ବଜାରରେ ‘ବାହୁବଲୀ’ ଶାଢ଼ି, ମହିଳାଙ୍କ ମନ ମୋହୁଛି

ମୁମ୍ୱାଇ:  ଫିଲ୍ମ ‘ବାହୁବଲୀ’ର ଫିଭର୍‌ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ‘ବାହୁବଲୀ’ ବିଷୟରେ କଥା ହେଉଛନ୍ତି। ସବୁଠି ‘ବାହୁବଲୀ’ର ଭୁରି ଭୁରି ପ୍ରଶଂସା। ଏହାର ସୁଯୋଗ ନେଇ ଅନେକ ‘ବାହୁବଲୀ’ ବ୍ରାଣ୍ଡର ସାମଗ୍ରୀ ବିକିବା ଆରମ୍ଭ କରି ଦେଇଛନ୍ତି। କେଉଁଠି ବାହୁବଲୀ ଥାଳି ପ୍ରସ୍ତୁତ କରାଯାଉଛି ତ ଆଉ କୋଉଠି ସ୍ପେଶାଲ ବର୍ଗର ଲୋକଙ୍କ ମନ ମହୁଛି। ଏବେ ବଜାରରେ ଉପଲବ୍ଧ ହେଉଛି ‘ବାହୁବଲୀ’ ପ୍ରିଣ୍ଟ୍‌ ଶାଢ଼ି । ମହିଳାଙ୍କୁ ଆକର୍ଷିତ କରୁଛି ଏହି […]

bahubali

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 01:28 PM IST

ମୁମ୍ୱାଇ:  ଫିଲ୍ମ ‘ବାହୁବଲୀ’ର ଫିଭର୍‌ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ‘ବାହୁବଲୀ’ ବିଷୟରେ କଥା ହେଉଛନ୍ତି। ସବୁଠି ‘ବାହୁବଲୀ’ର ଭୁରି ଭୁରି ପ୍ରଶଂସା। ଏହାର ସୁଯୋଗ ନେଇ ଅନେକ ‘ବାହୁବଲୀ’ ବ୍ରାଣ୍ଡର ସାମଗ୍ରୀ ବିକିବା ଆରମ୍ଭ କରି ଦେଇଛନ୍ତି। କେଉଁଠି ବାହୁବଲୀ ଥାଳି ପ୍ରସ୍ତୁତ କରାଯାଉଛି ତ ଆଉ କୋଉଠି ସ୍ପେଶାଲ ବର୍ଗର ଲୋକଙ୍କ ମନ ମହୁଛି। ଏବେ ବଜାରରେ ଉପଲବ୍ଧ ହେଉଛି ‘ବାହୁବଲୀ’ ପ୍ରିଣ୍ଟ୍‌ ଶାଢ଼ି । ମହିଳାଙ୍କୁ ଆକର୍ଷିତ କରୁଛି ଏହି ଶାଢ଼ି। ଏହି ଶାଢ଼ିରେ ଅମରେନ୍ଦ୍ର ବାହୁବଲୀ ଓ ଦେବସେନା ଏକାସଙ୍ଗେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ବିଏଏଫ୍‌ଏକ୍ସ ରଙ୍ଗରେ ଶାଢ଼ିର ଆଞ୍ଚଲ୍‌କୁ ରଙ୍ଗିନ୍‌ କରାଯାଇଛି।

ଏହି ଶାଢ଼ି ଅନ୍‌ଲାଇନ୍‌ର ପୃଥକ ପୃଥକ ୱେବସାଇଟ୍‌ରେ ଉପଲବ୍ଧ ହେଉଛି। amazon.comରେ  ଏହି ଶାଢ଼ି ୨୪୯୯ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ jabong.com ରେ ୨୫୦୦ ଟଙ୍କାରେ ଓ ebay.com ରେ ୨୦୯୯ ଟଙ୍କାରେ ମିଳୁଛି।

Related story