ଦେଖିବାକୁ ଧାଇଁ ଆସନ୍ତି ଅନେକ ପର୍ଯ୍ୟଟକ। ସୂର୍ଯ୍ୟ ଉଦୟ ବେଳେ ଏହି ଘାଟରେ ବୁଡ଼ ପକାଇଲେ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଖାଲି ସେତିକି ନୁହେଁ, ଶହଶହ ବର୍ଷ ଆଗରୁ ଘାଟ ଉପରେ ଥିବା ବୃହତ ବରଗଛ ସୁଡ଼ଙ୍ଗରେ ଗଳି ପାର ହେଲେ ପାପକ୍ଷୟ ହୋଇଥାଏ ବୋଲି  ବିଶ୍ୱାସ ରହିଛି। ପଶ୍ଚିମ ଓଡ଼ିଶାର ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ଏଯାଏ ଘାଟର ବିକାଶ ହୋଇପାରିନି।

ଏହି ଅନନ୍ୟ ଆଧ୍ୟାତ୍ମିକ ଘାଟରେ ବର୍ଷକୁ ଦୁଇଥର ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ‘ଗ୍ରହଣ ମେଳା’ ବସିଥାଏ। ଏଠାକୁ ଦୂରଦୁରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି।  ଏହି ମେଳାରେ ଯୋଗ ଦେଲେ କୁଆଡ଼େ ଦୂରାରୋଗ ଭଲ ହୁଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ଥାଏ।  ପ୍ରତିବର୍ଷ ଏହି  ଘାଟକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଛନ୍ତି। ହେଲେ ଦୁଃଖର ବିଷୟ ଏଯାଏ ଘାଟର ବିକାଶ ପ୍ରତି ସରକାର ତିଳେ ମାତ୍ର ଧ୍ୟାନ ଦେଇନାହାନ୍ତି। ଏପରିକି ଘାଟରେ ସଫେଇ ପ୍ରତି ଆଦୌ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଯାହାଫଳରେ ଚାରିଆଡ଼େ ଅପରିଷ୍କାର ହେବା ସହିତ ଉଇହୁଙ୍କା ମାଡ଼ି ଯାଇଛି। କହିବାକୁ ଗଲେ ବର୍ତ୍ତମାନ ଏହି ଘାଟ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି।

ଘାଟ ନିକଟରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଶୌଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ନାନା ହଇରାଣ ହେଉଛନ୍ତି। ଏପରିକି ପର୍ଯ୍ୟଟକମାନେ ସୂର୍ଯ୍ୟ ଅସ୍ତର ମନୋରମ ଦୃଶ୍ୟ କରି ସନ୍ଧ୍ୟା ପୂର୍ବରୁ ଫେରୁ ଯାଉଛନ୍ତି। ଘାଟକୁ ଯିବାକୁ ହେଲେ ଭଲ ରାସ୍ତାଟିଏ ମଧ୍ୟ ନାହିଁ। 

ଏନେଇ ସ୍ଥାନୀୟ ବାସିନ୍ଦା ବିନୋଦ ବିାହରୀ ମିଶ୍ର,“ ଏହି ପାପକ୍ଷୟ ଘାଟ ରାଜ୍ୟର ଏକ ଐତିହ୍ୟ ପୀଠ।  ଏଠାରେ ଦ୍ୱିତୀୟ ଅନଙ୍ଗଦେବ ପାପମୁକ୍ତ ହୋଇଥିଲେ। ସେ ବ୍ୟାଧିରୁ ମୁକ୍ତ ହୋଇଥିଲେ। ଏଥିପାଇଁ ସେ ଏହି ସ୍ଥାନର ନାଁ ପାପକ୍ଷୟ ଦେଇଥିଲେ। ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଆସନ୍ତି। ଏଠାରେ ଶୌଚାଳୟ ନାହିଁ। ଯାହାଫଳରେ ଲୋକେ ରାସ୍ତା କଡ଼ରେ ଶୌଚ କରି ଅପରିଷ୍କାର କରୁଛନ୍ତି। ଘାଟର ପାହାଚ ଗୁଡ଼ିକର ପୁନରୁଦ୍ଧାର କରାଗଲେ ଯାତ୍ରୀମାନେ ଯିବା ଆସିବାରେ ସୁବିଧା ହେବ। ଏଠାରେ ରହୁଥିବା ସ୍ଥାନୀୟ ଲୋକେ ଗାଧୋଇବା ବେଳେ ଅସୁବିଧା ହେଉଛି। ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଘାଟ ତିଆରି କଲେ ସୁବିଧା ହେବ। ପର୍ଯ୍ୟଟଙ୍କ ସୁବିଧା ପାଇଁ ସରକାର କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା।”

ପର୍ଯ୍ୟଟକ ଅଞ୍ଜଳି ବାରିକ କହିଛନ୍ତି,“ଏହି ଘାଟକୁ ବୁଲିବାକୁ ଆମେ ବରଗଡ଼ରୁ ଆସିଛୁ। ହେଲେ ଏଠି ରହିବା ପାଇଁ କୌଣସି ସୁବିଧା ନାହିଁ। ଶୌଚାଳୟ ନାହିଁ। ଏହାର ଉନ୍ନତି ହୋଇ ପାରୁ ନାହିଁ। ଏହାର ପରିବେଶ ବହୁତ ସୁନ୍ଦର। ଚାରିପଟେ ପାହାଡ଼ ରହିଛି। ବହୁତ ଗୁଡ଼ିଏ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି।

ବିନିକା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ କହିଛନ୍ତି,“ଆମେ ସବୁବେଳେ ପାପକ୍ଷୟ ଘାଟକୁ ଧ୍ୟାନ ଦେଉଛୁ। ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଆଗକୁ ମଧ୍ୟ ଚାଲିବ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos