ସ୍ୱଚ୍ଛତାର ପାଠ ପଢ଼ାଉଛନ୍ତି ସଚିନ; ଅଟୋରେ ଲଗାଇଛନ୍ତି ଡଷ୍ଟବିନ୍  

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ନେଇ ଅନେକ ଢଙ୍ଗରେ ସଚେତନ କରାଯିବା ସତ୍ତ୍ୱେ ରାସ୍ତା କଡ଼ରେ ପଡ଼ି ରହୁଛି କୁଢ଼ କୁଢ଼ ଅଳିଆ। ଫଳରେ ପରିବେଶ ଦୂଷିତ ହେଉଛି ଓ ଏଥିଯୋଗୁଁ ନାନା ରୋଗ ହେଉଛି। ତେବେ ଦିଲ୍ଲୀ-ଏନ୍‌ସିଆରରେ ଅଟୋ ରିକ୍ସା ଚଲାଉଥିବା ସଚିନ୍ ଶର୍ମା ନିଆରା ଢଙ୍ଗରେ ଲୋକଙ୍କୁ ପଢ଼ାଉଛନ୍ତି ସ୍ୱଚ୍ଛତାର ପାଠ। ଗ୍ରେଟର ନୋଏଡାରେ ରହୁଥିବା ସଚିନ୍ ପ୍ରାୟ ଦେଢ଼ ବର୍ଷ ହେବ ଅଟୋ ଚଳାଉଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ମାସରୁ ତାଙ୍କ ଅଟୋ ପଛରେ […]

auto-driver

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 02:41 PM IST

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ନେଇ ଅନେକ ଢଙ୍ଗରେ ସଚେତନ କରାଯିବା ସତ୍ତ୍ୱେ ରାସ୍ତା କଡ଼ରେ ପଡ଼ି ରହୁଛି କୁଢ଼ କୁଢ଼ ଅଳିଆ। ଫଳରେ ପରିବେଶ ଦୂଷିତ ହେଉଛି ଓ ଏଥିଯୋଗୁଁ ନାନା ରୋଗ ହେଉଛି। ତେବେ ଦିଲ୍ଲୀ-ଏନ୍‌ସିଆରରେ ଅଟୋ ରିକ୍ସା ଚଲାଉଥିବା ସଚିନ୍ ଶର୍ମା ନିଆରା ଢଙ୍ଗରେ ଲୋକଙ୍କୁ ପଢ଼ାଉଛନ୍ତି ସ୍ୱଚ୍ଛତାର ପାଠ।

ଗ୍ରେଟର ନୋଏଡାରେ ରହୁଥିବା ସଚିନ୍ ପ୍ରାୟ ଦେଢ଼ ବର୍ଷ ହେବ ଅଟୋ ଚଳାଉଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ମାସରୁ ତାଙ୍କ ଅଟୋ ପଛରେ ଏକ ଡଷ୍ଟବିନ୍ ଲଗାଇଛନ୍ତି। ରାସ୍ତାରେ ଯାଉଥିବା ଲୋକେ ଏହି ଡଷ୍ଟବିନ୍‌ରେ ଅଳିଆ ପକାନ୍ତି। ଡଷ୍ଟବିନ୍‌ଟି ଅଳିଆରେ ପୂରି ଗଲେ ସଚିନ୍ ସେହି ଅଳିଆକୁ ଅନ୍ୟ ଏକ ଡଷ୍ଟବିନ୍‌ରେ ପକାନ୍ତି। ଯଦି କୌଣସି ଲୋକ ରାସ୍ତାରେ ଅଳିଆ ଡବା ଧରି ଛିଡ଼ା ହୋଇଥାଆନ୍ତି, ସଚିନ୍ ଜାଣିଣୁଣି ସେଠାରେ ତାଙ୍କ ଅଟୋ ରଖନ୍ତି। ଫଳରେ ଲୋକେ ସଚିନଙ୍କ ଅଟୋକୁ ଦେଖି ରାସ୍ତା କଡ଼ରେ ଅଳିଆ ନ ପକାଇ ତାଙ୍କ ଡଷ୍ଟବିନ୍‌ରେ ଅଳିଆ ପକାଇଥାନ୍ତି।

ସଚିନଙ୍କ ଏହି ନିଆରା କାର୍ଯ୍ୟ ପାଇଁ ‘କୁଡେଦାନ ବାଲା ଅଟୋବାଲା’ ବୋଲି ସ୍ଥାନୀୟ ଅଞ୍ଚଳରେ ପରିଚୟ ପାଇଛନ୍ତି।

ସଚିନ୍ କହିଛନ୍ତି,“ମୋ ପିଲାମାନଙ୍କୁ ଅନେକ ସମୟରେ କାଶ ଓ ଥଣ୍ଡା ଲାଗି ରହୁଥିଲା। ତେଣୁ ଡାକ୍ତରଙ୍କ ପାଖକୁ ସେମାନଙ୍କୁ ନେଇଥିଲି।  ଦୂଷିତ ପରିବେଶ ଯୋଗୁଁ ଏପରି ହେଉଥିବା ଡାକ୍ତର କହିଥିଲେ। ଏହାପରେ ମୁଁ  ସ୍ୱଚ୍ଛତାକୁ ନେଇ ସେଚେତନା ସୃଷ୍ଟି କରିବାକୁ ଚିନ୍ତା କରିଥିଲି।”

ସଚିନଙ୍କ ଏହି କାମ ପାଇଁ କିଛି ଲୋକ ତାଙ୍କୁ ପାଗଳ ମଧ୍ୟ କହିଥାନ୍ତି। ହେଲେ ସେ କାହାରି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।

Related story