ଡିଗ୍ରୀଧାରୀ ଅଟୋ ଡ୍ରାଇଭର ସୋସିଆଲ୍‌ ମିଡିଆରେ ହିରୋ, କାହିଁକି ଜାଣନ୍ତୁ

କରୁପ୍ପାସ୍ୱାମୀ। ତାମିଲ ସାହିତ୍ୟରେ ଏମ୍‌ଏ କରିଛନ୍ତି। ଏହି ବିଷୟରେ ଏବେ ଏମ୍‌. ଫିଲ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ତାଙ୍କ ରୋଜଗାର ଓ ସୌକ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏମ୍‌ଏ ପଢିବା ପରେ ଯେ କେହି ବି ଚାକିରି କରି ଅଧିକ ରୋଜଗାର କରିବାକୁ ବିଭିନ୍ନ ଯୋଜନା କରିଥାନ୍ତି। ହେଲେ କରୁପ୍ପାସ୍ୱାମୀ ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଯେଉଁ କାମ କରୁଛନ୍ତି ସେଥିପାଇଁ କେବଳ ତାମିଲନାଡୁରେ ନୁହେଁ ପୂରା ସୋସିଆଲ ମିଡିଆରେ ହିରୋ ବନି ଯାଇଛନ୍ତି। […]

auto-driver-tamil-scholar

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 08:08 PM IST

କରୁପ୍ପାସ୍ୱାମୀ। ତାମିଲ ସାହିତ୍ୟରେ ଏମ୍‌ଏ କରିଛନ୍ତି। ଏହି ବିଷୟରେ ଏବେ ଏମ୍‌. ଫିଲ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ତାଙ୍କ ରୋଜଗାର ଓ ସୌକ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏମ୍‌ଏ ପଢିବା ପରେ ଯେ କେହି ବି ଚାକିରି କରି ଅଧିକ ରୋଜଗାର କରିବାକୁ ବିଭିନ୍ନ ଯୋଜନା କରିଥାନ୍ତି। ହେଲେ କରୁପ୍ପାସ୍ୱାମୀ ଏମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଯେଉଁ କାମ କରୁଛନ୍ତି ସେଥିପାଇଁ କେବଳ ତାମିଲନାଡୁରେ ନୁହେଁ ପୂରା ସୋସିଆଲ ମିଡିଆରେ ହିରୋ ବନି ଯାଇଛନ୍ତି।

କରୁପ୍ପାସ୍ୱାମୀ ଏତେ ପାଠ ପଢିବା ପରେ ନିଜର ଇଚ୍ଛା ପୂରଣ ପାଇଁ ପରିବାର ଓ ବନ୍ଧୁଙ୍କ ସହାୟତାରେ ଏକ ଅଟୋ କିଣିଛନ୍ତି। ଏହି ଅଟୋ ଚଳାଇ ସେ ତାଙ୍କୁ ଗୁଜୁରାଣ ମେଣ୍ଟାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି କେବେ ତାଙ୍କ ଅଟୋରେ କୌଣସି ଗର୍ଭବତୀ ମହିଳା କିମ୍ବା ପିଲା ଯାଇଥାନ୍ତି ସେ ସେମାନଙ୍କ ପାଖରୁ ଭଡା ନେଇ ନଥାନ୍ତି।

ତାଙ୍କ ଅଟୋରେ ଯିବାରେ ଆଉ ଏକ ବିଶେଷ ସୁବିଧା ମିଳିଥାଏ। ବାଟ ସାରା ସେ ଯାତ୍ରୀଙ୍କ ସହ ସାହିତ୍ୟ ଚର୍ଚ୍ଚା କରିଥାନ୍ତି। ବହୁତ ଏମିତି କାହାଣୀ କହିଥାନ୍ତି, ଯାହା ଯାତ୍ରୀଙ୍କ ଯାତ୍ରା କଷ୍ଟକୁ ଲଘବ କରିଦେଇଥାଏ ଓ ଗନ୍ତବ୍ୟସ୍ଥଳ କେତେ ବେଳେ ଆସିଯାଇଥାଏ ଜଣାପଡି ନଥାଏ।

Related story