ବିଶ୍ୱର ନମ୍ବର ୱାନ ଧନୀଙ୍କଠାରୁ ଶିଖନ୍ତୁ ସକ୍ସେସ୍‌ର ସିକ୍ରେଟ୍, ଜାଣନ୍ତୁ ତାଙ୍କର ୬ଟି ସଫଳ ମନ୍ତ୍ର

ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ସଂଘର୍ଷର କାହାଣୀ ଲୁଚି ରହିଥାଏ। ବିନା ସଂଘର୍ଷରେ କେହି କେବେ ଆଗକୁ ଯାଇପାରେ ନାହିଁ। ଏପରିକି ସଫଳତା ପାଏନାହିଁ। ଆଉ ଥରେ ସଫଳତା ପାଇବା ପରେ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ଜୀବନ ଯୁଦ୍ଧରେ ସଂଘର୍ଷ କରି ସେମାନେ ଯେଉଁ ଅଭି‌ଜ୍ଞତା ହାସଲ କରନ୍ତି, ତାହା ଅନ୍ୟମାନଙ୍କ ପାଇଁ ଦିଗଦର୍ଶନ ପାଲଟି ଯାଏ। ଏଭଳି ଅନେକ ସଫଳ ବ୍ୟକ୍ତିଙ୍କ ଉଦାହରଣ ଆମ ପାଖରେ ରହିଛି। ଆଜି […]

bill gets

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 11:22 PM IST

ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ସଂଘର୍ଷର କାହାଣୀ ଲୁଚି ରହିଥାଏ। ବିନା ସଂଘର୍ଷରେ କେହି କେବେ ଆଗକୁ ଯାଇପାରେ ନାହିଁ। ଏପରିକି ସଫଳତା ପାଏନାହିଁ। ଆଉ ଥରେ ସଫଳତା ପାଇବା ପରେ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ଜୀବନ ଯୁଦ୍ଧରେ ସଂଘର୍ଷ କରି ସେମାନେ ଯେଉଁ ଅଭି‌ଜ୍ଞତା ହାସଲ କରନ୍ତି, ତାହା ଅନ୍ୟମାନଙ୍କ ପାଇଁ ଦିଗଦର୍ଶନ ପାଲଟି ଯାଏ। ଏଭଳି ଅନେକ ସଫଳ ବ୍ୟକ୍ତିଙ୍କ ଉଦାହରଣ ଆମ ପାଖରେ ରହିଛି। ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ସଫଳ ବ୍ୟକ୍ତି ତଥା ବିଶ୍ୱର ନମ୍ବରୱାନ୍ ଧନୀ ବିଲ୍ ଗେଟ୍‌ସଙ୍କ ସଫଳତାର ୬ଟି ମୂଳମନ୍ତ୍ର ବିଷୟରେ ଜଣାଉଛୁ। ଯାହାକୁ ଜାଣିଲେ ଭବିଷ୍ୟତରେ କଠିନ ପରିସ୍ଥିତିର ମୁକାବିଲା କରିବା ସହିତ ଜୀବନର ଲକ୍ଷ୍ୟ ହାସଲ କରିବାରେ ସହଜ ହେବ।

ଜୀବନ ସହଜ ନୁହେଁ। ସଂଘର୍ଷ କରି ଜୀବନ ଜିଇଁବା ଅଭ୍ୟାସ କର: ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ରାସ୍ତାରେ ଅନେକ ଝଡ଼ଝଞ୍ଜା ଆସିବ। ଏହାର ସାମ୍ନା କରିବା ଦରକାର। ହାର ମାନିନେବା ଠିକ୍ ନୁହେଁ। ସଫଳତାର ପହଞ୍ଚିବାକୁ ହେଲେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ସଫଳତାର ଲକ୍ଷଣ।

ଜୀବନରେ ଭଲ କାମ କଲେ ସମ୍ମାନ ଆପେ ଆପେ ମିଳିବ: ଦୁନିଆରେ ଅସଫଳ ବ୍ୟକ୍ତିର ସମ୍ମାନ ନଥାଏ। କେହି ତା’ର ସମ୍ମାନ କରନ୍ତି ନାହିଁ। ସମାଜ ବ୍ୟକ୍ତିକୁ ପ୍ରଥମେ ସଫଳତା ହାସଲ କରିବାକୁ କହେ। ସଂଘର୍ଷ କରି ସଫଳତା ହାସଲ କଲେ ହିଁ ସମାଜ ତୁମର ହିତାକାଂକ୍ଷୀ ହୋଇଥାଏ।  ତୁମକୁ ସମ୍ମାନ ଦେଇଥାଏ।

