ଦେଶର ସବୁଠୁ ବଡ଼ ପରିବାର: ଗୋଟିଏ ଛାତ ତଳେ ୧୮୧ ଲୋକ

ଦେଶରେ ଦିନକୁ ଦିନ ଯୌଥ ପରିବାର ଲୋପ ପାଇବାରେ ଲାଗିଛି। ସମସ୍ତେ ‘ଛୋଟ ପରିବାର ଓ ସୁଖୀ ପରିବାର’ ଚିନ୍ତା ଧାରାରେ ଆଗେଇ ଚାଲିଛନ୍ତି। କିନ୍ତୁ ମିଜୋରାମ୍‌ରେ ରହିଛି ଦେଶର ସବୁଠୁ ବଡ଼ ପରିବାର। ଏହି ପରିବାରର ୧୮୧ ଜଣ ସଦସ୍ୟ  ଗୋଟିଏ ଛାତ ତଳେ ଏକାଠି ରହୁଛନ୍ତି। ଜିଓନା ନାମକ ଜଣେ ବ୍ୟକ୍ତି ୩୯ଜଣ ମହିଳାଙ୍କୁ ବିବାହ କରିଥିଲେ। ଏବେ ପରିବାର ବୃଦ୍ଧି ପାଇଛି। ସେହି ୩୯ଜଣ ସ୍ତ୍ରୀଙ୍କର ୯୪ଜଣ ସନ୍ତାନ ରହିଛନ୍ତି। ଏଥିସହ ୧୪ଜଣ […]

family4

family4

Ordigital Desk
  • Published: Monday, 06 August 2018
  • Updated: 06 August 2018, 01:52 PM IST

Sports

Latest News

ଦେଶରେ ଦିନକୁ ଦିନ ଯୌଥ ପରିବାର ଲୋପ ପାଇବାରେ ଲାଗିଛି। ସମସ୍ତେ 'ଛୋଟ ପରିବାର ଓ ସୁଖୀ ପରିବାର' ଚିନ୍ତା ଧାରାରେ ଆଗେଇ ଚାଲିଛନ୍ତି। କିନ୍ତୁ ମିଜୋରାମ୍‌ରେ ରହିଛି ଦେଶର ସବୁଠୁ ବଡ଼ ପରିବାର। ଏହି ପରିବାରର ୧୮୧ ଜଣ ସଦସ୍ୟ  ଗୋଟିଏ ଛାତ ତଳେ ଏକାଠି ରହୁଛନ୍ତି।

ଜିଓନା ନାମକ ଜଣେ ବ୍ୟକ୍ତି ୩୯ଜଣ ମହିଳାଙ୍କୁ ବିବାହ କରିଥିଲେ। ଏବେ ପରିବାର ବୃଦ୍ଧି ପାଇଛି। ସେହି ୩୯ଜଣ ସ୍ତ୍ରୀଙ୍କର ୯୪ଜଣ ସନ୍ତାନ ରହିଛନ୍ତି। ଏଥିସହ ୧୪ଜଣ ବୋହୂ ଏବଂ ୩୩ଜଣ ନାତି-ନାତୁଣୀ ମଧ୍ୟ ଅଛନ୍ତି। ଜିଓନା ଓ ତାଙ୍କ ପିଲାମାନେ ବଢ଼େଇ କାମ କରନ୍ତି। ମିଜୋରାମ୍‌ର ପାହାଡ ମଝିରେ ଥିବା ବଟୱଙ୍ଗ ଗାଁରେ ଏକ ବଡ଼ କୋଠାରେ ଜିଓନାଙ୍କ ପରିବାର ଏକାଠି ରହୁଛନ୍ତି। ସେହି ଘରେ ୧୦୦ରୁ ଅଧିକ ରୁମ୍‌ ରହିଛି। ଜିଓନା ତାଙ୍କ ପରିବାରକୁ ଏକ ଅନୁଶାସନରେ ମଧ୍ୟ ରଖିଛନ୍ତି। ତାଙ୍କ ପରିବାର ଦେଶର ସବୁଠୁ ବଡ଼ ପରିବାର ହୋଇଥିବାରୁ ଜିଓନା ଏଥିପାଇଁ ବେଶ୍‌ ଗର୍ବ ମଧ୍ୟ ଅନୁଭବ କରନ୍ତି।

