ବହୁ ବର୍ଷ ତଳର କଥା। ପାଠପଢ଼ା ସାରି ଚାକିରି ଖୋଜୁଥାଏ। ଭୁବନେଶ୍ୱରରେ ମାମୁ ଘରେ ଥାଏ। ଏମିତି ଦିନେ ଖରାବେଳେ ବସି ଟିଭି ଦେଖୁଥାଏ। ହଠାତ୍ ନଜର ପଡ଼େ ଟିଭି ପାଖରେ ଟଙ୍ଗା ହୋଇଥିବା ପିପିଲି ଚାନ୍ଦୁଆ ଉପରେ। ମଝିରେ କଳିଆ ଠାକୁରଙ୍କ ମୁହଁ।
ସେଦିନ ତାର ମୁରୁକି ହସରେ ମନଟା କାହିଁକି କେଜାଣି ଲାଖିଗଲା। ଟିଭି ଦେଖା ଭୁଲିଗଲି ଓ କାଳିଆକୁ ଚାହିଁ ରହିଲି। ଆଉ ମନେ ମନେ ଭାବିଲି, ସମସ୍ତେ କୁହନ୍ତି, କୁଆଡ଼େ କାଳିଆର ଡୋରି ନ ଲାଗିଲେ ତାର ଦର୍ଶନ ପାଇବା କଷ୍ଟ। ମନେ ମନେ ଭାବିଲି, ମୁଁ କ’ଣ ପାପୀ? କାହିଁ ମତେ ତ କାଳିଆର ଡୋରି ଲାଗୁନି? କେଉଁ ପିଲା ବେଳେ ଯାଇଥିଲି ଶ୍ରୀମନ୍ଦିରକୁ। ବାପା କାନ୍ଧ ଉପରେ ବସାଇ ଦେଖାଇଥିଲେ। ତଥାପି ତୁ ଲୁଚକାଳି ଖେଳୁଥିଲୁ, ଦର୍ଶନ ଦେଇ ନଥିଲୁ।
ଏମିତି ଭାବୁ ଭାବୁ ମାଇଁ ଆସି କହିଲେ, ଝିଅ ଜଲଦି ବାହାରେ ଯିବା ପୁରୀ। ମାମୁଙ୍କର ହଠାତ୍ କ’ଣ କାମ ପଡ଼ିଛି।
ପୁରୀ ଯିବା କଥା ଶୁଣି ମୁଁ ନାଚି ଉଠିଲି। ଓଃ, କ’ଣ ସତରେ ଆଜି ମତେ କାଳିଆର ଡୋରି ଲାଗିଛି। ମାଇଁଙ୍କୁ ପଚାରିଲି ମନ୍ଦିର ଯିବା ତ...।
ସେ କହିଲେ, ହଁ। ମାମୁ ଆମକୁ ମନ୍ଦିରରେ ଛାଡ଼ି ଦେଇ ଯିବେ। ତାଙ୍କ କାମ ସରିଲେ ଆସିବେ। ଆମେ ଅବଢ଼ା ଖାଇ ଫେରିବା।
ସାଙ୍ଗେ ସାଙ୍ଗେ ଆମେ ପୁରୀ ବାହାରିଲୁ। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ରାସ୍ତା ମୋତେ ବହୁତ ସମୟ ଲାଗୁଥାଏ। କାଲିଆକୁ ଦର୍ଶନ କରିବା ନିଶାରେ ମୁଁ ଧୈର୍ଯ୍ୟହରା ହୋଇଯାଉଥାଏ।
ବହୁତ ଥର ସୁଯୋଗ ଆସିଛି। କିନ୍ତୁ ମୁଁ ପୁରୀ ଯାଇ ପାରିନି। ଥରେ ସ୍କୁଲ ପିକ୍ନିକ୍ରେ ମନ୍ଦିର ପାଖକୁ ଯାଇଥିଲି, ହେଲେ ପରିବାରର ଜଣଙ୍କ ମୃତ୍ୟୁ ଖବର ପାଇ ଭିତରକୁ ଯାଇ ପାରି ନଥିଲି।
ଥରେ ଦୁଇ ମାସ ପୁରୀରେ ଯାଇ ରହିଥିଲି। ଜଣେ ସମ୍ପର୍କୀୟଙ୍କ ଘରେ। କିନ୍ତୁ ବାପାଙ୍କ ମୃତ୍ୟୁର ବର୍ଷେ ପୂରି ନଥିବାରୁ ସେତେବେଳେ ମଧ୍ୟ ଯାଇପାରି ନଥିଲି।
ଏତେ ଦିନ ପରେ କାଳିଆର ଦର୍ଶନ ମିଳିବ। ମନ ପୂରା ଉଚ୍ଛନ୍ନ ହେଉଥାଏ। ମନେ ମନେ ଭାବୁଥାଏ, ଆଜି ଠାକୁରଙ୍କ ଦର୍ଶନ କରି ମୋର ସବୁ ଦୁଃଖ ଜଣାଇ ଦେବି। ଏମିତି ଭାବନା ଭିତରେ ଗାଡ଼ି ଯାଇ ଲାଗିଲା ଶ୍ରୀକ୍ଷେତ୍ରରେ।