ଭବିଷ୍ୟତ ଯୋଜନା ବା ଲକ୍ଷ୍ୟର ପ୍ରଦର୍ଶନ କରନ୍ତୁ ନାହିଁ: ନିଜର ଲକ୍ଷ୍ୟ ସ୍ଥଳକୁ ଗୋପନ ରଖନ୍ତୁ। ସର୍ବ ସମ୍ମୁଖରେ ଏହାର ପରିପ୍ରକାଶ କରନ୍ତୁ ନାହିଁ, ଯେ ପର୍ଯ୍ୟନ୍ତ ନିଜର ଲକ୍ଷ୍ୟ ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ଏହାକୁ ଗୋପନ ରଖିବା ସହିତ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହୁଅନ୍ତୁ। ସଫଳତା ପାଇଲା ପରେ ନିଜ ସ୍ଥାନକୁ ଭୁଲନ୍ତୁ ନାହିଁ। ଏପରି କଲେ ଲୋକମାନଙ୍କ ପାଖରେ ନିଜର ସମ୍ମାନ ରହିଥାଏ।

ହଠାତ୍ ସଫଳତା ମିଳେ ନାହିଁ: ଓଡ଼ିଆରେ ଗୋଟିଏ କଥା ଅଛି ‘ଧୀର ପାଣି ପଥର କାଟେ’। ଏହି କଥା ଉପରେ ଗୁରୁତ୍ୱ ଦିଅନ୍ତି ବିଲ୍‌ଗେଟ୍‌ସ। ସେଥିପାଇଁ ସେ କହିଛନ୍ତି- କୌଣସି କାମରେ ହଠାତ୍ ସଫଳତା ମିଳେନାହିଁ। ଏଥିପାଇଁ ଅବିରତ ଚେଷ୍ଟା କରିବାକୁ ପଡ଼େ। ଘରେ ବସିରହି ଭାବିଲେ କିଛି ହୁଏ ନାହିଁ। ସେଥିପାଇଁ କାର୍ଯ୍ୟରେ କରି ଦେଖାଇବାକୁ ପଡ଼ିଥାଏ। ଏଥିପାଇଁ ମନୋବଳ ଦୃଢ଼ ରହିବା ଆବଶ୍ୟକ।

ଧର୍ଯ୍ୟ ରଖନ୍ତୁ ଓ ଭୁଲ ସୁଧାରିବା ଶିଖନ୍ତୁ: ଗୁରୁଜନମାନଙ୍କ ଅନୁଶାସନକୁ ଭୁଲ ବୁଝନ୍ତୁ ନାହିଁ। ଯଦି କିଛି ଭୁଲ କରୁଥାନ୍ତି, ଆଉ ଏଥିପାଇଁ ଗୁରୁଜନଙ୍କଠାରୁ ଗାଳି ଶୁଣିବାକୁ ପଡ଼ୁଛି, ସେଥିପାଇଁ କ୍ରୋଧ କରନ୍ତୁ ନାହଁ। କାରଣ- ଆପଣ ଯେତେବଳେ ଚାକିରି କରିବେ, ସେତେବେଳେ ଆପଣଙ୍କ ଭୁଲ୍ ବତାଇବା ତଥା ଭୁଲ ସୁଧାରିବାକୁ ଲୋକ ମିଳିବେ ନାହଁ। ସେମାନେ କେବଳ ଆପଣଙ୍କଠାରୁ କମ ସମୟରେ ଅଧିକ ଲାଭ ଆଶା କରିବେ। ଆଉ ଏପରି ନ କେଲ ଚାକିରିରୁ ବିତାଡିତ ହେବାକୁ ପଡ଼ିବ। ତେଣୁ ସମୟ ଥାଉ ଥାଉ ଭୁଲ ସୁଧାରିବା ଶିଖିବା ଆବଶ୍ୟକ।

ଭୁଲ ପାଇଁ ପିତାମାତା ଦାୟୀ ନୁହଁନ୍ତି: ନିଜ ଭୁଲ ପାଇଁ ପିତାମାତାଙ୍କୁ ଦାୟୀ କରନ୍ତୁ ନାହିଁ। ଭୁଲର ପରିଣାମରୁ ଶିଖନ୍ତୁ। ଅନ୍ୟ ଉପରେ ପଥର ଫିଙ୍ଗି ଖସିବାକୁ ଚେଷ୍ଟା କଲେ ନିଜେ ଘାଇରେ ପଡ଼ିବେ। ନିଜ ତ୍ରୁଟି ସୁଧାରିବା ପାଇଁ କାହା ଉପରେ ନିର୍ଭର କରନ୍ତୁ ନାହିଁ। ଏପରି କଲେ ନିଜର ଦକ୍ଷତା ନଷ୍ଟ ହୋଇଥାଏ।

Related story