ହେମାମାଳିନୀଙ୍କ ଏହି ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

ମୁମ୍ବାଇ: ୧୯୭୨ରେ ରିଲିଜ୍ ହୋଇଥିଲା ହେମାମାଳିନୀଙ୍କ ହିଟ୍ ଫିଲ୍ମ ‘ସୀତା ଔର ଗୀତା’। ଏହି ଫିଲ୍ମଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୫ ଥର ଦେଖିଥିଲେ। ଏକଥା ନିଜେ ହେମାମାଳିନୀ କହିଥିଲେ। ଗତ ବର୍ଷ ଏପ୍ରିଲ୍‌ ମାସରେ ଉତ୍ତର ପ୍ରଦେଶର ମଥୁରାରେ ଏକ ଦଳୀୟ କାର୍ଯ୍ୟରେ ଯୋଗ ଦେବା ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏହି ରାଜ୍‌ର ଖୁଲାସା କରିଥିଲେ। ହେମା କହିଥିଲେ,“ମୁଁ କେବେ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟି ନ ଥିଲି। ଥରେ ଦଳର […]

Untitled

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 05:16 PM IST

ମୁମ୍ବାଇ: ୧୯୭୨ରେ ରିଲିଜ୍ ହୋଇଥିଲା ହେମାମାଳିନୀଙ୍କ ହିଟ୍ ଫିଲ୍ମ ‘ସୀତା ଔର ଗୀତା’। ଏହି ଫିଲ୍ମଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୫ ଥର ଦେଖିଥିଲେ। ଏକଥା ନିଜେ ହେମାମାଳିନୀ କହିଥିଲେ।
ଗତ ବର୍ଷ ଏପ୍ରିଲ୍‌ ମାସରେ ଉତ୍ତର ପ୍ରଦେଶର ମଥୁରାରେ ଏକ ଦଳୀୟ କାର୍ଯ୍ୟରେ ଯୋଗ ଦେବା ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏହି ରାଜ୍‌ର ଖୁଲାସା କରିଥିଲେ।

ହେମା କହିଥିଲେ,“ମୁଁ କେବେ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟି ନ ଥିଲି। ଥରେ ଦଳର ଜଣେ ପଦାଧିକାରୀଙ୍କୁ ଏ ବିଷୟରେ କହିଲି। ସେ ମୋତେ ବାଜପେୟୀଙ୍କ ପାଖକୁ ନେଇ ଯାଇଥିଲେ। ମୁଁ ଅନୁଭବ କଲି ସେ ମୋତେ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ଟିକେ ପଛଘୁଞ୍ଚା ଦେଉଛନ୍ତି। ମୁଁ ବି କିଛି ବୁଝିପାରିଲିନି। ତେଣୁ ସେଠାରେ ଉପସ୍ଥିତ ଅନ୍ୟ ଜଣେ ମହିଳା ସଦସ୍ୟଙ୍କୁ ଏନେଇ ପଚାରିଲି। ସେ ମୋତେ କହିଲେ ଯେ ବାଜପେୟୀ ଆପଣଙ୍କର ଜଣେ ବହୁତ ବଡ଼ ପ୍ରଶଂସକ। ସେ ଆପଣଙ୍କ ‘ଗୀତା ଔର ସୀତା’ ଫିଲ୍ମକୁ ୨୫ ଥର ଦେଖିଛନ୍ତି। ହଠାତ୍ ଆପଣଙ୍କୁ ସମ୍ମୁଖରେ ପାଇ କିଛି କହିପାରୁ ନାହାନ୍ତି।”
ହେମାମାଳିନୀ ବିଜେପି ଟିକେଟ୍‌ରେ ମଥୁରାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

 

Related story