ଭାରତ ସହ ମୁହାଁମୁହିଁ ହୋଇ ପୂର୍ବରୁ ଦୁଇ ଦୁଇଥର ମାଟି କାମୁଡିଛି ଚାଇନା

ବାରମ୍ବାର ୧୯୬୨ର କଥା କହି ଭାରତକୁ ଡରାଉଛି ଚାଇନା। ଯଦିଓ ସେହି ଯୁଦ୍ଧରେ ଭାରତର ଅନେକ କ୍ଷତି ହୋଇଥିଲା। କିନ୍ତୁ ଚାଇନା ବି ସହଜରେ ଜିତି ପାରିନଥିଲା। ବାରମ୍ବାର ଚାଇନା ଉଠାଉଥିବା ୧୯୬୨ ମସିହା ଯୁଦ୍ଧର କଥା ଆମେ ସମସ୍ତେ ଜାଣିଛେ। ତେଣୁ ଏହା ପରର ଘଟଣା ବିଷୟରେ ବି ଆମର ଜାଣିନେବା ଦରକାର। ୧୯୬୨ ଯୁଦ୍ଧ ପରେ ଚୀନ ଭାରତର ଅକ୍ସାଇଚୀନ ଅଞ୍ଚଳକୁ ଦଖଲ କରିନେଲା। ପରେ ୧୯୬୭ ମସିହାରେ ଚାଇନାର ଲୋଲୁପ ଦୃଷ୍ଟି ପଡିଥିଲା […]

indian_soldiers

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 10:48 PM IST

ବାରମ୍ବାର ୧୯୬୨ର କଥା କହି ଭାରତକୁ ଡରାଉଛି ଚାଇନା। ଯଦିଓ ସେହି ଯୁଦ୍ଧରେ ଭାରତର ଅନେକ କ୍ଷତି ହୋଇଥିଲା। କିନ୍ତୁ ଚାଇନା ବି ସହଜରେ ଜିତି ପାରିନଥିଲା। ବାରମ୍ବାର ଚାଇନା ଉଠାଉଥିବା ୧୯୬୨ ମସିହା ଯୁଦ୍ଧର କଥା ଆମେ ସମସ୍ତେ ଜାଣିଛେ। ତେଣୁ ଏହା ପରର ଘଟଣା ବିଷୟରେ ବି ଆମର ଜାଣିନେବା ଦରକାର।

୧୯୬୨ ଯୁଦ୍ଧ ପରେ ଚୀନ ଭାରତର ଅକ୍ସାଇଚୀନ ଅଞ୍ଚଳକୁ ଦଖଲ କରିନେଲା। ପରେ ୧୯୬୭ ମସିହାରେ ଚାଇନାର ଲୋଲୁପ ଦୃଷ୍ଟି ପଡିଥିଲା ଭାରତର ଚୋଲା ଅଞ୍ଚଳ ଉପରେ। ଏହି ଅଞ୍ଚଳକୁ ଚାଇନା ଦଖଲ କରିବା ଆଶାରେ ଡୋକଲାମ ପ୍ଲେଟୁ ଅଞ୍ଚଳରେ ସୈନ୍ୟ ଛାଉଣୀ କରିଥିଲା। ସେହି ସମୟରେ ଚାଇନା ଚୋଲା ସୀମାକୁ ଲାଗିଥିବା ଭାରତର କିଛି ଅଂଶକୁ ହଡପ କରିବା ପାଇଁ ଚାହିଁଥିଲା। କିନ୍ତୁ ଭାରତୀୟ ସେନା ଏହାର ତୀବ୍ର ବିରୋଧ କରି ଯୁଦ୍ଧ କରିଥିଲା। ଏଥିରେ ଭାରତର ପାଖାପାଖି ୫୦ ଜବାନ ସହିଦ ହୋଇଥିବା ବେଳେ ଚାଇନାର ୩୦୦ ସୈନିକଙ୍କ ମ଼ତ୍ୟୁ ହୋଇଥିଲା।  ଭାରତୀୟ ସେନା ଚାଇନା ସେନାକୁ ସୀମାରୁ ବହୁତ ଦୂର ପର୍ଯ୍ୟନ୍ତ ଠେଲି ଦେଇଥିଲେ। ୧୯୮୬ ମସିହାରେ ଆଉ ଏକ ବୃଥା ଚେଷ୍ଟା କରିଥିଲା ଚାଇନା। ଅରୁଣାଚଳ ପ୍ରଦେଶର ସାଂଡୋଙ୍ଗୁ ଅଞ୍ଚଳକୁ ଘେରିବା ପାଇଁ ଚେଷ୍ଟା କରି ଭାରତ ଠାରୁ ପରାସ୍ତ ହୋଇଥିଲା ଚୀନ। ଆଉ ଏହି ପରାଜୟକୁ ସହଜରେ ହଜମ କରି ନ ପାରି ଦୁଇ ଜଣ ସେନା କମାଣ୍ଡରଙ୍କୁ ତାଙ୍କ ପଦରୁ ବହିଷ୍କାର କରିଥିଲା ଚୀନ।

Related story