ଏମିତି ବି ଅଛି ପ୍ରତିଯୋଗିତା: ଯେଉଁଠି ଆରମ୍ଭରୁ ପୁରସ୍କାର ନେବା ଯାଏଁ କାନ୍ଦୁଥାନ୍ତି ପ୍ରତିଯୋଗୀ

ଦୁନିଆରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥାଏ। ଏଥିରେ କିଛି ଦେଖିବାକୁ ସାଧାରଣ ହୋଇଥିବା ବେଳେ ଆଉ କିଛି ଅସାଧାରଣ। ଆଜି ଆମେ ଆପଣଙ୍କୁ ଏମିତି ଏକ ଅସାଧାରଣ ପ୍ରତିଯୋଗିତା ବିଷୟରେ କହିବାକୁ ଯାଉଛୁ। ପ୍ରତିଯୋଗିତା ଆରମ୍ଭରୁ ଟ୍ରଫି ପ୍ରଦାନ ପର୍ଯ୍ୟନ୍ତ ପ୍ରତଯୋଗୀଙ୍କୁ କେବଳ ଆପଣ କାନ୍ଦୁଥିବା ଦେଖିବାକୁ ପାଇବେ। ଏବେ ଭାବୁଥିବେ ଏହା ଏମିତି କି ପ୍ରତିଯୋଗିତା ଯେ, କାନ୍ଦିବାକୁ ପଡିବ। ଯଦି ଏପରି ଭାବୁଛନ୍ତି ତେବେ ଅସନ୍ତୁ ଜାଣିବା ଏହି ପ୍ରତିଯୋଗିତା ସମ୍ପର୍କରେ। ଚୀନର ହୁନାନ […]

chilli

chilli

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 08:20 PM IST

Sports

Latest News

ଦୁନିଆରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥାଏ। ଏଥିରେ କିଛି ଦେଖିବାକୁ ସାଧାରଣ ହୋଇଥିବା ବେଳେ ଆଉ କିଛି ଅସାଧାରଣ। ଆଜି ଆମେ ଆପଣଙ୍କୁ ଏମିତି ଏକ ଅସାଧାରଣ ପ୍ରତିଯୋଗିତା ବିଷୟରେ କହିବାକୁ ଯାଉଛୁ। ପ୍ରତିଯୋଗିତା ଆରମ୍ଭରୁ ଟ୍ରଫି ପ୍ରଦାନ ପର୍ଯ୍ୟନ୍ତ ପ୍ରତଯୋଗୀଙ୍କୁ କେବଳ ଆପଣ କାନ୍ଦୁଥିବା ଦେଖିବାକୁ ପାଇବେ। ଏବେ ଭାବୁଥିବେ ଏହା ଏମିତି କି ପ୍ରତିଯୋଗିତା ଯେ, କାନ୍ଦିବାକୁ ପଡିବ। ଯଦି ଏପରି ଭାବୁଛନ୍ତି ତେବେ ଅସନ୍ତୁ ଜାଣିବା ଏହି ପ୍ରତିଯୋଗିତା ସମ୍ପର୍କରେ।

ଚୀନର ହୁନାନ ପ୍ରାନ୍ତରେ ନିଙ୍ଗଜିଆଙ୍ଗରେ ଅଗଷ୍ଟ ୧୨ରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ସ୍ପାଇସି ଫୁଡକୁ ନେଇ ପ୍ରସିଦ୍ଧ ଥିବା ଚୀନର ହୁନାନ ପ୍ରାନ୍ତରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ପ୍ରତିୟୋଗିତାର ଆୟୋଜିତ କରାଯାଇଥିଲା। ପ୍ରତିଯୋଗିତାଟି ଥିଲା ମାତ୍ର ୧ ମିନିଟର। ଏହି ନିର୍ଦ୍ଧାରିତ ସମୟରେ ପ୍ରତିଯୋଗୀଙ୍କୁ ଲଙ୍କା ଖାଇବାକୁ କୁହାଯାଇଥିଲା। ଯେଉଁ ପ୍ରତିଯୋଗୀ ଅଧିକ ଲଙ୍କା ଖାଇଥିଲେ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୧ ମିନିଟର ଏହି ପ୍ରତିଯୋଗିତାରେ ଜଣେ ବ୍ୟକ୍ତି ୧୫ଟି ଲଙ୍କା ଖାଇ ବିଜେତା ଘୋଷିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos