ସୁନ୍ଦରୀ ମୁକୁଟ ପିନ୍ଧିବାକୁ ବାଜି ଲାଗେ ଜୀବନ: ଫ୍ୟାସନ୍‌ ସିକ୍ରେଟ୍‌, ଯାହା ଆପଣଙ୍କ ଛାତିକୁ ଥରାଇ ଦେବ

ସୁନ୍ଦରୀ ତରୁଣୀର ଦେଶ କହିଲେ ଭେନ୍‌ଜୁଏଲାକୁ ବୁଝାଏ। ଏହି ଦେଶର ସୁନ୍ଦରୀ ମାନେ ବହୁବାର ଅନ୍ତର୍ଜାତୀୟ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇ ନିଜ ଦେଶକୁ ଗର୍ବିତ କରିଛନ୍ତି। ୬ଥର ମିସ୍ ୱାଲ୍ଡ, ୭ଥର ମିସ୍ ୟୁନିଭର୍ସ, ୭ଥର ମିସ୍ ଇଣ୍ଟରନ୍ୟାସନାଲ ଓ ୨ଥର ମିସ୍ ଆର୍ଥର ବିଜୟୀ ମୁକୁଟ ପିନ୍ଧି ସାରିଛନ୍ତି ଏହି ଦେଶର ସୁନ୍ଦରୀ।  ଏଠାରେ ଯୁବତୀ ନିଜକୁ ସୁନ୍ଦରୀ ରୂପେ ଗଢ଼ି ତୋଳିବା ପାଇଁ ଦେଇଥାନ୍ତି ଅଗ୍ନିପରୀକ୍ଷା। ଅତି ଛୋଟ ବୟସରୁ ଝିଅ ମାନଙ୍କୁ […]

bbb

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 02:12 PM IST

ସୁନ୍ଦରୀ ତରୁଣୀର ଦେଶ କହିଲେ ଭେନ୍‌ଜୁଏଲାକୁ ବୁଝାଏ। ଏହି ଦେଶର ସୁନ୍ଦରୀ ମାନେ ବହୁବାର ଅନ୍ତର୍ଜାତୀୟ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇ ନିଜ ଦେଶକୁ ଗର୍ବିତ କରିଛନ୍ତି। ୬ଥର ମିସ୍ ୱାଲ୍ଡ, ୭ଥର ମିସ୍ ୟୁନିଭର୍ସ, ୭ଥର ମିସ୍ ଇଣ୍ଟରନ୍ୟାସନାଲ ଓ ୨ଥର ମିସ୍ ଆର୍ଥର ବିଜୟୀ ମୁକୁଟ ପିନ୍ଧି ସାରିଛନ୍ତି ଏହି ଦେଶର ସୁନ୍ଦରୀ।  ଏଠାରେ ଯୁବତୀ ନିଜକୁ ସୁନ୍ଦରୀ ରୂପେ ଗଢ଼ି ତୋଳିବା ପାଇଁ ଦେଇଥାନ୍ତି ଅଗ୍ନିପରୀକ୍ଷା। ଅତି ଛୋଟ ବୟସରୁ ଝିଅ ମାନଙ୍କୁ ଫ୍ୟାସନ ସ୍ଲୁଲକୁ ପଠାଯାଇଥାଏ। ତେବେ ଆସନ୍ତୁ ଜାଣିବା କଣ କଣ ଅଗ୍ନିପରୀକ୍ଷା ଦେଇଥାନ୍ତି ଏଠିକାର ଯୁବତୀ ମାନେ ନିଜକୁ ସୁନ୍ଦରୀ କରିବା ପାଇଁ।

 ନାକ ଓ ଓଠର ସର୍ଜରୀ :

ନାକ ଓ ଓଠ ଆର୍କଷଣୀୟ ଦେଖାଯିବା ପାଇଁ ୮ ରୁ ୧୦ ବର୍ଷ ବୟସରେ ଏମାନଙ୍କ ସର୍ଜରୀ ହୋଇଥାଏ। ଅଧିକ ସୁନ୍ଦର ଦେଖାଯିବା ପାଇଁ ନିତମ୍ବର ମଧ୍ୟ ସର୍ଜରୀ କରାଯାଇଥାଏ।

ଓଜନ ହ୍ରାସ

ଶରୀରକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ଯୁବତୀଙ୍କ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତତ୍‌ସହିତ ଝିଅମାନଙ୍କୁ ବିଭିନ୍ନ ପ୍ରକାର ମେଡ଼ିସିନ୍ ଦିଆଯାଇଥାଏ। ତେଣୁ ଯୁବତୀ ମାନେ ଅଧିକ ସୁନ୍ଦରୀ ଦେଖାଯାଆନ୍ତି।

ପ୍ଲାଷ୍ଟିକ ସର୍ଜରୀ :

ଏଠାରେ ଝିଅମାନଙ୍କ ପ୍ଲାଷ୍ଟିକ ସର୍ଜରୀ ଏକ ସାଧାରଣ କଥା। ୫ ବର୍ଷ ବୟସରୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଥାଏ ଯାହାଫଳରେ ଶରୀର ନିୟନ୍ତ୍ରଣରେ ରହିଥାଏ। ବାହାର ଦେଶରୁ ମଧ୍ୟ ସର୍ଜରୀ କରିବା ପାଇଁ ଡାକ୍ତର ଆସିଥାନ୍ତି ଭେନଜୁଏଲା।

ଜିଭ ସର୍ଜରୀ :

ଚଟପଟା ଖାଦ୍ୟ ସାଧାରଣତଃ ଝିଅ ମାନଙ୍କର ପସନ୍ଦ। ମାତ୍ର ଏହି ସୁନ୍ଦରୀଙ୍କ ପାଇଁ ଚଟପଟି ଖାଦ୍ୟ ସ୍ୱପ୍ନ। କାରଣ ସର୍ଜରୀ କରି ଜିଭରେ ପ୍ଲାଷ୍ଟିକର ଆସ୍ତରଣ ଦିଆଯାଇଥାଏ  ଏବଂ ଭୋକ ନ ଲାଗିବା ପାଇଁ ସେମାନଙ୍କ ପେଟର ଏକ ନାଡ଼ିକୁ କାଟି ଦିଆଯାଇଥାଏ।


 
ଡେଙ୍ଗା ପାଇଁ ହରମୋନ ଇଞ୍ଜେକସନ୍ :

ଭେନଜୁଏଲାର ପ୍ରାୟତଃ ସମସ୍ତ ଯୁବତୀ ଡେଙ୍ଗୀ। ଏଠାରେ ଯୁବତୀଙ୍କ ଉଚ୍ଚତା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ଏଥିପାଇଁ ୪ ବର୍ଷ ବୟସରୁ ହରମୋନ୍ ଇଞ୍ଜେକସନ୍ ଦିଆଯାଏ। ୧୦ ବର୍ଷ ହେବା ଯାଏ ଯୁବତୀଙ୍କୁ ହରମୋନ ଇଞ୍ଜେକସନ ଦିଆଯାଏ । ବେଳେବେଳେ ହରମୋନ୍ ନେବା ଫଳରେ ଶରୀର ଅସୁସ୍ଥ ହେବା ସହ ମୃତ୍ୟୁ ମଧ୍ୟ ହୋଇଥାଏ।

 ସ୍ଲିମ ଫିଗର ପାଇଁ ଟାଇଟ୍ ପଟି :

ସୁନ୍ଦର ଫିଗର ପାଇଁ ମହିଳାଙ୍କ ଅଣ୍ଟାକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ସ୍ଲିମ୍ ଫିଗର ପାଇଁ ଏଠାରେ ମହିଳାଙ୍କ ଅଣ୍ଟାରେ ଟାଇଟ୍ କପଡ଼ା ବାନ୍ଧି ଦିଆଯାଏ। ଯାହାଫଳରେ ଏମାନଙ୍କୁ ବସିବା ଏବଂ ଶୋଇବା ବେଳେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ।

 ୪ ବର୍ଷ ବୟସରୁ କ୍ୟାଟ୍‌ୱାକ୍ :

ସ୍କୁଲରେ ପଢ଼ୁଥିବା ସମୟରୁ ହିଁ  ଏମାନଙ୍କୁ କ୍ୟାଟ୍‌ୱାକ୍‌ର ପ୍ରଶିକ୍ଷଣ ଦିଆଯାଇଥାଏ। ଫ୍ୟାଶନ୍ ଦୁନିଆ ସହ ଜଡ଼ିତ ସମସ୍ତ ଖବର ଏମାନଙ୍କୁ ବୁଝାଯାଇଥାଏ। ମେକଅପ୍‌, ଫ୍ୟାଶନ୍‌ବେଲ ଡ୍ରେସ ବିଷୟରେ ମଧ୍ୟ ଅତି ଛୋଟବେଳୁ ଶିଖାଯା଼ଇଥାଏ

 

Related story