Advertisment

ଶିଶୁ ଦିବସ ଓ ଚାଚା ନେହରୁ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା । ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି […]

ଅଦ୍ୟତନ ହୋଇଛି
ଶିଶୁ ଦିବସ ଓ ଚାଚା ନେହରୁ

nehru

Advertisment

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା । ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି  ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ , ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ସିଏ ବୁଝିଥିଲେ ।

Advertisment

ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ । ୧୮୮୯ ମସିହା ନଭେମ୍ବର ୧୪ରେ ଆହ୍ଲାବାଦରେ ଜନ୍ମିତ ନେହରୁ ଜଣେ ଧନାଢ୍ୟ ପରିବାରର ଜନ୍ମ ହୋଇଥିଲେ।

ତାଙ୍କ ପିତା ମୋତିଲାଲ ନେହେରୁ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ବିଦେଶରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ଦେଶପ୍ରତି ତାଙ୍କର ଅଗାଧ ପ୍ରେମ ରହିଥିଲା । ଜବାହରଲାଲ ନେହେରୁ ତାଙ୍କର ଶିଶୁଙ୍କ ପ୍ରତି ରହିଥିବା ଅଗାଡ ପ୍ରେମ ଓ ସ୍ନେହ ପାଇଁ ପରବର୍ତ୍ତୀ ସମୟରେ ଚାଚା ନେହେରୁ ପରିଚିତ ହୋଇଥିଲେ । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ । ନେହରୁଙ୍କ କହିବାନୁଯାୟୀ ଛୋଟ ପିଲା ଦେଶର ଭବିଷ୍ୟତ । ସେମାନଙ୍କର ରକ୍ଷଣାବେକ୍ଷଣ କରିବା ସହ ତାଙ୍କୁ ଭଲ ପାଇବା ଦେବା ଉଚିତ୍ । ଯାହାଫଳରେ ସେମାନେ ଭବିଷ୍ୟତରେ ନିଜ ଗୋଡରେ ଛିଡା ହୋଇ ପାରିବେ ।

Advertisment

କୁହାଯାଏ ପ୍ରଥମେ ୧୯୨୫ରେ ଶିଶୁ ଦିବସ ପ୍ରଥମେ ପାଳନ କରାଯାଇଥିଲା। ହେଲେ ସାରା ବିଶ୍ୱରେ ୧୯୫୩ରେ ଏହି ଦିବସକୁ ମାନ୍ୟତା ମିଳିଥିବା କେହି କେହି କୁହନ୍ତି। ତେବେ ଜାତିସଂଘ ପକ୍ଷରୁ ନଭେମ୍ବର ୨୦କୁ ଶିଶୁ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ହେଲେ ଏହା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଗଲା। ଭାତରରେ ବି ପ୍ରଥମେ ଏହା ନଭେମ୍ବର ୨୦ରେ ପାଳନ କରାଯାଉଥିଲା ବୋଲି କୁହାଯାଏ। ହେଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନିଧନ ପରେ ୧୯୬୪ରୁ ଏହି ଦିବସକୁ ନେହେରୁଙ୍କ ଜନ୍ମଦିବସ ଅର୍ଥାତ୍‌ ନଭେମ୍ବର ୧୪ରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଲା।

ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ । ନେହରୁଙ୍କ କହିବାନୁଯାୟୀ ଛୋଟ ପିଲା ଦେଶର ଭବିଷ୍ୟତ । ସେମାନଙ୍କର ରକ୍ଷଣାବେକ୍ଷଣ କରିବା ସହ ତାଙ୍କୁ ଭଲ ପାଇବା ଦେବା ଉଚିତ୍ । ଯାହାଫଳରେ ସେମାନେ ଭବିଷ୍ୟତରେ ନିଜ ଗୋଡରେ ଛିଡା ହୋଇ ପାରିବେ । ଭାରତ ସ୍ୱାଧିନ ହେବା ପରେ ନେହରୁ ଶିଶୁମାନଙ୍କର ଶିକ୍ଷା, ପ୍ରଗତି ଓ କଲ୍ୟାଣ ପାଇଁ ଅନେକ କାମ କରିଥିଲେ। ସେ ଶିଶୁମାନଙ୍କୁ ଖୁବ୍‌ ସ୍ନେହ ବି କରୁଥିଲେ। ତେଣୁ ସେ ପିଲାମାନଙ୍କ ପାଖରେ ଚାଚା ନେହେରୁ ଭାବେ ବେଶ୍‌ ପରିଚିତ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe