ଅନ୍ଧାରୀ ମୁଲକରେ ଆଶାର କିରଣ ଆଶା

ଜୟପୁର (ଟି.ଗୌରୀଶଙ୍କର): ଜଳ ଭଣ୍ଡାରରେ ଅକାତ କାତ ପାଣି। ନୀଳ ଜଳ ରାଶିରେ ଏକୁଆଟିଆ ଆହୁଲା ମାରି ଆଗକୁ ମାଡ଼ି ଯାଉଛନ୍ତି ଆଶା ଦିଦି ବୃନ୍ଦା ଖଲ। ବାମ ହାତ ଥକିଗଲେ ସେ ଡାହାଣ ହାତରେ ଆହୁଲା ମାରୁଛନ୍ତି। ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ କର୍ତ୍ତବ୍ୟ ପାଇଁ ସେ ଏମିତି ଜଲାପୁଟ୍‌ ନଦୀକୁ ଅତିକ୍ରମ କରି ଯାଆନ୍ତି ଆର ପାଖ ଗାଁକୁ। ଆଉ ସେଠାରୁ ପୋଲିଓ ଔଷଧ ଧରି ଗାଁକୁ ଫେରନ୍ତି। ଗାଁରେ ଛୋଟ ଛୋଟ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆନ୍ତି। କେବଳ ପଲ୍ସ ପୋଲିଓ ନୁହେଁ, ସରକାରଙ୍କ ସବୁ କାମରେ ସେ ନିଜକୁ ଏମିତି ସାମିଲ କରିଥାଆନ୍ତି। ଏମିତି ଚିତ୍ର ଆସିଛି କୋରାପୁଟ୍‌ ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳରୁ।

ପୂରା ଘଟଣାଟି ଏମିତି। ଜଲାପୁଟ୍‌ ଜଳ ଭଣ୍ଡାରରେ ଭିତରେ ରହିଛି ସାବୁନ, ଉପରସାବୁନ ଓ ଲାମାଣ୍ଡୁର ଗାଁ। ଏଠାରେ ୩୦୦ରୁ ଅଧିକ ଲୋକ ବାସ କରନ୍ତି। ଏମାନେ ସାଧାରଣତଃ ଚାଷ ବାସ କରି ପରିବାର ଭରଣ ପୋଷଣ କରନ୍ତି। ଦେଶ ସ୍ୱାଧୀନତା ହେବାର ଏବେ ବର୍ଷ ପରେ ମଧ୍ୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଲୋକମାନଙ୍କର ଏକମାତ୍ର ଭରସା ହେଉଛି ଦେଶୀ ଡଙ୍ଗ।

ଗାଁ ଲୋକମାନେ ନିଜ ହାତରେ ଡଙ୍ଗା ବାହି ଜଳଭଣ୍ଡାର ପାର ହୋଇଥାଆନ୍ତି। ୨୦ ମିନିଟ୍‌ର ଜଳ ଯାତ୍ରା ପରେ ଲୋକେ ଅରଗଣ୍ଡାରେ ପହଞ୍ଚିଥାଆନ୍ତି। ସେଠାରୁ କାମ ଅନ୍ୱୋଷଣରେ ଅନ୍ୟ ଗାଁକୁ ଯାଇଥାଆନ୍ତି ଲୋକେ। ହେଲେ ସଞ୍ଜ ନଇଁବା ପୂର୍ବରୁ ଘାଟକୁ ଫେରି ଆସନ୍ତି। ସେଠାରୁ ନିଜ ହାତରେ ଆହୁଲା ମାରି ଗାଁକୁ ଫେରନ୍ତି। ଇଏ ତାଙ୍କର ନିତି ଦିନିଆ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ।

ବିକାଶର କଥାକୁ  ନେଇ  ସରକାରଙ୍କ କାହିଁ କେତେ ଚିତ୍କାର କରୁଛନ୍ତି। ପୂଳା ପୂଳା ପ୍ରତିଶ୍ରୁତି ସାଙ୍ଗକୁ ଗାଁରୁ ସହର ସବୁଠି ବିକାଶର ଲମ୍ବା ତାଲିକା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ଏହି ତିନୋଟି ଗାଁକୁ ଗମନାଗମନର ସୁବିଧା ନଥିବା ବେଳେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା କଥା ନକହିବା ଭଲ। ଗାଁରେ ଅଙ୍ଗନବାଡିଟିଏ ମଧ୍ୟ ନାହିଁ। ସ୍କୁଲକୁ ଯିବାକୁ ହେଲେ ଡଙ୍ଗାରେ ନଦୀ ପାର ହୋ ନିକଟସ୍ଥ ଜବାଗୁଡା ସ୍କୁଲକୁ ପିଲାମାନଙ୍କୁ ଯିବାକୁ ପଡ଼ୁଛି।

ସବୁଠାରୁ ଦୁର୍ଭାଗ୍ୟ କଥା ହେଉଛି, ଜଲାପୁଟ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦାନ ହେଉଥିଲେ ମଧ୍ୟ ଜଲାପୁଟ ଜଳଭଣ୍ଡାର ଜଳ ଘେରିରେ ରହୁଥିବା ଗାଁରେ ଏଯାଏ ବିଦ୍ୟୁତ ସଂଯୋଗ ପାଇନାହାନ୍ତି। ସୋଲାର ଲାଇଟ ଯୋଗାଇ ଦେ କାମ ସାରିଦେଇଛି ପ୍ରଶାସନ। ଯାହାବି ଠିକରେ କାମ କରୁନଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।