ଆପଣଙ୍କ ପିଲା ସ୍ମାର୍ଟଫୋନ୍‌ରେ ଖେଳୁଛନ୍ତି କି: ତେବେ ସାବଧାନ!

ଆପଣଙ୍କ ପିଲା ସ୍ମାର୍ଟ୍‌ ଫୋନରେ ଖେଳୁଛନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ଅଭ୍ୟାସ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏକ ରିପୋର୍ଟରୁ ଜଣାପଡିଛି ଯେ ଯେଉଁ ପିଲା ସ୍ମାର୍ଟ ଫୋନରେ ଗେମ୍‌ ଖେଳୁଥିବା ସହ ଅଧିକ ସମୟ ବିତାଇଥାନ୍ତି ସେମାନଙ୍କୁ ଅନ୍ୟପିଲାଙ୍କ ଅପେକ୍ଷା କମ ନିଦ ହୋଇଥାଏ। ଏହା ସହ ଏହି ପିଲାମାନେ ଅତ୍ୟଧିକ ମାନ୍ଦା ଓ ଅଳସୁଆ ହୋଇଯାଆନ୍ତି। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସ୍ମାର୍ଟ ଫୋନରେ ଅଧିକ ସମୟ ବିତାଉଥିବା ପିଲାମାନଙ୍କ […]

phone

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 10:20 PM IST

ଆପଣଙ୍କ ପିଲା ସ୍ମାର୍ଟ୍‌ ଫୋନରେ ଖେଳୁଛନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ଅଭ୍ୟାସ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏକ ରିପୋର୍ଟରୁ ଜଣାପଡିଛି ଯେ ଯେଉଁ ପିଲା ସ୍ମାର୍ଟ ଫୋନରେ ଗେମ୍‌ ଖେଳୁଥିବା ସହ ଅଧିକ ସମୟ ବିତାଇଥାନ୍ତି ସେମାନଙ୍କୁ ଅନ୍ୟପିଲାଙ୍କ ଅପେକ୍ଷା କମ ନିଦ ହୋଇଥାଏ। ଏହା ସହ ଏହି ପିଲାମାନେ ଅତ୍ୟଧିକ ମାନ୍ଦା ଓ ଅଳସୁଆ ହୋଇଯାଆନ୍ତି। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସ୍ମାର୍ଟ ଫୋନରେ ଅଧିକ ସମୟ ବିତାଉଥିବା ପିଲାମାନଙ୍କ କ୍ଷେତ୍ରରେ ଘଣ୍ଟାକୁ ୧୫ ମିନିଟ୍‌ ଲେଖାଏଁ କମ ନିଦ ହୋଇଥାଏ। ଲଣ୍ଡନ ୟୁନିଭର୍ସିଟିରେ ଛୋଟଛୋଟ ପିଲାଙ୍କ ବାପା-ମାଙ୍କୁ  ନେଇ ଏକ ଅଧ୍ୟୟନ କରାଯାଇଥିଲା ଯେଉଁଥିରେ ଜଣାପଡିଥିଲା ଯେ ପାଖାପାଖି ୭୫ ପ୍ରତିଶତ ପିଲା ସ୍ମାର୍ଟଫୋନ୍‌ରେ ସମୟ କାଟିଥାନ୍ତି।

Related story