ନିରାଶ କଲା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ବାରଦୁଆର ହେଉଛନ୍ତି ରଫିକ୍‌

ଖୋର୍ଦ୍ଧ (ବଳରାମ ଲେଙ୍କା): ଗରିବ ଶ୍ରେଣୀ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରଣୟନ କରିଥିଲେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’। ହେଲେ ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛନ୍ତି, ଏହାଦ୍ୱାରା କିପରି ଉପକୃତ ହେଉଛନ୍ତି ରାଜ୍ୟବାସୀ, ତାହାର ନଗ୍ନ ଉଦାହାରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ବେଗୁନିଆ ବ୍ଲକ କୁଶପଲ୍ଲା ଗାଁର ମହମ୍ମଦ ରଫିକ୍‌। ଡ୍ରାଇଭର୍ ଭାବେ କାମ କରି ପରିବାର ପୋଷୁଥିଲେ। ହଠାତ୍‌ ତାଙ୍କ ଜୀବନରେ ଘୋଟି ଆସିଲା […]

0000888888888888888888888

0000888888888888888888888

Tapaswini Nayak
  • Published: Monday, 04 November 2019
  • Updated: 05 November 2019, 08:31 AM IST

Sports

Latest News

ଖୋର୍ଦ୍ଧ (ବଳରାମ ଲେଙ୍କା): ଗରିବ ଶ୍ରେଣୀ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରଣୟନ କରିଥିଲେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’। ହେଲେ ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛନ୍ତି, ଏହାଦ୍ୱାରା କିପରି ଉପକୃତ ହେଉଛନ୍ତି ରାଜ୍ୟବାସୀ, ତାହାର ନଗ୍ନ ଉଦାହାରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ।

ବେଗୁନିଆ ବ୍ଲକ କୁଶପଲ୍ଲା ଗାଁର ମହମ୍ମଦ ରଫିକ୍‌। ଡ୍ରାଇଭର୍ ଭାବେ କାମ କରି ପରିବାର ପୋଷୁଥିଲେ। ହଠାତ୍‌ ତାଙ୍କ ଜୀବନରେ ଘୋଟି ଆସିଲା ଘନ ଅନ୍ଧକାର। ଗତବର୍ଷ ସଡ଼କ ଦୁର୍ଘଟଣାର ତାଙ୍କ ବାମ ଗୋଡ଼ ଭାଙ୍ଗିଗଲା। ରଫିକ୍‌ଙ୍କୁ ଭଲ କରିବା ପାଇଁ ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଚିଠି ଲେଖିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ। ହେଲେ ସବୁଠୁ ନିରାଶ ହେଲେ। ରଫିକ୍‌ଙ୍କୁ ଭଲ କରିବା ପାଇଁ କୌଣସି ସରକାରୀ ସହାୟତା ମିଳିଲା ନାହିଁ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କ ନାଁ ଅନ୍ତର୍ଭୁକ୍ତ କରାଗଲା ନାହିଁ।

ଗାଁ ଲୋକ ସାଙ୍ଗସାଥୀ ମିଶି ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ରଫିକଙ୍କ ଅପରେସନ୍ କଲେ। ଏବେ ପୁଣି ତାଙ୍କର ଆଉ ଏକ ଅପରେସନ୍‌ କରାଯିବ। ଦିନକୁ ଦୁଇ ବେଳା ଭଲକି ଖାଇବାକୁ ପାଉ ନଥିବା ରଫିକ୍‌ଙ୍କ ପରିବାର କେମିତି ଅପରେସନ୍‌ କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛି। ତାଙ୍କର ରାସନକାର୍ଡ ଅଛି। ହେଲେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କି ଅନ୍ୟ ସରକାରୀ ସହାୟତା ତାଙ୍କୁ ମିଳି ନଥିବା ସେ ଅଭିଯୋଗ କରିଛନ୍ତି। 

ରଫିକ୍ କହିଛନ୍ତି, “ଗାଁ ଲୋକଙ୍କ ସହାୟତାରେ ଗୋଟିଏ ଅପରେସନ୍ ହୋଇଛି। ଏବେ ଆଉ ଏକ ଅପରେସନ୍ ହେବ। ଏହି ଅପରେସନରେ ଗୋଡ଼ରେ ଲାଗିଥିବା ରିଙ୍ଗଗୁଡ଼ିକ କଢ଼ାଯିବ। ଏହି ଅପରେସନ ହେଲେ ମୁଁ ଟିକିଏ ଚାଲିପାରନ୍ତି। ହେଲେ ଅର୍ଥ ଅଭାବରୁ ଅପରେସନ୍ ହୋଇ ପାରୁନାହିଁ। ଖାଇବାକୁ ଦୁଇ ଓଳି ପାଉ ନାହୁଁ। ସରକାରୀ ସହାୟତା କିଛି ମିଳୁ ନାହିଁ।”

ତାଙ୍କ ପତ୍ନୀ ସିମରନ୍ ବିବି କହିଛନ୍ତି, “ଆମ ପରିବାର ଚଳିବାକୁ କୌଣସି ସମ୍ବଳ ନାହିଁ। ସରକାରଙ୍କ ପକ୍ଷରୁ ୧୫ କିଲୋ ଚାଉଳ ପାଉଛୁ। ହେଲେ ସରକାରଙ୍କ ପକ୍ଷରୁ ଆମକୁ ଅନ୍ୟ କିଛି ସାହାଯ୍ୟ ମିଳୁ ନାହିଁ।”

ରଫିକଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ପରେ ଖୋର୍ଦ୍ଧା ଜିଲ୍ଲା ସିଡିଏମଓ ବିଜୟ ମହାପାତ୍ର କହିଛନ୍ତି, “ବର୍ଷେ ତଳେ ରଫିକଙ୍କ ପ୍ରଥମ ଅପରେସନ୍‌ କିମ୍‌ସରେ ହୋଇଥିଲା। ତାଙ୍କ ଗୋଡରେ ରିଙ୍ଗ୍ ଲାଗିଛି। ବର୍ଷେ ପରେ ଏହି ରିଙ୍ଗ୍ ବାହାରିବା କଥା। ତେବେ ଅପେରସନ୍ ପାଇଁ ସହାୟତା ଯୋଗାଇ ଦିଆଯିବ।”

ସ୍ଥାନୀୟ ବାସିନ୍ଦା ଅବିନାଶ ପଟ୍ଟନାୟକ କହିଛନ୍ତି, “ରଫିକ୍ ଗରିବ ଲୋକ। ତାଙ୍କ ଘରେ କେହି ରୋଜଗାରିଆ ଲୋକ କେହି ନାହାନ୍ତି। ପୁଅ, ଝିଅ ଓ ସ୍ତ୍ରୀକୁ ନେଇ ତାଙ୍କ ସଂସାର । ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳି ନାହିଁ।  ଗାଁ ଲୋକେ  ଟଙ୍କା ଯୋଗାଡ଼ କରି ତାଙ୍କର ଗୋଟିଏ ଅପରେସନ କରିଛୁ। ଏବେ ଆଉ ଗୋଟିଏ ଅପରେସନ୍‌ ହେବ। ସରକାର ଯଦି ତାଙ୍କୁ ସାହାଯ୍ୟ କରନ୍ତେ, ତାହାହେଲେ ଭଲ ହୋଇ ଯାଆନ୍ତେ ।”

ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିପାରୁ ନ ଥିବାର ଏପରି ନଗ୍ନ ଚିତ୍ର ଦେଖିବା ପରେ ସରକାରଙ୍କ ଯୋଜନା  କ’ଣ ପ୍ରଚାର ସର୍ବସ୍ୱ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos