ମୃତ୍ୟୁ ତୁ ଫେରିଯା: ମରଣ ଶଯ୍ୟାରେ ପ୍ରେମିକାର ହାତ ଧରିଲେ ପ୍ରେମିକ

ପ୍ରେମ ଏକ ପ୍ରତିଜ୍ଞା, ଯାହା ସାରା ଜୀବନ ସାଙ୍ଗରେ ରହିବାର। ଆଉ ଏହାକୁ ବେଶ ଭଲ ଭାବରେ ବୁଝିଛନ୍ତି ମ୍ୟାଟ୍‌ ମଗର। କ୍ୟାନସର୍‌ରେ ମରଣ ସହ ସଂଘର୍ଷ କରୁଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରୋଣ୍ଡା ବିଭେନ୍ସଙ୍କୁ ବିବାହ କରି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରୋଣ୍ଡା ବିଭେନ୍ସ ଓ ମ୍ୟାଟ୍‌ ମଗର ଥିଲେ ବନ୍ଧୁ ଓ ବନ୍ଧୁତାରୁ ହୁଏ ଭଲପାଇବା। ଆଉ ସେ ଭଲପାଇବାକୁ ନେଇ ଭବିଷ୍ୟତ କଥା ଚିନ୍ତାକରିଥିଲେ ଏହି ପ୍ରେମୀଯୁଗଳ। ହେଲେ ଏମାନଙ୍କ ମଧ୍ୟରେ […]

Ronda

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 10:54 PM IST

ପ୍ରେମ ଏକ ପ୍ରତିଜ୍ଞା, ଯାହା ସାରା ଜୀବନ ସାଙ୍ଗରେ ରହିବାର। ଆଉ ଏହାକୁ ବେଶ ଭଲ ଭାବରେ ବୁଝିଛନ୍ତି ମ୍ୟାଟ୍‌ ମଗର। କ୍ୟାନସର୍‌ରେ ମରଣ ସହ ସଂଘର୍ଷ କରୁଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରୋଣ୍ଡା ବିଭେନ୍ସଙ୍କୁ ବିବାହ କରି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ରୋଣ୍ଡା ବିଭେନ୍ସ ଓ ମ୍ୟାଟ୍‌ ମଗର ଥିଲେ ବନ୍ଧୁ ଓ ବନ୍ଧୁତାରୁ ହୁଏ ଭଲପାଇବା। ଆଉ ସେ ଭଲପାଇବାକୁ ନେଇ ଭବିଷ୍ୟତ କଥା ଚିନ୍ତାକରିଥିଲେ ଏହି ପ୍ରେମୀଯୁଗଳ। ହେଲେ ଏମାନଙ୍କ ମଧ୍ୟରେ ବାଧା ସାଜିଲା କ୍ୟାନସର୍‌। ରୋଣ୍ଡା ଏବେ କ୍ୟାନସରରେ ପୀଡିତ ଆଉ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ପାଖେ ବଞ୍ଚିବା ପାଇଁ ବହୁତ କମ ଦିନ ରହିଯାଇଛି। ହେଲେ ମ୍ୟାଟ କିନ୍ତୁ ତାଙ୍କ ଲଭକୁ ଏତେ ସହଜରେ ଛାଡିବାକୁ ଚାହୁଁନାହାଁନ୍ତି। ସେ ତାଙ୍କ ପ୍ରେମିକାଙ୍କର ସମସ୍ତ ଇଚ୍ଛା ପୂରଣ କରିବା ପାଇଁ  ନିଷ୍ପତି ନେଇଛନ୍ତି। ଶେଷରେ ରୋଣ୍ଡାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ମ୍ୟାଟ୍‌ ରୋଣ୍ଡାଙ୍କୁ ବିବାହ କରିଛନ୍ତି। ମ୍ୟାଟ୍‌ ତାଙ୍କୁ ଡାକ୍ତରଖାନାର ବେଡ ଉପରେ ସମସ୍ତ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ତାଙ୍କର ଏହି ବିବାହ ଏକ ଉଦାହରଣ ସାଜିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related story