ବଲିଉଡ୍‌ ପାଇଁ ବିଭୋର ହେଉଛନ୍ତି ରାଉରକେଲାର ବିଭୁ : ଡ୍ରିମ୍‌ ପୋଜେକ୍ଟକୁ ଅପେକ୍ଷା

ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ। ଅନନ୍ୟ ତାଙ୍କ କାରିଗରୀ। ତାଙ୍କ ହାତତିଆରୀ ଡିଜାଇନିଂ ବିଦେଶରେ ଖୁବ୍‌ ଆଦୃତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିଚ୍‌ଲେ ଓବାମାଙ୍କୁ ଖୁବ୍‌ ଆକର୍ଷିତ କରିଥିଲା ତାଙ୍କ ଡିଜାଇନିଂ । ସେହି ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ହେଉଛନ୍ତି  ଓଡ଼ିଶା ମାଟିର ପୁଅ।  ଏହି ପ୍ରଫେସନରେ ସେ ଅନ୍ତର୍ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି। ଷ୍ଟିଲ ସିଟି ରାଉରକେଲାରୁ  ଯାଇ ବିଶ୍ୱଦରବାରରେ ଗୌରବର ଗାଥା ବଖାଣିଥିବା ବିଭୁ ଏବେ ବଲିଉଡ୍‌ରେ […]

bivu-5

Rakesh Mallick
  • Published: Sunday, 23 April 2017
  • , Updated: 24 April 2017, 07:40 PM IST

ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ। ଅନନ୍ୟ ତାଙ୍କ କାରିଗରୀ। ତାଙ୍କ ହାତତିଆରୀ ଡିଜାଇନିଂ ବିଦେଶରେ ଖୁବ୍‌ ଆଦୃତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିଚ୍‌ଲେ ଓବାମାଙ୍କୁ ଖୁବ୍‌ ଆକର୍ଷିତ କରିଥିଲା ତାଙ୍କ ଡିଜାଇନିଂ । ସେହି ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ହେଉଛନ୍ତି  ଓଡ଼ିଶା ମାଟିର ପୁଅ।  ଏହି ପ୍ରଫେସନରେ ସେ ଅନ୍ତର୍ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି।

ଷ୍ଟିଲ ସିଟି ରାଉରକେଲାରୁ  ଯାଇ ବିଶ୍ୱଦରବାରରେ ଗୌରବର ଗାଥା ବଖାଣିଥିବା ବିଭୁ ଏବେ ବଲିଉଡ୍‌ରେ ପାଦ ଥାପିବାକୁ ଇଛା ପ୍ରକାଶ କରିଛନ୍ତି। ନ୍ୟୁୟର୍କରେ ରହୁଥିବା ବିଭୁଙ୍କୁ ଯଦି ମନପସନ୍ଦ ଅନୁଯାୟୀ ପ୍ରୋଜେକ୍ଟ ମିଳେ ସେ ବଲିଉଉ ମୁଭି ପାଇଁ ଫ୍ୟାସନ ଡିଜାଇନିଂ କରିବେ ବୋଲି ପିଟିଆଇକୁ ଏକ ସାକ୍ଷାତକାରରେ କହିଛନ୍ତି। ବଲିଉଡର ନିର୍ଦ୍ଦେଶକଙ୍କ ମଧ୍ୟରୁ କରନ ଜୋହର ତାଙ୍କୁ ଅଧିକ ଭଲ ଲାଗନ୍ତି।

କିନ୍ତୁ ମନରେ ଦୁଖଃ। ବଲିଉଡ୍‌ର ବର୍ଷୀୟାନ ପ୍ରଯୋଜକ ୟସ୍‌ ଚୋପ୍ରାଙ୍କ ସହ କାମ କରିବାର ସୁଯୋଗ ପାଇଲେନି। ବିଭୁ ହଲିଉଡ୍ ଅଭିନେତ୍ରୀ ଜେନିଫର ଲୋପେଜ୍‌, ଓପ୍ରାହା ଉଇନଫେରିଙ୍କ ପାଇଁ ଫ୍ୟାସନ ଡିଜାଇନିଂ କରିଛନ୍ତି।  ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ମଧ୍ୟ ଅଛନ୍ତି। ସେମାନେ ହେଲେ ସୋନମ କପୁର, ପ୍ରିୟଙ୍କା ଚୋପ୍ରା , କରୀନା କପୁର ଆଉ  ଶ୍ରୀଦେବୀ। ଏବେ ବିଭୁ ବଲିଉଡ୍ ମୁଭି ପାଇଁ ଡିଜାଇନିଂ କରିବାକୁ ମନବଳାଇଛନ୍ତି। ହେଲେ ଡ୍ରିମ୍‌ ପୋଜେକ୍ଟକୁ ଅପେକ୍ଷା ରହିଛି।

ସୌଜନ୍ୟ ପିଟିଆଇ

Related story