ଗଛରୁ ବାହାରୁଛି ବିୟର!

ନୂଆଦିଲ୍ଲୀ: ଗଛ ଛାଇ ଦିଏ, ଫଳ ଦିଏ। ଛୋଟ ବେଳୁ ଆମେ ଏକଥା ଜାଣିଛେ। କିନ୍ତୁ କେହି ଯଦି ଆପଣଙ୍କୁ କହିବେ ଗଛ ମଦ ଦିଏ- ଆପଣ ବିଶ୍ୱାସ କରିବେ କି? ତେବେ ଦିଲ୍ଲୀରେ ଏକ ନିମ୍ବ ଗଛରୁ ବିୟର ବାହାରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ! କଥାଟା ସତ।  ଏହି ନିମ୍ବ ଗଛଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଅଛି।  ଏହି ନିମ୍ବ ଗଛରୁ ବିୟର ଭଳି କିଛି ପଦାର୍ଥ ବାହାରୁଛି।  ଏଥିରେ ନିଶା ମଧ୍ୟ ହେଉଛି। […]

neem-beer

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 09:45 AM IST

ନୂଆଦିଲ୍ଲୀ: ଗଛ ଛାଇ ଦିଏ, ଫଳ ଦିଏ। ଛୋଟ ବେଳୁ ଆମେ ଏକଥା ଜାଣିଛେ। କିନ୍ତୁ କେହି ଯଦି ଆପଣଙ୍କୁ କହିବେ ଗଛ ମଦ ଦିଏ- ଆପଣ ବିଶ୍ୱାସ କରିବେ କି? ତେବେ ଦିଲ୍ଲୀରେ ଏକ ନିମ୍ବ ଗଛରୁ ବିୟର ବାହାରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ! କଥାଟା ସତ।  ଏହି ନିମ୍ବ ଗଛଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଅଛି।  ଏହି ନିମ୍ବ ଗଛରୁ ବିୟର ଭଳି କିଛି ପଦାର୍ଥ ବାହାରୁଛି।  ଏଥିରେ ନିଶା ମଧ୍ୟ ହେଉଛି। ଏହି ଖବର ନିଆଁ ଭଳି ବ୍ୟାପି ଯିବା ପରେ କ୍ୟାମ୍ପସ୍ ବାହାରୁ ମଧ୍ୟ ଲୋକେ ଗଛଟିକୁ ଦେଖିବାକୁ ଆସୁଛନ୍ତି। ସ୍ଥିତିକୁ ଦେଖି କ୍ୟାମ୍ପସ୍ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି କଟକଣା ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୈନିକ ଏହି ନିମ୍ବ ଗଛରୁ ୧ରୁ ଦେଢ଼ ଲିଟର ବିୟର ଭଳିଆ ପଦାର୍ଥ ବାହାରୁଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କହିଛନ୍ତି,“ବର୍ଷେ ହେବ ଏହି ନିମ୍ବ ଗଛରୁ ମଦ ଭଳିଆ ପଦାର୍ଥ ବାହାରୁଛି। ଦିନେ ଜଣେ ବ୍ୟକ୍ତି ଏହା ଚାଖିବାରୁ ତାଙ୍କୁ ନିଶା ହୋଇଯାଇଥିଲା।”

Related story