ରଜ ସରିଲା ମନେ ରହିଲା ଖିଲି ପାନ...

ଆଜି ହେଉଛି ଶେଷ ରଜ। ଓଡିଶାରେ ତିନିଦିନ ଧରି ରଜ ପାଳନ ହୋଇଥାଏ। ପ୍ରଥମ ଦିନ ପହିଲି ରଜ , ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଶେଷ ରଜ ବା ଭୂଇଁ ଦହନ କୁହାଯାଇଥାଏ। ଶେଷ ଦିନ ବା ରଜ ବାହୁଡାରେ ଭୂମି ସ୍ନାନ କରାଯ଼ାଇଥାଏ। ଏହି ତିନିଦିନ ଉତ୍ସବ ମୁଖର ହୋଇ ଉଠେ ଓଡିଶା। ଏହି ସମୟରେ ଘରେ ଘରେ ପିଠା ପଣା ସହ ବଜାରରେ ଆମ୍ବ ପଣସର ଚାହିଦା ବଢିଯାଏ। […]

raja pana

raja pana

Rakesh Mallick
  • Published: Friday, 16 June 2017
  • Updated: 16 June 2017, 08:58 PM IST

ଆଜି ହେଉଛି ଶେଷ ରଜ। ଓଡିଶାରେ ତିନିଦିନ ଧରି ରଜ ପାଳନ ହୋଇଥାଏ। ପ୍ରଥମ ଦିନ ପହିଲି ରଜ , ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଶେଷ ରଜ ବା ଭୂଇଁ ଦହନ କୁହାଯାଇଥାଏ। ଶେଷ ଦିନ ବା ରଜ ବାହୁଡାରେ ଭୂମି ସ୍ନାନ କରାଯ଼ାଇଥାଏ। ଏହି ତିନିଦିନ ଉତ୍ସବ ମୁଖର ହୋଇ ଉଠେ ଓଡିଶା। ଏହି ସମୟରେ ଘରେ ଘରେ ପିଠା ପଣା ସହ ବଜାରରେ ଆମ୍ବ ପଣସର ଚାହିଦା ବଢିଯାଏ। ଝିଅ ବହୁମାନେ ନୂଆ ନୂଆ ଲୁଗା ପିନ୍ଧି ସଜେଇ ହୋଇ ଘର ଘର ବୁଲିବା ସହ ଦୋଳି ଖେଳର ମଜା ନିଅନ୍ତି। ଏହାସହିତ କବାଡି, ପୁଚି , ତାସ ଓ ଲୁଡୁ ଆଦି ଖେଳର ଆସର ଜମିଥାଏ। ହେଲେ ରଜର ବିଶେଷ ଆକର୍ଷଣ ହେଉଛି ରଜ ପାନ।

ପାନ ଖିଆ ହେଉଛି ରଜର ଏକ ପୁରୁଣା ପରମ୍ପରା। ଏହା ହେଉଛି ମୈତ୍ରୀର ପ୍ରତୀକ। ପାନ ଖୁଆଇଲେ ମୈତ୍ରୀ ସ୍ଥାପନା ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ରଜରେ ସମସ୍ତେ ପରସ୍ପରକୁ ପାନ ଖୁଆଇଥାନ୍ତି। ଗୁଆ,ଗୁଜୁରାତି, ଡାଲଚିନି, ଚୁଆ, ଲବଙ୍ଗ ଭଳି ସୁବାସିତ 10 ରୁ 12 ଟି ମସଲା ପକାଇ ପ୍ରସ୍ତୁତ କରାଯାଇଥାଏ ରଜ ପାନ। ଏହି ପାନ ଖଣ୍ଡେ ପାଇଁ ଦୋକାନ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ। ଦୋକାନୀ ମଧ୍ୟ ଭଳିକି ଭଳି ପାନ ଭାଙ୍ଗି ନିଜର ପସରା ମେଲାଇଥାଏ।

ସେହିଭଳି କଟକରେ ଜଣେ ପାନ ଦୋକାନୀଙ୍କ ଏଥର ପାନ ଭଙ୍ଗାକୁ ନେଇ ବେଶ ଚର୍ଚ୍ଚା ଶୁଣିବାକୁ ମିଳିଛି। ତାଙ୍କ ହାତର ଭଙ୍ଗା ହୋଇଥିବା ପାନ ଖଣ୍ଡେ ଖାଇବାକୁ ରଜ ତିନିଦିନ ତାଙ୍କ ଦୋକାନ ସମ୍ମୁଖରେ ଭିଡ ଲାଗିରହିଛି। ଦେଖନ୍ତୁ ଏହି ଭିଡିଓରେ କିଭଳି ପାନ ଭାଙ୍ଗୁଛନ୍ତି କଟକର ଏହି ପାନ ଦୋକାନୀ ଜଣକ।

[vc_video link="https://www.youtube.com/watch?v=doiN3UHyylA" align="center"]

ରଜ ପାନର ଚମକ ଓ ମହକ ସାରା ବର୍ଷର ପାନକୁ ବଳିଯ଼ାଏ। ଏହା ଛ଼଼ଡା ପାନ ହେଉଛି ଜିର୍ଣ୍ଣ କାରକ ସ୍ୱସ୍ଥ୍ୟ ପକ୍ଷେ ହିତକର। ତେଣୁ ରଜରେ ସମସ୍ତେ ପାନର ମଜା ନେବାକୁ ଭୁଲନ୍ତିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story