ଫଳ ବାହାରିବା ପୂର୍ବରୁ ମିଠା ରେଡି: ପ୍ରସ୍ତୁତ ହୋଇସାରିଲାଣି ଲଡୁ କେକ୍‌ ସାଙ୍ଗକୁ ବାଦାମ ବର୍ଫି

ନୂଆଦିଲ୍ଲୀ:  ନିର୍ବାଚନ ଫଳାଫଳ ପ୍ରକାଶ ଲାଗି ଆରମ୍ଭ ହୋଇଗଲାଣି ଗଣତି। ବଢିଲାଣି ଉତ୍କଣ୍ଠା। ଏକଜିଟ୍‌ ପୋଲ ସର୍ଭେ ଅନୁଯାୟୀ, ଏନଡିଏ ବହୁମତ ହାସଲ କରି ପୁଣି ଥରେ ଦଖଲ କରିବ ଗାଦି। ଭାଜପା ଓ ଏହାର ସହଯୋଗୀ ଦଳ ୩୦୦ରୁ ଅଧିକ ସିଟ୍‌ ହାସଲ କରି ପୁଣି ସମ୍ଭାଳିବେ ଶାସନ। ଏଥିଯୋଗୁ ବିଜେପି ଶିବିରରେ ଏବେଠୁ ଆରମ୍ଭ ହେଲାଣି ସେଲିବ୍ରେସନ ।  ଫଳାଫଳ ପ୍ରକାଶ ପରେ ଆରମ୍ଭ ହେବ ମୁହଁମିଠା ପର୍ବ। ଫୁଟିବ ବାଣ, ବାଜିବ ବାଜା। […]

sweets

Niharika Rout
  • Published: Thursday, 23 May 2019
  • , Updated: 23 May 2019, 11:35 AM IST

ନୂଆଦିଲ୍ଲୀ:  ନିର୍ବାଚନ ଫଳାଫଳ ପ୍ରକାଶ ଲାଗି ଆରମ୍ଭ ହୋଇଗଲାଣି ଗଣତି। ବଢିଲାଣି ଉତ୍କଣ୍ଠା। ଏକଜିଟ୍‌ ପୋଲ ସର୍ଭେ ଅନୁଯାୟୀ, ଏନଡିଏ ବହୁମତ ହାସଲ କରି ପୁଣି ଥରେ ଦଖଲ କରିବ ଗାଦି। ଭାଜପା ଓ ଏହାର ସହଯୋଗୀ ଦଳ ୩୦୦ରୁ ଅଧିକ ସିଟ୍‌ ହାସଲ କରି ପୁଣି ସମ୍ଭାଳିବେ ଶାସନ। ଏଥିଯୋଗୁ ବିଜେପି ଶିବିରରେ ଏବେଠୁ ଆରମ୍ଭ ହେଲାଣି ସେଲିବ୍ରେସନ ।  ଫଳାଫଳ ପ୍ରକାଶ ପରେ ଆରମ୍ଭ ହେବ ମୁହଁମିଠା ପର୍ବ। ଫୁଟିବ ବାଣ, ବାଜିବ ବାଜା। ଏଥିପାଇଁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିଜୟ ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଗଲାଣି ପୂର୍ବ ପ୍ରସ୍ତୁତି।

ଭାଜପା କର୍ମକର୍ତ୍ତା ଏକଜିଟ ପୋଲ ରିପୋର୍ଟକୁ ଆଧାର କରି ବିଜୟ ପର୍ବ ପାଳନ ଲାଗି ବାଣ୍ଟିବେ ମିଠା। ସବୁଥର ଲଡୁ ବଣ୍ଟନ ହେଉଥିବା ବେଳେ ଏଥର କିନ୍ତୁ ଦିଲ୍ଲୀ ଭାଜପା ପକ୍ଷରୁ  ପ୍ରସ୍ତୁତ ହୋଇସାରିଲାଣି ସ୍ପେଶାଲ ଲଡୁ କେକ। ଏହାସହ ବାଦାମ ପିସ୍ତା ବର୍ଫି ମଧ୍ୟ ରେଡ୍ଡି ହୋଇଗଲାଣି। ଏହା ଉପର ପାର୍ଶ୍ୱ ସଜା ଯାଇଛି ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ଫୁଲରେ ।

ବିଜୟ ଉତ୍ସବ ପାଳନ ନିମନ୍ତେ ସବୁବେଳେ ମିଠା ମଧ୍ୟରେ ଆଗରେ ଥାଏ ଲଡୁ। ହେଲେ ଏଥର ସେଥିରେ ଦେଖାଦେଇଛି ଟିକେ ପରିବର୍ତ୍ତନ। ଲଡୁ ତ ରହିବ । ହେଲେ ତାହା କେକ୍‌ ହିସାବରେ ହୋଇଛି ପ୍ରସ୍ତୁତ।  ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଏହି ଖାସ୍‌ ଲଡୁ କେକ୍‌ ପ୍ରସ୍ତୁତ କରାଇ ସାରିଛନ୍ତି। ଏହାର ଓଜନ ରହିଛି ୭ କେଜି। ଏହାବ୍ୟତୀତ ଭାଜପାର ପ୍ରବକ୍ତା ପ୍ରବୀଣ ଶଙ୍କର କପୁର ମଧ୍ୟ ୫୦ କିଲୋର ବାଦାମ ବର୍ଫି ପ୍ରସ୍ତୁତ କରି ସାରିଛନ୍ତି। ଏହାର ମୂଲ୍ୟ କିଲୋ ପିଛା ୨ହଜାର ଟଙ୍କା ଅଛି ବୋଲି ଜଣାଯାଇଛି।

Related story