[caption id="attachment_401470" align="alignleft" width="136"]
୧୮୭୯ ଜୁନ୍ ୨୧ ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକି ନା ପ୍ରଥମଥର ପାଇଁ ସକାଳ ୧୧ଟ ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚାଘରେ ପହଞ୍ଚିଗଲା। ବାଟରେ ମାଉସୀମା’ ମନ୍ଦିରରେ ଯେଉଁ ବିରତି ହୁଏ, ସେଥିପାଇଁ ସମୟ ଦିଆଯାଇ ନଥିଲା। ତା' ପରଦିନ ସକାଳ ଛଅଟାରୁ ଶୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ ଗୁଣ୍ଡିଚାମନ୍ଦିରରେ ହାଜର ହେଲେ। ପୁଣି ଅପରାହ୍ଣରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଯାଇଥିଲା। ହେଲେ ହାସ୍ପାତାଳ ଛକରେ ରଥ ଚକ ଚାରି ଜଣ କଳାପିଠିଆଙ୍କ ଉପରେ ଚଢ଼ିଗଲା। ଫଳରେ ଅଫିସଙ୍କ ସବୁ ଶ୍ରେୟ ପାଣିରେ ପଡ଼ିଯାଇଥିଲା।
କଳାପିଠିଆମାନେ ରଥ ଟାଣିବା କାର୍ଯ୍ୟରେ ନିଯୁକ୍ତ ହୋଇଥାଆନ୍ତି। ବଳଶାଳୀ ଓ ପାରମ୍ପରିକ ଭାବେ ସେମାନେ ରଥଟଣା କାର୍ଯ୍ୟରେ ପ୍ରମୁଖ ଅଂଶ ଥିଲେ। ଏଥର ମଧ୍ୟ ସେମାନଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ଅସାବଧାନତା ଯୋଗୁ ୪ ଜଣ କଳାପିଠିଆଙ୍କ ଉପରେ ଜଗନ୍ନାଥଙ୍କ ରଥ ଚଢ଼ିଗଲା। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତାଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। କାରଣ କ'ଣ, ତାହା ମାଜିଷ୍ଟ୍ରେଟ୍ ରିପୋର୍ଟରେ ଉଲ୍ଲେଖ କରି ନଥିଲେ। ହେଲେ ସେମାନେ କୁଆଡେ଼ ରଥ ଦଉଡ଼ିକୁ ହାଲୁକା ଭାବେ ଧରି ଅମନଯୋଗୀ ହେବାରୁ ରଥ ତାଙ୍କ ଉପରେ ଚଢ଼ିଗଲା ବୋଲି କୁହାଗଲା। ହେଲେ ହିନ୍ଦୁମାନେ ଏହାର ପ୍ରତିବାଦ କଲେ।
କଲେକ୍ଟର୍ ସାହେବ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ରଥର ପ୍ରକାଣ୍ଡ ଆକୃତି ଓ ତହିଁରେ ସଂଯୁକ୍ତ ଏକାଧିକ ଚକକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି କହିଲେ।
ଏସବୁ ଭିତରେ ଇଂରେଜ ଅଧିକାରୀମାନଙ୍କ ମନୋବଳ କମିଥିଲା। ଯେଉଁ ଦ୍ରୁତ ଗତିରେ ଯାତ୍ରା ଆରମ୍ଭ ହୋଇଥିଲା, ତାହା ଆଉ ପରଦିନ ରହିଲା ନାହିଁ। ଫଳରେ ୨୩ ତାରିଖରେ ଜଗନ୍ନାଥଙ୍କ ରଥ ଟଣା ହୋଇଥିଲେ ମଧ୍ୟ ତାଙ୍କୁ ବାଟରେ ବିଶ୍ରାମ ଦିଆଯାଇଥିଲା। ୨୪ ତାରିଖ ସକାଳୁ ଧୀରେ ଧୀରେ ରଥ ଟଣା ହୋଇ ସନ୍ଧ୍ୟାରେ ଗୁଣ୍ଡିଚାମନ୍ଦିର ପହଞ୍ଚିଥିଲେ। ୨୫ ତାରିଖରେ ପହଣ୍ଡି ହୋଇଥିଲା।
ଏପରି ବିବାଦ ଭିତରେ ଘଣ୍ଟାଚକଟା ଚାଲିଲା। ପୁରୀର ମାଜିଷ୍ଟ୍ରେଟ୍ ପ୍ରସ୍ତାବ ଦେଲେ ରଥକୁ ଲୋକମାନେ ନଟାଣି କଲିକତାର ଟ୍ରାମ୍ ୱେ ଭଳି ପରିଚାଳନା କରିବା ପାଇଁ। ସେତେବେଳେ ନୂଆ ନୂଆ ଟ୍ରାମ୍ ୱେ କଲିକତାରେ ବେଶ୍ ଲୋକପ୍ରିୟ ହୋଇଥିଲା। କଲେକ୍ଟର୍ ସାହେବ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ରଥର ପ୍ରକାଣ୍ଡ ଆକୃତି ଓ ତହିଁରେ ସଂଯୁକ୍ତ ଏକାଧିକ ଚକକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି କହିଲେ। ଏହାଛଡ଼ା ଟ୍ରାମ୍ ୱେ ଦ୍ୱାରା ହିନ୍ଦୁ ଧର୍ମାବଲମ୍ୱୀଙ୍କ ଧର୍ମୀୟ ଭାବନାରେ ଆଞ୍ଚ୍ ଆସିବ କହି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।