Advertisment

ବଞ୍ଚିବାର ବାଟ ବନ୍ଦ କରିଦେଲା ନିୟତି, ରାସ୍ତା ପାଇଗଲେ ବିନତୀ

ତେଲକୋଇ (ଚିନ୍ମୟ ସାହୁ): ବଞ୍ଚିବାର ବାଟ ବନ୍ଦ କରିଦେଲା ନିୟତି! ହେଲେ ହାର ମାନିଲେ ନାହିଁ ଭୂୟାଁ ଜନଜାତିର ବିନତୀ ଦଣ୍ଡପାଟ।ଯନ୍ତ୍ରଣାଶିକ୍ତ ଶରୀରକୁ ଧରି ରାସ୍ତା ତିଆରି କଲେ ବଞ୍ଚିବାର ନୂଆ ରାସ୍ତା। ଘର ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ। ଆଉ ଧରିଲେ ଅଟୋର ଷ୍ଟିଏରିଂ। ପୁରୁଷ ପ୍ରାଧାନ୍ୟ ସମାଜରେ କାନ୍ଧକୁ କାନ୍ଧ ମିଳାଇ ଅଟୋରେ ଯାତ୍ରୀଙ୍କୁ ବସାଇ ଲକ୍ଷ୍ୟସ୍ଥଳରେ ହଞ୍ଚାଉଛନ୍ତି ବନତୀ। ପୂରା ଘଟଣା ଏମିତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଜଗମୋହନପୁର ପଞ୍ଚାୟତ […]

ବଞ୍ଚିବାର ବାଟ ବନ୍ଦ କରିଦେଲା ନିୟତି, ରାସ୍ତା ପାଇଗଲେ ବିନତୀ

Binati

Advertisment

ତେଲକୋଇ (ଚିନ୍ମୟ ସାହୁ): ବଞ୍ଚିବାର ବାଟ ବନ୍ଦ କରିଦେଲା ନିୟତି! ହେଲେ ହାର ମାନିଲେ ନାହିଁ ଭୂୟାଁ ଜନଜାତିର ବିନତୀ ଦଣ୍ଡପାଟ।ଯନ୍ତ୍ରଣାଶିକ୍ତ ଶରୀରକୁ ଧରି ରାସ୍ତା ତିଆରି କଲେ ବଞ୍ଚିବାର ନୂଆ ରାସ୍ତା। ଘର ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ। ଆଉ ଧରିଲେ ଅଟୋର ଷ୍ଟିଏରିଂ। ପୁରୁଷ ପ୍ରାଧାନ୍ୟ ସମାଜରେ କାନ୍ଧକୁ କାନ୍ଧ ମିଳାଇ ଅଟୋରେ ଯାତ୍ରୀଙ୍କୁ ବସାଇ ଲକ୍ଷ୍ୟସ୍ଥଳରେ ହଞ୍ଚାଉଛନ୍ତି ବନତୀ।

Advertisment

ପୂରା ଘଟଣା ଏମିତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳ ଗାଁର ରସାନନ୍ଦ ଦଣ୍ଡପାଟ। ପରିବାର କରିଲେ ପତ୍ନୀ ଝରଣୀ ଦଣ୍ଡପାଟ ଓ ବଡ଼ ଝିଅ ବିନତୀଙ୍କୁ ମିଶାଇ ୫ ପ୍ରାଣୀ କୁଟୁମ୍ୱ। ରସାନନ୍ଦ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ମୂଲମଜୁରୀ ଲାଗି ପରିବାର ଭରଣ ପୋଷଣ କରନ୍ତି। ବଡ଼ ଝିଅ ବିନତୀ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସିକ୍‌ଲିସେଲ (ରକ୍ତ ଶିଉଳି) ରୋଗରେ ଆକ୍ରାନ୍ତ ହୋଇଥିଲେ।

ଗରିବ ସତ୍ତ୍ୱେ ନିଜର ସ୍ୱଳ୍ପ ସମ୍ୱଳ ଭିତରେ ରସାନନ୍ଦ ଝିଅକୁ ମେଡ଼ିକାଲ୍‌ ନେଇ ଚିକିତ୍ସା କରାଇଥିଲେ। ବହୁ ଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଲା। ପାଖରେ ପଇସା ନଥିବାରୁ ବେଶୀ ଦିନ ମେଡ଼ିକାଲ୍‌ରେ ରଖିପାରିଲେ ନାହିଁ। ତେଣୁ ଘରକୁ ନେଇ ଆସିଲେ। କାମଦାମ କରି ଯାହା ଉପାର୍ଜନ କରୁଥିଲେ, ସେଥିରୁ କିଛି ପଇସା ସଞ୍ଚୟ କରି ଝିଅ ପାଇଁ ମେଡ଼ିସିନ୍‌ କିଣୁଥିଲେ। ବିନତୀଙ୍କ କହିବା ଅନୁସାରେ ପ୍ରତିମାସ ସେ ୭୦୦ରୁ ଅଧିକ ଟଙ୍କାରେ ମେଡିସିନ୍‌ ଖାଉଛନ୍ତି। ଜଣେ ଗରିବ ମୂଲିଆ ଶ୍ରେଣୀର ବ୍ୟକ୍ତି ପାଇଁ ୭୦୦ ଟଙ୍କାର ମେଡିସିନ୍‌ କିଣିବା କାଠିକାର ପାଠ।

