ମାନବିକତା: ଏନ୍‌କାଉଣ୍ଟରରେ ଆହତ ନକ୍ସଲକୁ ବଞ୍ଚାଇଲେ ଆଇପିଏସ୍ ଅଫିସର

ବସ୍ତର: ଗତ ମାର୍ଚ୍ଚ ୧୮ ତାରିଖ। ଛତିଶଗଡ଼ର ବସ୍ତର ସ୍ଥିତ ଘଞ୍ଚ ଜଙ୍ଗଲରେ ଚାଲି ଥିଲା ଗୁଳିବିନିମୟ। ଗୋଟିଏ ପଟରେ ପୋଲିସ୍, ଅନ୍ୟପଟରେ ନକ୍ସଲ। ଗୁଳି ବିନିମୟ ବେଳେ ନକ୍ସଲ କମାଣ୍ଡର ସୋମାରୁଙ୍କ ପେଟରେ ବାଜିଲା ଏକ ଗୁଳି। ଗୁଳିଟି ଯାଇଥିଲା ଦନ୍ତେୱାଡ଼ାର ଅତିରିକ୍ତ ଏସ୍‌ପି ଅଭିଷେକ ପଲ୍ଲବଙ୍କ ବନ୍ଧୁକରୁ। ଗୁଳି ଯାଇ ସିଧା ବାଜିଲା ସୋମାରୁଙ୍କ ପେଟରୁ। ବୋହି ଚାଲିଲା ରକ୍ତ। ସେ ଯନ୍ତ୍ରଣାରେ ତଳେ ପଡ଼ି ଛଟପଟ ହେଉଥିଲା। ସୋମାରୁଙ୍କ ଏ ଅବସ୍ଥା ଦେଖି […]

maoist

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 11:04 AM IST

ବସ୍ତର: ଗତ ମାର୍ଚ୍ଚ ୧୮ ତାରିଖ। ଛତିଶଗଡ଼ର ବସ୍ତର ସ୍ଥିତ ଘଞ୍ଚ ଜଙ୍ଗଲରେ ଚାଲି ଥିଲା ଗୁଳିବିନିମୟ। ଗୋଟିଏ ପଟରେ ପୋଲିସ୍, ଅନ୍ୟପଟରେ ନକ୍ସଲ। ଗୁଳି ବିନିମୟ ବେଳେ ନକ୍ସଲ କମାଣ୍ଡର ସୋମାରୁଙ୍କ ପେଟରେ ବାଜିଲା ଏକ ଗୁଳି। ଗୁଳିଟି ଯାଇଥିଲା ଦନ୍ତେୱାଡ଼ାର ଅତିରିକ୍ତ ଏସ୍‌ପି ଅଭିଷେକ ପଲ୍ଲବଙ୍କ ବନ୍ଧୁକରୁ। ଗୁଳି ଯାଇ ସିଧା ବାଜିଲା ସୋମାରୁଙ୍କ ପେଟରୁ। ବୋହି ଚାଲିଲା ରକ୍ତ। ସେ ଯନ୍ତ୍ରଣାରେ ତଳେ ପଡ଼ି ଛଟପଟ ହେଉଥିଲା। ସୋମାରୁଙ୍କ ଏ ଅବସ୍ଥା ଦେଖି ଆଇପିଏସ୍ ଅଭିଷେକଙ୍କ ମଧ୍ୟରେ ତାଜା ହୋଇ ଉଠିଲା ତାଙ୍କ ‘ଡାକ୍ତର’ ଭାବନା। ସେ ଆହତ ସୋମାରୁଙ୍କୁ ସେଠାରୁ ଉଦ୍ଧାର ପ୍ରଥମେ ତାଙ୍କ କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ୍ କଲେ ଓ ତା’ପରେ ପେନ୍‌କିଲର ଇଞ୍ଜେକ୍ସନ ଦେଲେ। ତା’ପରେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଇ ଦେଲେ।

ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ସୋମାରୁ କହିଛନ୍ତି,“ସାହେବ ମୋ ଜୀବନ ବଞ୍ଚାଇଛନ୍ତି। ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ।”

ଅଭିଷେକ ପଲ୍ଲବ ଆଇପିଏସ୍‌ ପାଇବା ପୂର୍ବରୁ ଡାକ୍ତର ଥିଲେ। ସେ କହିଛନ୍ତି,“ପ୍ରଶିକ୍ଷିତ ଡାକ୍ତର ହୋଇଥିବା ଯୋଗୁଁ ସେହି ପରିସ୍ଥିତିରେ ମୁଁ ସୋମାରୁଙ୍କୁ ଛାଡ଼ି ପାରିଲି ନାହିଁ। ସେଥିପାଇଁ ମୁଁ ତାଙ୍କ ଚିକିତ୍ସା କଲି। ତାଙ୍କୁ ଯଦି ଆଉ କିଛି ସମୟ ସେମିତି ଅବସ୍ଥାରେ ଛାଡ଼ି ଦେଇ ଥାଆନ୍ତି, ସେ ମରି ଯାଇଥାଆନ୍ତେ।”

ଏଏସ୍‌ପି ଅଭିଷେକ ପଲ୍ଲବଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ଛତିଶଗଡ଼ ପୋଲିସ୍‌ର ସ୍ପେଶାଲ୍ ଡିଜି ଡିଏମ୍ ଅବସ୍ଥୀ କହିଛନ୍ତି,“ପଲ୍ଲବ ଯାହା କଲେ ତାହା ଏକ ବଢ଼ିଆ ଉଦାହରଣ।”

ଛତିଶଗଡ଼ ପୋଲିସ୍ ପକ୍ଷରୁ କୁହଯାଇଛି ସୋମାରୁଙ୍କ ଜୀବନ ବଞ୍ଚାଇ ଏଏସ୍‌ପି ଅଭିଷେକ ମାନବିକତାର ପରିଚୟ ଦେଇଛନ୍ତି। ପୋଲିସ୍ ପାଇଁ ଏବେ ସୋମାରୁ ଏକ ସୂଚନାର ଗୋଦାମ। ତାଙ୍କଠାରୁ ମାଓବାଦୀଙ୍କ କାର୍ଯ୍ୟକଳାପ ସଂପର୍କରେ ବହୁତ ସୂଚନା ହାସଲ କରି ହେବ।

ସୂଚନାଯୋଗ୍ୟ, ଏହି ଏନ୍‌କାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। ନିଜେ ଏଏସ୍‌ପି ଅଭିଷେକ ୨୩ ରାଉଣ୍ଡ ଗୁଳି ଚଳାଇଥିଲେ।

Related story