ଆପଣଙ୍କ ମୋବାଇଲକୁ ସୁର‍କ୍ଷା ଦେବ ଏହି ଆଣ୍ଟି ଭାଇରସ

ଆଜିର ଦୁନିଆରେ ଲୋକଙ୍କ ପାଖରେ କିଛି ଥାଉ କି ନ ଥାଉ ସ୍ମାର୍ଟ ଫୋନ ଗୋଟିଏ ନିଶ୍ଚିତ ଥିବ। ସ୍ମାର୍ଟଫୋନ ବ୍ୟବହାର କଲାବେଳେ ଅନେକ ସମୟରେ ଅଯଥା ବିଜ୍ଞାପନ ଆସିଥାଏ ।  ବାରମ୍ବାର ଏହି ବିଜ୍ଞାପନ ଆସୁଥିବାରୁ ଅନେକ ସ୍ମାର୍ଟ ଫୋନ ବ୍ୟବହାରକାରୀ ବିରକ୍ତି ପ୍ରକାଶ କରିଥାନ୍ତି। ମୋବାଇଲ ସ୍କ୍ରିନରେ ଆସୁଥିବା ବିଜ୍ଞାପନ ସାଇଟ୍‌ ଓପନ କଲାମାତ୍ରେ ମୋବାଇଲ ହ୍ୟାଙ୍ଗ ହୋଇଯାଏ। କାରଣ ସାଇଟ ଗୁଡିକରେ ଭାଇରସ  ଥିବାରୁ ଆପଣଙ୍କ ସ୍ମାର୍ଟ ଫୋନ ହ୍ୟାଙ୍ଗ ହୋଇଯାଇଥାଏ। ସେଥିପାଇଁ […]

abcd

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 11:05 PM IST

ଆଜିର ଦୁନିଆରେ ଲୋକଙ୍କ ପାଖରେ କିଛି ଥାଉ କି ନ ଥାଉ ସ୍ମାର୍ଟ ଫୋନ ଗୋଟିଏ ନିଶ୍ଚିତ ଥିବ। ସ୍ମାର୍ଟଫୋନ ବ୍ୟବହାର କଲାବେଳେ ଅନେକ ସମୟରେ ଅଯଥା ବିଜ୍ଞାପନ ଆସିଥାଏ ।  ବାରମ୍ବାର ଏହି ବିଜ୍ଞାପନ ଆସୁଥିବାରୁ ଅନେକ ସ୍ମାର୍ଟ ଫୋନ ବ୍ୟବହାରକାରୀ ବିରକ୍ତି ପ୍ରକାଶ କରିଥାନ୍ତି। ମୋବାଇଲ ସ୍କ୍ରିନରେ ଆସୁଥିବା ବିଜ୍ଞାପନ ସାଇଟ୍‌ ଓପନ କଲାମାତ୍ରେ ମୋବାଇଲ ହ୍ୟାଙ୍ଗ ହୋଇଯାଏ। କାରଣ ସାଇଟ ଗୁଡିକରେ ଭାଇରସ  ଥିବାରୁ ଆପଣଙ୍କ ସ୍ମାର୍ଟ ଫୋନ ହ୍ୟାଙ୍ଗ ହୋଇଯାଇଥାଏ। ସେଥିପାଇଁ ମୋବାଇଲରେ ଆଣ୍ଟି ଭାଇରସ ଡାଉନଲୋଡ କରି ରଖିବାକୁ ପଡେ। ଏହି ଆଣ୍ଟିଭାଇରସ୍‌ ଆପଣଙ୍କ ମୋବାଇଲକୁ ହ୍ୟାଙ୍ଗ ହେବାକୁ ଦିଏନାହିଁ । ସେଥିପାଇଁ ମାର୍କେଟରେ ଅନେକ ଅଣ୍ଟିଭାଇରସ ରହିଛି । କିନ୍ତୁ କେଉଁ ଆଣ୍ଟିଭାଇରସ ଟି ଆପଣଙ୍କ ମୋବାଇଲ ପାଇଁ ଭଲ ହେବ ଆସନ୍ତୁ ଜାଣିବା।

