Advertisment

୧୬ ବର୍ଷ ଧରି ଜଙ୍ଗଲ ଜଗିଛନ୍ତି ସାଧୁ ସନ୍ଥ

ବିନିକା (ଓଡ଼ିଶା ରିପୋର୍ଟର): ଗଛ ବଞ୍ଚିଲେ ଆମେ ବଞ୍ଚିବା, ଗଛ ବିନା ଆମେ କିଛି ନୁହେଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିବାକୁ ଯାଇ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଜଙ୍ଗଲ ଜଗିଛନ୍ତି ସାଧୁ ସନ୍ଥ। ଜଣେ ନୁହେଁ ୨୫ରୁ ଅଧିକ ସାଧୁ ଏପରି ଜଙ୍ଗଲ ଜଗିବାର କାର୍ଯ୍ୟ କରୁଛନ୍ତି। ୧୬ ବର୍ଷର ଏହି ତପସ୍ୟା ପରେ ସୃଷ୍ଟି କରିଛନ୍ତି ଔଷଧୀୟ ଗଛର ଏକ ଘଞ୍ଚ ଜଙ୍ଗଲ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ଥିବା ବୁଲୁଣ୍ଡା ନୂଆ […]

୧୬ ବର୍ଷ ଧରି ଜଙ୍ଗଲ ଜଗିଛନ୍ତି ସାଧୁ ସନ୍ଥ

p1

Advertisment

ବିନିକା (ଓଡ଼ିଶା ରିପୋର୍ଟର): ଗଛ ବଞ୍ଚିଲେ ଆମେ ବଞ୍ଚିବା, ଗଛ ବିନା ଆମେ କିଛି ନୁହେଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିବାକୁ ଯାଇ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଜଙ୍ଗଲ ଜଗିଛନ୍ତି ସାଧୁ ସନ୍ଥ। ଜଣେ ନୁହେଁ ୨୫ରୁ ଅଧିକ ସାଧୁ ଏପରି ଜଙ୍ଗଲ ଜଗିବାର କାର୍ଯ୍ୟ କରୁଛନ୍ତି। ୧୬ ବର୍ଷର ଏହି ତପସ୍ୟା ପରେ ସୃଷ୍ଟି କରିଛନ୍ତି ଔଷଧୀୟ ଗଛର ଏକ ଘଞ୍ଚ ଜଙ୍ଗଲ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ଥିବା ବୁଲୁଣ୍ଡା ନୂଆ ଗାଁ ବୃନ୍ଦାବନ ମଠରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ପରିବେଶ ପ୍ରତି ସାଧୁସନ୍ଥମାନଙ୍କର ଏପରି ଉତ୍ସର୍ଗୀକୃତ ମନୋଭାବ ଆଖପାଖ ଅଞ୍ଚଳର ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

publive-image

ବୁଲୁଣ୍ଡା ନୂଆ ଗାଁରେ ଥିବା ବୃନ୍ଦାବନ ମଠରେ ରୁହନ୍ତି ପାଖାପାଖି ୨୦ରୁ ୨୫ ଜଣ ସାଧୁ। ପ୍ରଦୂଷଣ ରୋକିବା ସହ ଭଲ ବର୍ଷା ପାଇଁ ଦୀର୍ଘ ୧୬ ବର୍ଷ ଧରି ଏମାନେ ଗଛ ଲଗାଇ ଆସୁଛନ୍ତି। ଏପରିକି ପ୍ରତିଦିନ ଜଙ୍ଗଲ ସଫା କରିବା ସହିତ ଗଛଗୁଡ଼ିକର ଯତ୍ନ ନେବା କାର୍ଯ୍ୟ ବି ସେମାନେ ନିଜେ ହିଁ କରିଥା’ନ୍ତି। ଏହି ଜଙ୍ଗଲରେ ରହିଛି ଆମ୍ୱ, ପଣସ, ଚନ୍ଦନ, ଲବଙ୍ଗ, ଅଳେଅଚ, ହରିଡ଼ା, ବାହାଡ଼, ଜାଇଫଳ ଓ ତେଜପତ୍ର ପରି ଅନେକ ଔଷଧୀୟ ବୃକ୍ଷ। ତୁଳସୀ ବଗିଚା ସାଙ୍ଗକୁ ରଙ୍ଗବେରଙ୍ଗର ଫୁଲଗଛ ମଧ୍ୟ ଏଠାରେ ଲଗାଯାଇଛି। ସାଧୁମାନଙ୍କର ଏହି ଭିନ୍ନ ପ୍ରୟାସକୁ ଚାରିଆଡୁ ପ୍ରଶଂସା କରାଯାଉଛି।

Advertisment

ଏହି ମଠରେ ଥିବା ସାଧୁମାନେ ଦିନବେଳା ଭିକ୍ଷା କରି ଚଳିଥା’ନ୍ତି। ସେହି ଭିକ୍ଷା ବୃତ୍ତିରୁ ଯାହା ମିଳେ ସେଥିରେ ଜଙ୍ଗଲର ଯତ୍ନ ନେଇଥା’ନ୍ତି।

publive-image

ଏହି ଔଷଧୀୟ ଜଙ୍ଗଲକୁ ଦେଖିବାକୁ ତଥା ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଯେପରିକି ହରିଦ୍ୱାର, ବୃନ୍ଦାବନ, ଆଲ୍ଲାହାବାଦ ଓ ଚିତ୍ରକୋଟ ଆଦି ସ୍ଥାନରୁ ହଜାର ହଜାର ସାଧୁସନ୍ଥଙ୍କର ଭିଡ଼ ଜମିଥାଏ।

ଏହି ଜଙ୍ଗଲ ସଂପର୍କରେ ଜଣେ ସାଧୁ କହିଛନ୍ତି, ‘ବାୟୁ ପ୍ରଦୂଷଣ ଏବେ ଚିନ୍ତା ସୃଷ୍ଟି କରିଛି। ସେଥିପାଇଁ ଆମେ ସାଧୁ ସନ୍ଥ ମିଶି ୫ ଏକର ଜମିରେ ଔଷଧୀୟ ବୃକ୍ଷର ଜଙ୍ଗଲ ସୃଷ୍ଟି କରିଛୁ। ଏହାଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକାଯିବା ସହ ଭଲ ବର୍ଷା ମଧ୍ୟ ହେବ। ତେବେ ଏହି ଜଙ୍ଗଲର ସୁରକ୍ଷା ପାଇଁ ସରକାରୀ ସହାୟତା ଯୋଗାଇ ଦେଲେ ଜଙ୍ଗଲର ଉନ୍ନତି ହୋଇପାରିବ ବୋଲି ସାଧୁସନ୍ଥ ଓ ଗ୍ରାମବାସୀମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe