କିସ୍ କରି କାର୍ ଜିତିଲେ ମହିଳା

ଲଟେରି ମାଧ୍ୟମରେ କାର୍‌ ଜିତିବା କିମ୍ବା କୌଣସି ପ୍ରତିଯୋଗିତାରେ ପ୍ରଶ୍ନର ସଠିକ୍ ଉତ୍ତର ଦେଇ କେହି କାର୍‌ ପାଇଥିବା କଥା ଆପଣ ଶୁଣିଥିବେ। ମାତ୍ର “କିସ୍” କରି କାର୍‌ ଜିତିବା କଥା କେବେ ଶୁଣିଛନ୍ତି କି? ହୁଏତ ଅଡ଼ୁଆ ଲାଗିପାରେ କିନ୍ତୁ କଥାଟା ସତ। ଶୁଣି ଆହୁରି ଆଶ୍ଚର୍ଯ୍ୟ ହେବେ ଜଣେ ମହିଳା କାର୍‌କୁ କିସ୍ କାର୍ ଜିତିଛନ୍ତି। କଥାଟା ଏମିତି। ଟେକ୍ସାସର ଅଷ୍ଟିନ ରେଡିଓ ଷ୍ଟେସନ ପକ୍ଷରୁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାଟି ଥିଲା […]

win car-1

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 03:34 PM IST

ଲଟେରି ମାଧ୍ୟମରେ କାର୍‌ ଜିତିବା କିମ୍ବା କୌଣସି ପ୍ରତିଯୋଗିତାରେ ପ୍ରଶ୍ନର ସଠିକ୍ ଉତ୍ତର ଦେଇ କେହି କାର୍‌ ପାଇଥିବା କଥା ଆପଣ ଶୁଣିଥିବେ। ମାତ୍ର “କିସ୍” କରି କାର୍‌ ଜିତିବା କଥା କେବେ ଶୁଣିଛନ୍ତି କି? ହୁଏତ ଅଡ଼ୁଆ ଲାଗିପାରେ କିନ୍ତୁ କଥାଟା ସତ। ଶୁଣି ଆହୁରି ଆଶ୍ଚର୍ଯ୍ୟ ହେବେ ଜଣେ ମହିଳା କାର୍‌କୁ କିସ୍ କାର୍ ଜିତିଛନ୍ତି।

କଥାଟା ଏମିତି। ଟେକ୍ସାସର ଅଷ୍ଟିନ ରେଡିଓ ଷ୍ଟେସନ ପକ୍ଷରୁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାଟି ଥିଲା ଏମିତି- ଯିଏ ଅଧିକ ସମୟ ଅନବରତ ଭାବେ କାର୍‌କୁ କିସ୍ କରିବ ତାଙ୍କୁ ପୁରସ୍କାରରେ କାର୍‌ ଦିଆଯିବ। ଏଥିରେ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଭାଗ୍ୟଶାଳୀ ହୋଇଥିଲେ ୩୦ ବର୍ଷୀୟ ଦିଲୀନି ଜୟସୂରିୟା। ସେ ୫୦ ଘଣ୍ଟା ଧରି ଅନବରତ ଭାବେ କାର୍‌କୁ କିସ୍ କରି ଥିଲେ। ଶେଷରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

Related story