AVL Pro-ଏହି ଆଣ୍ଟିଭାଇରସ ଆପଣଙ୍କ ମୋବାଇଲରେ ଥିବା ମାଲେୱୟାରକୁ ଖୋଜି ବାହାର କରିଦେଇଥାଏ । ଏହାଛଡା ମୋବାଇଲ ମେମୋରିକୁ  କ୍ଲିନ କରି ମୋବାଇଲର ସ୍ପିଡ ବଢ଼ାଇଥାଏ । ଏହି ଭାଇରସ ମୋବାଇଲରେ ଥିବା ଏପିକେ ଫାଇଲ ଓ ଅଯଥା କ୍ରିଏଟ ହୋଇଥିବା ଫାଇଲକୁ ଫର୍ମାଟ ଓ ସ୍କାନ କରି ସେଗୁଡିକୁ ରିମୁଭ କରିଦେଇଥାଏ।

Avast-ଅନେକ ଦିନ ହେବ ଏହି ଆଣ୍ଟିଭାଇରସ ବ୍ୟବହାର ହୋଇ ଆସୁଛି । ଏହା ଉଭୟ ଡେକ୍ସଟପ ଓ ମୋବାଇଲରେ ବ୍ୟବହାର କରିହେବ।  ଏହି ଆଣ୍ଟିଭାଇରସ ମୋବାଇଲର ସମସ୍ଥ ଫାଇଲକୁ ସ୍କାନିଂ କରି ମୋବାଇଲକୁ ଫ୍ରି କରାଇଥାଏ । ଏହାଦ୍ୱାରା ମୋବାଇଲର ସ୍ପିଡ ମଧ୍ୟ ବଢ଼ିଥାଏ ।

Avira Antivirus Security-ଏହି ଆଣ୍ଟିଭାଇରସ କମ୍ପ୍ୟୁଟର ଓ ମୋବାଇଲ ପାଇଁ ନିହାତି ଦରକାରି। ଟପ ଟେନ ଆଣ୍ଟିଭାଇରସ  ତାଲିକାରେ  ଏହି ଭାଇରସ ରହିଛି । ଏଥିରେ ଆପ ଲକ ଓ ମେମୋରି ବୁଷ୍ଟର ଭଳି ଅନେକ ସୁବିଧା ରହିଛି । ମୋବାଇଲରେ  ଭାଇରସ ହେବା ମାତ୍ରେ ଏହି ଆଣ୍ଟିଭାଇରସ ମୋବାଇଲକୁ ସ୍କାନ କରି ଡାଟା ସେଭ ରଖିବା ସହିତ ମୋବାଇଲ କୁଲ କରିଥାଏ ।

Sophos Mobile Security-  ଗତ କିଛି ମାସ ହେବ ଏହି ଅଣ୍ଟିଭାଇରସର ଡିମାଣ୍ଡ ଧିରେ ଧିରେ ବଢ଼ିବାରେ ଲାଗିଛି । କାରଣ ଏହି ଆଣ୍ଟି ଭାଇରସ ମୋବାଇଲରେ ଥିବା ମାଲେୱରକୁ ଖୋଜି ବାହାର କରି ମୋବାଇଲରୁ ରିମୁଭ କରିଥାଏ । ଏହି ଭାଇରସ ମୋବାଇଲର ଥିବା ଆପ୍ଲିକେଶନ, ମୋବାଇଲ ବ୍ରାଉଜିଂ ସହିତ ମେସେଜ ଗୁଡିକୁ ବି ସ୍କାନ କରିଥାଏ ।

Trend Micro Mobile Antivirus   ଏହି ଆଣ୍ଟିଭାଇରସରେ ଆଣ୍ଟିଥେପ୍ଟ ଓ ଆପ ଲକ ଫିଚର ରହିଛି । ଏଭି ପରୀ‍କ୍ଷଣରେ ଆଣ୍ଟିଭାଇରସ ୯୯.୯ ରେଙ୍କରେ ରହିଛି ।

Related story