କିଛି ସମୟ ଅପେକ୍ଷା ପରେ ଆଶା ଛାଡି ସମସ୍ତେ ଉଠିଲୁ ଫେରି ଆସିବା ପାଇଁ। ଆଉ ସେହି ସମୟ ସାଙ୍ଗେ ସାଙ୍ଗେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ପହଡ଼ ଖୋଲିଲା। ଆଉ ଆମେ ଘଣ୍ଟାଏ କାଳ ଭିଡ଼ ଭିତରେ ଯାଇ କାଳିଆର ଦର୍ଶନ କଲୁ।
ଦୂରରୁ ଦେଖିଲି ମନ୍ଦିର ଦୃଶ୍ୟ। ଆଃ କି ସୁନ୍ଦର! ଆମ ଓଡ଼ିଶାର ଗର୍ବ ଆଉ ଗୌରବ। କାଳିଆକୁ ଦେଖିବାର ଇଚ୍ଛାରେ ପାଦ ଚଳଚଞ୍ଚଳ ହୋଇ ଉଠିଲା ବଡ଼ଦାଣ୍ଡରେ। ସେଦିନ ମନ୍ଦିରରେ ବହୁତ ଭିଡ଼ ଥାଏ। ଆମେ ମନ୍ଦିରରେ ପହଞ୍ଚିବା ବେଳକୁ ପହଡ଼ ବି ପଡ଼ିଯାଇଥାଏ। କ’ଣ ଗୋଟେ ନୀତି ବିଳମ୍ୱ ପାଇଁ ପହଡ଼ ଖୋଲିବାରେ ବିଳମ୍ୱ ହେଇଥାଏ। ଲୋକ ମନ୍ଦିର ବେଢାରେ ବ୍ୟାକୁଳ ହେଉଥା’ନ୍ତି କାଳିଆର ଦର୍ଶନ ପାଇଁ।
ସନ୍ଧ୍ୟା ହେବାକୁ ବସିଲା। ମାମୁ ନିଜ କାମ ସାରି ପହଞ୍ଚିଲେ। ସେ ପର୍ଯ୍ୟନ୍ତ ପହଡ଼ ଖୋଲି ନଥାଏ। ମାମୁ କହିଲେ ଚାଲ ପଳେଇବା। ଆଉ କେବେ ଆସିବା। ଆମକୁ ପୁଣି ଗାଁକୁ ଫେରିବାର ଅଛି। ମୋ ମନ କିନ୍ତୁ ମାନୁ ନଥାଏ। ଭାବୁଥାଏ ଠାକୁର ଏମିତି ନିରାଶ କରିବେନି। ଆଉ କିଛି ସମୟ ଅପେକ୍ଷା କରିବା।
କିଛି ସମୟ ଅପେକ୍ଷା ପରେ ଆଶା ଛାଡି ସମସ୍ତେ ଉଠିଲୁ ଫେରି ଆସିବା ପାଇଁ। ଆଉ ସେହି ସମୟ ସାଙ୍ଗେ ସାଙ୍ଗେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ପହଡ଼ ଖୋଲିଲା। ଆଉ ଆମେ ଘଣ୍ଟାଏ କାଳ ଭିଡ଼ ଭିତରେ ଯାଇ କାଳିଆର ଦର୍ଶନ କଲୁ।
ସେଦିନ କାଳିଆର ଚକା ଆଖି ଆଉ ମନଲୋଭା ହସ କି ସୁନ୍ଦର ଥିଲା। ଲାଗୁଥିଲା ଯେମିତି କାଳିଆ ମତେ କନ୍ଦେଇ ନିଜେ ଖିଲି ଖିଲି ହସୁଛି। ଆଉ ତା’ର ହସ ଦେଖି ମୋର ଆଖିରୁ ଲୁହ ବାହାରି ଆସୁଥାଏ।
ସେଦିନ କେତେ କଥା ଭାବିଥିଲି କାଳିଆକୁ କହିବି ବୋଲି। ହେଲେ ତା’ର ଚକା ଆଖି ଆଉ ସୁନ୍ଦର ମୁଖ ମତେ ଯେମିତି ମୋହିତ କରି ଦେଇଥିଲା। ତା’ର ସୁନ୍ଦର ରୂପ ଦେଖି ମୋର ଆଖିରୁ ଅନବରତ ଲୁହ ବହିଯାଉଥିଲା। ଆଉ ତା’ର ଚକା ଆଖିରେ ମୋର ଆଖି ଲାଖି ଯାଇଥିଲା। ସେଦିନ ମୁଁ ଅନୁଭବ କଲି କାଳିଆର ଡୋରି ନ ଲାଗିଲେ ପୁରୀ ଯିବା ଅସମ୍ଭବ।