ଓବାମାଙ୍କ ସଂପର୍କରେ ମହାଖୁଲାସା: ପ୍ରଥମ ଡେଟ୍‌ରେ ଏ ଯୁବତୀଙ୍କ ସହ କରିଥିଲେ ସେକ୍ସ, ଏମିତି ଆହୁରି କିଛି ପଢନ୍ତୁ ଭିତରେ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବରୁ ବାରାକ ଓବାମା ଥିଲେ ଆମେରିକାର ରାଷ୍ଟ୍ରପତି। ପ୍ରଶାସନିକ କାର୍ଯ୍ୟ ସହିତ ନିଜ ବ୍ୟକ୍ତିତ୍ୱକୁ ନେଇ ବି ସେ ଚର୍ଚ୍ଚାରେ ରହୁଥିଲେ। ଯେତିକି ସେ ଚର୍ଚ୍ଚାରେ ରହୁଥିଲେ ସେତିକି ଚର୍ଚ୍ଚାରେ ରହୁଥିଲେ ତାଙ୍କ ପତ୍ନୀ ମିଶେଲ ଓବାମା। ଦୁହିଁଙ୍କ ଯୋଡ଼ିଙ୍କୁ ସମସ୍ତେ ଭଲ ପାଉଥିଲେ। ଦୁହିଁଙ୍କୁ ଦେଖିଲେ ଲାଗେ ‘ରବ୍‌ ନେ ବନା ଦୀ ଯୋଡ଼ି’। ତେବେ ଜାଣଛନ୍ତି କି ମିଶେଲ ବାରାକ ଓବାମାଙ୍କ ପ୍ରଥମ ପସନ୍ଦ ନ ଥିଲେ। ମିଶେଲ ତାଙ୍କ ଜୀବନରେ ଆସିବା ପୂର୍ବରୁ ଆଉ ଜଣଙ୍କୁ ପ୍ରେମ କରୁଥିଲେ ଓବାମା।

ଡେଲିମେଲ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମିଶେଲଙ୍କ ପୂର୍ବରୁ ଓବାମାଙ୍କର ଏକାଧିକ ଯୁବତୀଙ୍କ ସହିତ ସଂପର୍କ ଥିଲା। ଏପରିକି କଲେଜରେ ପଢ଼ିବା ବେଳେ ପୁରୁଷମାନଙ୍କ ସହିତ ବି ତାଙ୍କର ସଂପର୍କ ଥିଲା। ବାରାକ ଓବାମାଙ୍କ ବିଷୟରେ ଏମିତି କିଛି ଆଶ୍ଚର୍ଯ୍ୟଜନକ କଥାର ଖୁଲାସା ହୋଇଛି ତାଙ୍କ ଜୀବନୀ ‘ରାଇଜିଂ ଷ୍ଟାର: ଦ ମେକିଂ ଅଫ୍ ବାରାକ ଓବାମା’ରେ। ପୁଲିଜର ପୁରସ୍କାରପ୍ରାପ୍ତ ଲେଖକ ଡେଭିଡ୍ ଜେ ଗୈରୋଙ୍କ ଦ୍ୱାରା ଲିଖିତ ଏହି ବାୟୋଗ୍ରାଫିରେ ବାରାକ ଓବାମାଙ୍କ ସଂପର୍କରେ ଏମିତି ଅନେକ କଥା ଲେଖାଯାଇଛି ଯାହାକୁ ଅନେକ ବିଶ୍ୱାସ କରିବେ ନାହିଁ। ୧୦୭୮ ପୃଷ୍ଠାର ଏହି ପୁସ୍ତକରେ ଓବାମାଙ୍କ ଜନ୍ମରୁ ନେଇ ବାହାଘର ପର୍ଯ୍ୟନ୍ତ ସମସ୍ତ ସୂଚନା ଦିଆଯାଇଛି।

ବାହାଘର ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ଗୋରୀ ଯୁବତୀ ଜେନେୱିବ କୁକ୍‌ଙ୍କ ସହିତ ଓବାମାଙ୍କର ସଂପର୍କ ଥିଲା। ଜେନେୱିବ ତାଙ୍କ ଠାରୁ ୩ ବର୍ଷ ବଡ଼ ଥିଲେ। ପ୍ରଥମ ଡେଟ୍‌ରେ ହିଁ ଦୁହେଁ ଶାରୀରିକ ସଂପର୍କ ରଖିଥିଲେ। ଜେନେୱିବ ଆଉ ଏକ ଖୁଲାସା କରି କହିଛନ୍ତି ଯେ ୨୨-୨୩ ବର୍ଷ ବୟସରେ ଓବାମା କୋକିନ୍‌ ଭଳି ନିଶା ସେବନ କରୁଥିଲେ।

ତା’ ଭିତରେ ଶିଲା ମିୟୋଶୀ ନାମକ ଜଣେ ଯୁବତୀଙ୍କ ସହିତ ମଧ୍ୟ ଓବାମା ସଂପର୍କ ଗଢ଼ି ଥିଲେ। ଓବାମା ତାଙ୍କୁ ଦୁଇ ଥର ପ୍ରୋପୋଜ କରିଥିଲେ। ଶିଲା ଏବେ ଓହିୟୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ମିଶେଲଙ୍କୁ ଓବାମା ଧୋକା ଦେଇଥିବା କଥା ମଧ୍ୟ ତାଙ୍କ ଜୀବନୀରେ ଲେଖାଯାଇଛି। ମିଶେଲଙ୍କ ସହ ସଂପର୍କ ରଖିବାର ଏକ ବର୍ଷ ମଧ୍ୟରେ ଓବାମା ଶିଲାଙ୍କ ପାଖକୁ ବି ଯାଉଥିଲେ ବୋଲି ଲେଖାଯାଇଛି।

ବାୟୋଗ୍ରାଫିରେ ଓବାମା ଗେ ଥିଲେ ବୋଲି କୁହାଯାଇଛି। ଓବାମା ତାଙ୍କର ହୋମୋସେସ୍କୁଆଲ୍ ପ୍ରଫେସରଙ୍କ ସହିତ ସଂପର୍କ ଥିଲା। ସେ ଓବାମାଙ୍କୁ ‘ୱାଣ୍ଡରଫୁଲ୍‌ ବୟ’ ବୋଲି ଡାକୁଥିଲେ।