ମୂଷା ପାଇଁ ଖୋଲା ହେବ କାଫେ, ଗରମାଗରମ କଫି ସହ ଦୋସ୍ତି

ନୂଆଦିଲ୍ଲୀ:କୁକୁର କାଫେ ବିଷୟରେ ତ ଶୁଣିଥିବେ ଓ ଦେଖିଥିବେ। କିନ୍ତୁ ସାନ୍‌ ଫ୍ରାନ୍‌ସିସକୋରେ ମୂଷା ପାଇଁ ଏକ କାଫେ ଖୋଲିବାକୁ ଯାଉଛି। ଏଠାରେ ଏକ ଟେବୁଲରେ ବସି ମୂଷା ମାନଙ୍କ ସହିତ କଫିର ମଜା ନେଇ ପାରିବେ। ଏହି ଅଜିବ କାଫେର ନାଁ ‘ଦ ବ୍ମାକ ରେଟ କାଫେ’। ଏହି କାଫେ ମୂଷାମାନଙ୍କୁ ଭଲ ପାଉଥିବା ଲୋକଙ୍କୁ ହିଁ ଆକର୍ଷିତ କରିବ। ଏହି କାଫେରେ ଆସି ମୂଷା ମାନଙ୍କ ସହ ଦୋସ୍ତି ମଧ୍ୟ କରିହେବ। ଭାରତୀୟ କାଫେର […]

rat-caf

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 06:03 PM IST

ନୂଆଦିଲ୍ଲୀ:କୁକୁର କାଫେ ବିଷୟରେ ତ ଶୁଣିଥିବେ ଓ ଦେଖିଥିବେ। କିନ୍ତୁ ସାନ୍‌ ଫ୍ରାନ୍‌ସିସକୋରେ ମୂଷା ପାଇଁ ଏକ କାଫେ ଖୋଲିବାକୁ ଯାଉଛି। ଏଠାରେ ଏକ ଟେବୁଲରେ ବସି ମୂଷା ମାନଙ୍କ ସହିତ କଫିର ମଜା ନେଇ ପାରିବେ। ଏହି ଅଜିବ କାଫେର ନାଁ ‘ଦ ବ୍ମାକ ରେଟ କାଫେ’। ଏହି କାଫେ ମୂଷାମାନଙ୍କୁ ଭଲ ପାଉଥିବା ଲୋକଙ୍କୁ ହିଁ ଆକର୍ଷିତ କରିବ। ଏହି କାଫେରେ ଆସି ମୂଷା ମାନଙ୍କ ସହ ଦୋସ୍ତି ମଧ୍ୟ କରିହେବ। ଭାରତୀୟ କାଫେର ମୂଲ୍ୟ ଅନୁସାରେ ଏହି କାଫେଟି ଭାରି ମହଙ୍ଗା। ଖବର ମୁତାବକ ଏହି କାଫେର ଏକ କଫିର ମୂଲ୍ୟ 50 ଆମେରିକୀୟ ଡଲାର। ଏହି କାଫେର କଫି ପିଇବା ବେଳେ ଯଦି ଆପଣଙ୍କର କେଉଁ ମୂଷା ସହ ଦୋସ୍ତି ହୋଇଗଲା ତେବେ ଆପଣ ତାକୁ ସାଙ୍ଗରେ ନେଇ ପାରିବେ।

Related story