ଓଡ଼ିଶା ଛୁଇଁଲା ମୃତ୍ୟୁର ଖେଳ ବ୍ଲୁ-ହ୍ୱେଲ୍! ଏ ସବୁ ସଙ୍କେତରୁ ଜାଣନ୍ତୁ ଆପଣଙ୍କ ପିଲା ପୀଡ଼ିତ କି ନୁହଁ   

ଭୁବନେଶ୍ୱର:ବ୍ଲୁ ହ୍ୱେଲ୍ ଗେମ କବଳରେ ସାରା ବିଶ୍ୱ।  ଏହି ଅନଲାଇନ୍‌ ଘାତକ ଗେମର ପଞ୍ଝାରୁ ଭାରତ ବି ବାଦ ପଡ଼ିନି। ଆତ୍ମହତ୍ୟା ପ୍ରବଣ ଏହି ଗେମ ଖେଳି ଦେଶର ୫ରୁ ଅଧିକ ସଂଖ୍ୟକ ପିଲାଙ୍କ ମୃତ୍ୟୁ ଘଟିଲାଣି। ଏପରିକି ଓଡ଼ିଶାର ସମ୍ବଲପୁର ଜିଲ୍ଲା ଧନକଉଡ଼ାର କିଶୋରୀ ଝିଅ ସୁହାନୀ ରାଉତ ଆତ୍ମହତ୍ୟା ପଛରେ ଏହି ଭୟଙ୍କର ଗେମ କାରଣ ବୋଲି କୁହାଯାଛି। ଅନ୍ୟପକ୍ଷରେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏହାକୁ ନେଇ ସନ୍ଦେହ ଜାରି […]

hqdefault-1

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 10:53 PM IST

ଭୁବନେଶ୍ୱର:ବ୍ଲୁ ହ୍ୱେଲ୍ ଗେମ କବଳରେ ସାରା ବିଶ୍ୱ।  ଏହି ଅନଲାଇନ୍‌ ଘାତକ ଗେମର ପଞ୍ଝାରୁ ଭାରତ ବି ବାଦ ପଡ଼ିନି। ଆତ୍ମହତ୍ୟା ପ୍ରବଣ ଏହି ଗେମ ଖେଳି ଦେଶର ୫ରୁ ଅଧିକ ସଂଖ୍ୟକ ପିଲାଙ୍କ ମୃତ୍ୟୁ ଘଟିଲାଣି। ଏପରିକି ଓଡ଼ିଶାର ସମ୍ବଲପୁର ଜିଲ୍ଲା ଧନକଉଡ଼ାର କିଶୋରୀ ଝିଅ ସୁହାନୀ ରାଉତ ଆତ୍ମହତ୍ୟା ପଛରେ ଏହି ଭୟଙ୍କର ଗେମ କାରଣ ବୋଲି କୁହାଯାଛି। ଅନ୍ୟପକ୍ଷରେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏହାକୁ ନେଇ ସନ୍ଦେହ ଜାରି ରହିଛି। ସେପଟେ ସରକାର ଏହି ଗେମର ଲିଙ୍କକୁ ହଟେଇ ଦେବା ପାଇଁ ବିଭିନ୍ନ ଇଣ୍ଟରନେଟ ପ୍ରଦାନକାରରୀ ସଂସ୍ଥା ଏବଂ ସୋସିଆଲ ନିର୍ଦ୍ଦେଶ ଦେଇଛନ୍ତି। ବିଷେଶକରି ଗୁଗୁଲ, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ମାଇକ୍ରୋସଫ୍ଟ ଏବଂ ୟାହୋ ଏପରି ବିଭିନ୍ନ ସଂସ୍ଥାକୁ  ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁର ଖେଳ ବ୍ଲୁ  ହୁଏଲ ଲିଙ୍କକୁ ବିଭିନ୍ନ ସୋସିଆଲ ମିଡ଼ିଆରୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ନିଦ୍ଦେର୍ଶ ଦେଇଛନ୍ତି। ଏନେଇ ଅଗଷ୍ଟ ୧୧ ତାରିଖରେ କେନ୍ଦ୍ର ସରକାର ବିଭିନ୍ନ ଇଣ୍ଟରନେଟ୍ ପ୍ରଦାନକାରୀ ସଂସ୍ଥାକୁ ଚିଠି ଲେଖି ଅବଗତ କରିଥିଲେ । ତଥାପି ଏହା  ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ଏହାକୁ ନେଇ ଉଦ୍‌ବେଗର କାରଣ ପାଲଟିଛି।  ଏହି ଗେମର  ଯୁବପୀଢି ଏବଂ ଛୋଟ ପିଲା ଏହି ଗେମରେ ଶିକାର ହେଉଥିବା ଜଣାପଡ଼ିଛି। ତେବେ  ଆପଣଙ୍କ ପିଲା ଯଦି ଏହି ଗେମରେ ପୀଡ଼ିତ ଥିବେ ତେବେ କେଉଁ ସବୁ ଲକ୍ଷଣ ଦେଖାଯାଏ  ଆସନ୍ତୁ ଜାଣିବା।

