ଭାଙ୍ଗିଗଲା ଅଙ୍ଗନବାଡ଼ି କେନ୍ଦ୍ର; ପିଲାଙ୍କୁ ପଢ଼ାଇବାକୁ ଦିଦି ତିଆରି କଲେ ଘର

ମୋହନା(ମିହିର ଜତି): କୁନି କୁନି କୋମଳମତି ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇଛି। ହେଲେ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ବାରଣ୍ଡାରେ ପାଠ ପଢ଼ା ଚାଲିଛି ତ ଆଉ କେଉଁଠି ନିର୍ମାଣାଧୀନ କୋଠା ଅଧପନ୍ତରିଆ ହୋଇ ପଡ଼ି ରହିଛି। ପିଲାମାନେ କୁଡ଼ିଆ ଘରେ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ପିଣ୍ଡିକି ଗ୍ରାମ ପଞ୍ଚାୟତର ହରିଜନ ସାହିରେ। ପୂର୍ବରୁ […]

99000

99000

Tapaswini Nayak
  • Published: Tuesday, 22 October 2019
  • Updated: 22 October 2019, 01:25 PM IST

Sports

Latest News

ମୋହନା(ମିହିର ଜତି): କୁନି କୁନି କୋମଳମତି ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇଛି। ହେଲେ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ବାରଣ୍ଡାରେ ପାଠ ପଢ଼ା ଚାଲିଛି ତ ଆଉ କେଉଁଠି ନିର୍ମାଣାଧୀନ କୋଠା ଅଧପନ୍ତରିଆ ହୋଇ ପଡ଼ି ରହିଛି। ପିଲାମାନେ କୁଡ଼ିଆ ଘରେ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ପିଣ୍ଡିକି ଗ୍ରାମ ପଞ୍ଚାୟତର ହରିଜନ ସାହିରେ।

ପୂର୍ବରୁ ହରିଜନ ସାହିରେ ଏକ ଅଙ୍ଗନବାଡି କେନ୍ଦ୍ର ଥିଲା। ହେଲେ ଏହି କେନ୍ଦ୍ରଟି ଭାଙ୍ଗିରୁଜି ଯାଇଛି। ପିଲାମାନେ ସେଠାରେ ବସି ପାଠ ପଢ଼ିବା ସମ୍ଭବପର ନୁହେଁ। ଏଥିପାଇଁ ସରକାର ଗାଁରେ ନୂଆ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ଦୁଇ ବର୍ଷ ଏହି କୋଠାଟି ଅଧପନ୍ତରିଆ ହୋଇ ପଡ଼ି ରହିଛି।

ଶେଷରେ ବାଧ୍ୟ ହୋଇ ଅଙ୍ଗନବାଡି ଦିଦି ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିଜେ ପ୍ରଚେଷ୍ଟାରେ ଏକ କୁଡ଼ିଆ ନିର୍ମାଣ କରିଥିଲେ। ସେଠାରେ ସେଣ୍ଟର ପରିଚାଳନା କରିଥିଲେ। ପ୍ରତିଦିନ ଏହି କେନ୍ଦ୍ରକୁ ଗାଁର ପ୍ରାୟ ୩୦ ଊର୍ଦ୍ଧ୍ୱ ଶିଶୁ ପାଠ ପଢ଼ିବାକୁ ଆସୁଛନ୍ତି। ଏହି କେନ୍ଦ୍ରରେ ରନ୍ଧା ଖାଦ୍ୟ ମଧ୍ୟ ଖାଇବାକୁ ଦିଆଯାଉଛି। ଏହା ସହ ନାଚ ଗୀତ ମଧ୍ୟ ଶିଖାଯାଉଛି। ହେଲେ ଛୋଟ କୁଡ଼ିଆରେ ପିଲାମାନଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି। ଏହାସହ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାକୁ କଷ୍ଟକର ହେଉଥିବା ଅଙ୍ଗନବାଡ଼ି ଦିଦି ଅଭିଯୋଗ କରିଛନ୍ତି।

ଅଙ୍ଗନବାଡ଼ି ଦିଦି ଇନ୍ଦା ନାୟକ କହିଛନ୍ତି, “ଆମର ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ମୁଁ ନିଜେ ଘର ତିଆରି କରି ପିଲାମାନଙ୍କୁ ପାଠ ପଢ଼ାଉଛି। ଅଙ୍ଗନବାଡ଼ି ପାଇଁ ନିଜସ୍ୱ ଘର ଅଧପନ୍ତରିଆ ହୋଇ ପଡ଼ି ରହିଛି। ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ରର କାମ ଶୀଘ୍ର ସରିଗଲେ ଭଲ ହୁଅନ୍ତା। ଏହି କୁଡ଼ିଆ ଘରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅସୁବିଧା ହେଉଛି।”

ଏ ସମ୍ପର୍କରେ ମୋହନା ବିଡିଓ ବଂଶୀଧର ଖୋସଲାଙ୍କୁ ଅବଗତ କରିବାରୁ ସେ କହିଛନ୍ତି, “ମୋହନ ବ୍ଲକ୍‌ ଅନ୍ତର୍ଗତ ପିଣ୍ଡିକେ ଗ୍ରାମ ପଞ୍ଚାୟତରେ କାମ ଅଧା ହୋଇ ପଡ଼ିରହିଥିବା ଦୁଇ ମାସ ପୂର୍ବରୁ ନୋଟିସ୍‌ରେ ଆସିଥିଲା। ପୂର୍ବରୁ କାମ ଚାଲିଥିଲା। ହେଲେ ବର୍ଷା ଯୋଗୁ କାମ ବନ୍ଦ ରହିଛି। ତିନି ଚାରି ଦିନ ହେବ କାମ ଆରମ୍ଭ ହୋଇଛି। ଦୁଇ ତିନି ମାସ ଭିତରେ ଦିନ ଭିତରେ ଏହି କାମ ସରିଯିବ।”

ଗ୍ରାମବାସୀ ମିରା ନାୟକ କହିଛନ୍ତି, “କୁଡିଆ ଘରେ ଅଙ୍ଗନବାଡି ଚାଲିଛି। ପଢ଼ାପଢ଼ିରେ ଅସୁବିଧା ହେଉଛି। ଶୀଘ୍ର ଅଙ୍ଗନବାଡି ତିଆରି ହେଲେ, ଭଲ ହୁଅନ୍ତା। ପିଲାମାନେ ସୁବିଧାରେ ପାଠ ପଢ଼ି ପାରନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story