Advertisment

ବାପାଙ୍କ କଠିନ ଝାଳବୁହା ପରିଶ୍ରମ ନିଜ ଆଖିରେ ଦେଖୁଥିଲେ ବିନତୀ। ତାହା ତାଙ୍କୁ ଦେଉଥିଲା ଯନ୍ତ୍ରଣା। ଦେହର ଯନ୍ତ୍ରଣାଠାରୁ ବାପାଙ୍କ ପରିଶ୍ରମ ବିନତୀଙ୍କୁ ବ୍ୟଥିତ କରୁଥିଲା। ରୋଗୀଣା ଶରୀର ସତ୍ତ୍ୱେ କିଛି କରିବା ପାଇଁ ଜିଦ୍‌ ଧରି ବସିଲେ। ବଡ଼ ଝିଅ ହିସାବରେ ପରିବାର ବୋଝ ନିଜ ମୁଣ୍ଡ ଉପରକୁ ନେଲେ। ଗାଡ଼ି ଚଲା ଶିଖିଥିବାରୁ ଅଟୋଟିଏ କିଣିବା ପାଇଁ ବାପାଙ୍କୁ ପରାମର୍ଶ ଦେଲେ। ହେଲେ ପାଖରେ ଅର୍ଥ ନଥିବାରୁ ଅସହାୟ ପ୍ରକାଶ କରିଥିଲେ ବାପା ରସାନନ୍ଦ। ବହୁ ବୁଝାବୁଝି ପରେ ସହମତି ପ୍ରକାଶ କରିଥିଲେ।

ଅଟୋ କିଣିବା ପାଇଁ ଝିଅ ବିନତୀକୁ ପ୍ରତିଶ୍ରୁତି ଦେଲେ। ହେଲେ ଅର୍ଥ ଆସିବ କେଉଁଠୁ? ସେହି ଚିନ୍ତା ରସାନନ୍ଦଙ୍କୁ ଘାରିଲା। ସେ ବାଧ୍ୟ ହୋଇ ଘରେ ଥିବା ସବୁ ଛେଳି ବିକ୍ରି କରିଦେଲେ। ଏହାଛଡ଼ା ତାଙ୍କ ପତ୍ନୀ ଝରଣୀ ସ୍ୱୟଂସହାୟକ ଗୋଷ୍ଠୀରୁ କିଛି ଟଙ୍କା ଆଣିଲେ। ସେହି ଅର୍ଥକୁ ମିଶାଇ ଅଟୋଟିଏ କିଣାଗଲା। ଏବେ ସେହି ଅଟୋ ଚଲାଉଛନ୍ତି ବିନତୀ। ତେଲକୋଇ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଜଗମୋହନପୁର ଛକରେ ବିନତୀଙ୍କ ଅଟୋ ଠିଆ ହେଉଛି। ଗାଡ଼ିରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଧରି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଉଛନ୍ତି। ସେଥିରୁ ଯାହା ଉପାର୍ଜନ କରୁଛନ୍ତି, ସେଥିରୁ କିଛି ପଇସା ବାପାଙ୍କୁ ଦେଉଛନ୍ତି। ଆଉ କିଛି ପଇସାରେ ନିଜ ପାଇଁ ଔଷଧ କିଣୁଛନ୍ତି।

ଜଗମୋହନପୁର ଛକରେ ଥିବା ଅଟୋ ସଂଘରେ ୪୦ଟି ଅଟୋ ରହିଛି। ଅଟୋ ଚଲାଉଥିବା ସବୁ ଚାଳକ ବିନତୀଙ୍କ ଦୁଃଖ ଜାଣିଛନ୍ତି। ସେ କୌଣସି ଅସୁବିଧାରେ ପଡ଼ିଲେ, ସମସ୍ତେ ସାହାଯ୍ୟର ହାତ ବଢ଼ାଉଛନ୍ତି ବୋଲି ଅଟୋ ଚାଳକ ସଂଘର ସଭାପତି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe