ହୁସିଆର୍ ଚାଇନା! ଭାରତ ସହ ଯୁଦ୍ଧ କଲେ ଭୁଶୁଡିବ ଅର୍ଥନୀତି

ଡୋକଲାମ୍‌ ଅଞ୍ଚଳକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ଧୀରେ ଧୀରେ ଘନେଇବାରେ ଲାଗିଛି। ଏଥିପାଇଁ ଉଭୟ ଦେଶ ମଧ୍ୟରେ ଅସ୍ଥିରତା ଲାଗିରହିଛି। ଯୁଦ୍ଧ ହୋଇପାରେ ବୋଲି  ଚାରିଆଡେ ଚର୍ଚ୍ଚା ହେଉଛି। ଯଦି ଯୁଦ୍ଧ ହୁଏ ତାହେଲେ  ଉଭୟ ଦେଶର ଭୟଙ୍କର କ୍ଷତି ହେବ।  ବର୍ତ୍ତମାନ ଭାରତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଶକ୍ତିଶାଳୀ ହୋଇଯାଇଛି। ଚୀନ ପାଖରେ ଭାରତ ଠାରୁ  ଅଧିକ ଅସ୍ତ୍ରଶସ୍ତ୍ର ରହିଛି, ତଥାପି ଭାରତ ସହ ଯୁଦ୍ଧ କରିବା ଚୀନ […]

ggggg

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 09:16 PM IST

ଡୋକଲାମ୍‌ ଅଞ୍ଚଳକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ଧୀରେ ଧୀରେ ଘନେଇବାରେ ଲାଗିଛି। ଏଥିପାଇଁ ଉଭୟ ଦେଶ ମଧ୍ୟରେ ଅସ୍ଥିରତା ଲାଗିରହିଛି। ଯୁଦ୍ଧ ହୋଇପାରେ ବୋଲି  ଚାରିଆଡେ ଚର୍ଚ୍ଚା ହେଉଛି। ଯଦି ଯୁଦ୍ଧ ହୁଏ ତାହେଲେ  ଉଭୟ ଦେଶର ଭୟଙ୍କର କ୍ଷତି ହେବ।  ବର୍ତ୍ତମାନ ଭାରତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଶକ୍ତିଶାଳୀ ହୋଇଯାଇଛି। ଚୀନ ପାଖରେ ଭାରତ ଠାରୁ  ଅଧିକ ଅସ୍ତ୍ରଶସ୍ତ୍ର ରହିଛି, ତଥାପି ଭାରତ ସହ ଯୁଦ୍ଧ କରିବା ଚୀନ ପାଇଁ ମହଙ୍ଗା ପଡିଯିବ। ଯଦି ଚୀନ ଯୁଦ୍ଧ କରେ ତାହେଲେ ଯେଉଁସବୁ କ୍ଷତି ସହିବାକୁ ପଡିବ ତାହା ଚୀନକୁ ପଛରେ ପକାଇ ଦେବ।

୧. ବିଶ୍ୱ ଲିଡରସିପର ସ୍ୱପ୍ନ- ଆମେରିକାର ପ୍ରଭୁତ୍ୱ ଖଣ୍ଡନ କରି ଚୀନ ବିଶ୍ୱ ଲିଡର ହେବାର ଯେଉଁ ସ୍ବପ୍ନ ଦେଖୁଛି ତାହା ହୋଇପାରିବ ନାହିଁ।

୨. RCEP ଚୁକ୍ତିରେ ପଛରେ ପଡିବ ଚୀନ-  ୨୦୧୨ ରେ ଆରମ୍ଭ ହୋଇଥିବା ୧୦ ରାଷ୍ଟ୍ର ମଧ୍ୟରେ ବୁଝାମଣା ଚୁକ୍ତି RCEP ରେ ପଛରେ ପଡିଯିବ ଚାଇନା।

୩.  ବାଣିଜ୍ୟ ଦୁର୍ବଳତା- ଚୀନର ଅର୍ଥନୀତି ସୁଦୃଢ କରିବା ପାଇଁ ଚୀନ  ଭାରତୀୟ ବଜାର ଉପରେ ନିର୍ଭରଶୀଳ।  ଭାରତରେ ଚୀନ  ପ୍ରାୟ ୪୦ ପ୍ରତିଶତ ବ୍ୟବସାୟ କରୁଛି  ଏପରି ସ୍ଥଳେ  ଯଦି ଚୀନ ଭାରତ ସହିତ ଯୁଦ୍ଧ କରେ ତାହେଲେ ଭାରତୀୟ ବଜାର ଚୀନ ପାଇଁ ବନ୍ଦ ହୋଇଯିବ।

ଅନ୍ୟପଟେ ଭାରତ ମଧ୍ୟ ଏହି ଯୁଦ୍ଧରେ ଅନେକ କ୍ଷତି ସହିବ।  ଭାରତ ଅର୍ଥନୀତିରେ ଓ ସୁରକ୍ଷା ଦିଗରେ ଦୁର୍ବଳ ହୋଇଯିବ। ଏହି ସୁଯୋଗର ଫାଇଦା ଉଠାଇପାରେ ପାକିସ୍ତାନ।

Related story