କେମିତି ଚଳେ ପରିବାର?
ଜିଓନାଙ୍କ ବଡ଼ ପୁଅ ନୂନପରାଲିୟାନାଙ୍କ ସ୍ତ୍ରୀ ଥେଲେଁଜୀ କହିଛନ୍ତି, ପରିବାରରେ ସମସ୍ତେ ବହୁତ ଖୁସିରେ ରହୁଛନ୍ତି। କଳି-ଝଗଡ଼ା ମଧ୍ୟ ହେଉନି। ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଅନ୍ୟ କାମଗୁଡ଼ିକୁ ସମସ୍ତେ ମିଳି ମିଶି କରନ୍ତି। ପରିବାରର ମହିଳାମାନେ ଚାଷ କରନ୍ତି। ଜିଓନାଙ୍କ ସବୁଠୁ ବଡ଼ ସ୍ତ୍ରୀ ମୁଖିଆ ଭୂମିକା ଗ୍ରହଣ କରିଛନ୍ତି। ଘରର ସମସ୍ତ କାର୍ଯ୍ୟ ଉପରେ ସେ ନଜର ରଖନ୍ତି।

family6

କେମିତି ପ୍ରସ୍ତୁତ ହୁଏ ଖାଦ୍ୟ?
ସାରା ପରିବାରର ଖାଦ୍ୟ ପ୍ରସ୍ତୁତ ପାଇଁ ଗୋଟେ ଦିନରେ ୪୫ କିଲୋରୁ ଅଧିକ ଚାଉଳ, ୩୦ରୁ ୪୦ କୁକୁଡ଼ା, ୨୫ କିଲୋ ଡାଲି, ୬୦ କିଲୋ ପରିବା ରୋଷେଇ କରିବା ପାଇଁ ଆବଶ୍ୟକ ପଡେ। ଏଥିସହ ଦିନକୁ ୨୦କିଲୋ ଫଳ ମଧ୍ୟ ଦରକାର ହୋଇଥାଏ।

[caption id="attachment_260680" align="aligncenter" width="840"] ଜିଓନା[/caption]

ନାଁ ମନେ ରଖିବାରେ କଷ୍ଟ ହୁଏନି?
ପରିବାରରେ ଏତେ ଲୋକଙ୍କ ନାଁ ମନେ ରଖିବା କେତେ କଷ୍ଟକର ହେଉଛି ପଚାରିବାରୁ ଜିଓନାଙ୍କ ସବୁଠୁ ବଡ଼ ପୁଅ ନୂନପରଲିୟାନା କହିଛନ୍ତି, ନାଁ ମନେ ରଖିବା ଏତେ ବି କଷ୍ଟକର କାମ ନୁହେଁ। କାରଣ ଆମେ ଆମସାଙ୍ଗ ମାନଙ୍କ ନାଁ ଯେମିତି ମନେ ରଖୁ, ସେମିତି ଘର ଲୋକଙ୍କ ନାଁ ମଧ୍ୟ ମନେ ରଖାଯାଉଛି। ହଁ, ଜନ୍ମଦିନ ମନେ ରଖିବା ଟିକେ କଷ୍ଟ ହୁଏ। କିନ୍ତୁ କେହି ଜଣେ ଯେମିତି ହେଲେ କାହାର ଜନ୍ମଦିନ ମନେ ରଖିଥାଏ।

ରାଜନୈତିକ ଦଳ ରଖନ୍ତି ସୁସମ୍ପର୍କ
ଜିଓନାଙ୍କ ପରିବାରରେ ଏତେ ସଦସ୍ୟ ଥିବାରୁ ଭୋଟ୍‌ ସମୟରେ ରାଜନୈତିକ ଦଳ ସେମାନଙ୍କ ସହ ସୁସମ୍ପର୍କ ରକ୍ଷା କରନ୍ତି।

ଯେତେବେଳେ ସମାଜରୁ ଯୌଥ ପରିବାର ଦିନକୁ ଦିନ ଲୋପ ପାଉଛି , ସେସମୟରେ ଗୋଟେ ଛାତ ତଳେ ଏତେ ବଡ଼ ପରିବାର ଏକାଠି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story