ଲକ୍ଷଣ

:ସେ ସଅଳ ଅର୍ଥାତ ଭୋରୁ ୪ଟା ୩୦ରେ ଉଠୁଥିବ

:  ଯଦି ହଠାତ୍‌ ସେ ଭିତରପଟୁ ରହି ରୁମ୍ ଲକ୍ କରିଦେଉଥିବ

: ଯଦି ହଠାତ୍‌ ସେ ଭୂତ ଫିଲ୍ମ ଦେଖିବାକୁ ବାଉଳା ହେଉଥିବ

: ଯଦି ସେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ନିଜ ସୋସିଆଲ ମିଡିଆରେ ଅପଡେଟ୍ କରୁଥିବ

:ଯଦି ସେ ଏକୁଟିଆ ରହିବାକୁ ପସନ୍ଦ କରୁଥିବ

: ଯଦି କେହି ଆଗରୁ ଆତ୍ମହତ୍ୟ କରିଥିବେ ସେମାନଙ୍କ ସମ୍ପର୍କରେ ସେ ଜାଣିବାକୁ ବ୍ୟାକୁଳ ହେଉଥିବ

ଯଦି ସେ ପରିବାର କିମ୍ବା ସାଙ୍ଗସାଥୀଙ୍କ ଠାରୁ ହଠାତ୍‌ ଦୂରେଇ ରହିବା ପାଇ ଚାହୁଁଥିବ

: ଯଦି ସେ ଟିକେ ଟିକେ କଥାରେ ଉତ୍ତେଜିତ ହେଉଥିବ

: ଯଦି ସେ ପୂର୍ବ କାର୍ଯ୍ୟକଳାପ(ସାମାଜିକ)ରୁ ନିବୃତ୍ତ ହୋଇ ବିଶାଦଗ୍ରସ୍ତ ହୋଇପଡ଼ିଥିବ

୧୦: ଯଦି ସେ ରାତିଦିନ ଭୋକ ଶୋଷ ଭୁଲି  ମୋବାଇଲ ଏବଂ ଇଣ୍ଟରନେଟରେ ମାତିଥିବ

କ’ଣ ଏହି ଖେଳ

ବ୍ଲୁ-ହୁଏଲ ଗେମ୍  ହେଉଛି ଏକପ୍ରକାର ଅନଲାଇନ୍ ଖେଳ।  ବିଷେଶ କରି ଆତ୍ମହତ୍ୟା କରିବା ଲାଗି  ଏହି ଗେମ ଖେଳାଳିଙ୍କୁ ଉସକାଇଥାଏ। ଏହି ଖେଳର ଅବଧି ୫୦ ଦିନ। ଏହି ସମୟସୀମା ମଧ୍ୟରେ ଗେମ୍‌ର  ଆଡମିନ୍ ଖେଳାଳିଙ୍କୁ ବିଭିନ୍ନ ପ୍ରକାର ବିପଜନ୍ନକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥାଏ। ଯେପରିକି ରାତି ଅଧରେ ଆଡ଼ମିନ ପଠାଇଥିବା ଭୂତ ଫିଲ୍ମକୁ  ଏକାକି ଦେଖିବା, ଛୁଞ୍ଚିରେ ନିଜ ହାତକୁ ଫେ।ଡ଼ିବା, କ୍ରେନ ଉପରେ ଚଢିବା, ଛାତ ଉପରୁ ଡେଇଁବା ଭଳି ଦୁଃସାହସିକ କାର୍ଯ୍ୟ କରିବାକୁ ପଡିଥାଏ।  ଆଉ ଏସବୁ କାର୍ଯ୍ୟକଳାପର ଭିଡ଼ିଓକୁ  ଆଡମିନ୍‌ ପାଖକୁ ପଠାଇବାକୁ ପଡ଼ିଥାଏ। ଖେଳାଳି ଜଣକ ସେଲଫି ଉଠାଇ ଏହାର ଭିଡିଓକୁ ପଠାଇ ଥାଏ। ଆଉ ଶେଷ ଦିନରେ ଅର୍ଥାତ ୫୦ତମ ଦିନରେ ଆଡମିନ୍ ଜଣକ ପ୍ରତିଯୋଗୀଙ୍କୁ ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବାକୁ ପ୍ରର୍ବତ୍ତାଇ ଥାଏ। ଏହି ଗେମ୍‌ର ନିୟମ ମାନି ପ୍ରତିଯୋଗୀ ମଧ୍ୟ ଆତ୍ମହତ୍ୟା କରିବାକୁ ପଛାଇ ନ ଥାଏ।  ଆତ୍ମହତ୍ୟା କରିବା ପୂର୍ବରୁ  ପ୍ରତିଯୋଗୀ ସେଲଫି କିମ୍ୱା ଭିଡିଓ ଆଡମିନ୍‌ ପାଖକୁ ପଠାଇଥାଏ।ପ୍ରତିଯୋଗୀ ଆତ୍ମହତ୍ୟା କରିବା ପରେ ଏହି ଗେମ୍‌ଟି ସମାପ୍ତ ହୋଇଥାଏ। ୨୦୧୩ରେ ଋସରୁ ଏହି ଖେଳର ମୂଳଦୁଆ ପଡ଼ିଥିଲା।

Related story