ଅବେଳରେ ଭୋଳା ବାବାଙ୍କ ନିକଟରେ ତାଳି ମନା କାହିଁକି ଜାଣନ୍ତୁ

ଯେତେବେଳେ କିଛି ଖୁସିର ମୂହୂର୍ତ୍ତ ଆସେ ଆମେ ତାଳି ବଜାଇ ଥାଉ। ସେ ସ୍କୁଲ ହେଉ କି କିଛି ସମାରୋହ ହେଉ ଆମେ ତାଳି ମାରି ଥାଉ। ଆଉ ଏହାରି ମାଧ୍ୟମରେ ଆମେ କାହାକୁ ଉତ୍ସାହିତ ମଧ୍ୟ କରିଥାଉ। ସେହିପରି କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିରରେ ତାଳି ମଧ୍ୟ ବଜାଇ ଥାଉ। ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରରେ ଆରତୀ ସମୟରେ ତାଳି ବଜାଇବା ଏକ ସ୍ୱଭାବିକ ପ୍ରକ୍ରିୟା । ସନାତନ ଧର୍ମ କହେ କେବଳ ଆରତୀ […]

siva-1

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 07:04 PM IST

ଯେତେବେଳେ କିଛି ଖୁସିର ମୂହୂର୍ତ୍ତ ଆସେ ଆମେ ତାଳି ବଜାଇ ଥାଉ। ସେ ସ୍କୁଲ ହେଉ କି କିଛି ସମାରୋହ ହେଉ ଆମେ ତାଳି ମାରି ଥାଉ। ଆଉ ଏହାରି ମାଧ୍ୟମରେ ଆମେ କାହାକୁ ଉତ୍ସାହିତ ମଧ୍ୟ କରିଥାଉ। ସେହିପରି କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିରରେ ତାଳି ମଧ୍ୟ ବଜାଇ ଥାଉ। ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରରେ ଆରତୀ ସମୟରେ ତାଳି ବଜାଇବା ଏକ ସ୍ୱଭାବିକ ପ୍ରକ୍ରିୟା । ସନାତନ ଧର୍ମ କହେ କେବଳ ଆରତୀ ସମୟରେ କରତାଳି କରିବା ଉପଯୁକ୍ତ ପଦ୍ଧତି ।

ଅନ୍ୟ ସମୟରେ ମନ୍ଦିରରେ ତାଳି ବଜାଇବା ଶାସ୍ତ୍ର ବିରୋଧୀ। କୁହାଯାଏ କିଛି ବିଶେଷ ମୂହୂର୍ତ୍ତରେ ଶିବ ମନ୍ଦିରରେ ତାଳି ବଜାଇବା ଅଦୌ ଶୁଭଙ୍କର ନୁହେଁ। ପୌରାଣିକ କଥା ଅନୁଯାୟୀ ଭୋଳା ମହେଶ୍ୱର ସବୁବେବଳେ ଧ୍ୟାନ ମଗ୍ନରେ ରୁହନ୍ତି। ସାଧାରଣତଃ ଅନେକ ଲୋକ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ନିକଟରେ ତିନି ଥର ତାଳି ବଜାଇଥାନ୍ତି। ଯାହା କରିବା ଅନୁଚିତ୍‌। କୁହାଯାଏ ଏପରି କରିବା ଶିବଙ୍କ ପ୍ରତି ଅପମାନ। କାରଣ ତାଙ୍କ ନିକଟତର ହୋଇ ତାଳି ବଜାଇଲେ ଶିବଙ୍କ ଧ୍ୟାନ ଭଙ୍ଗ ହୋଇଥାଏ। ଏଥିରେ ଅତିଷ୍ଠ ହୋଇ ମହାଦେବ ଶିବ ବିଗିଡ଼ି ଯାଆନ୍ତି। ମୋଟାମୋଟି କହିବାକୁ ଗଲେ ଆପଣ କେବଳ ସନ୍ଧ୍ୟା(ଆରତୀ) ସମୟରେ ଶିବ ମନ୍ଦିରରେ କରତାଳି ଏବଂ  ଘଣ୍ଟି ବଜାଇ ପାରିବେ। ତେବେ ଅନ୍ୟ ସମୟରେ କିମ୍ବା ଘର ତାଳି ବଜାଇବାକୁ ବାରଣ ନାହିଁ। ଏହି ତାଳି ବଜାଇଲେ ଆମକୁ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି।

ତାଳି ବଜାଇବାର ଫାଇଦା

୧- ତାଳି ବଜାଇଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିଥାଏ।

୨-ସଂକୀର୍ତ୍ତନ ସମୟରେ ତାଳି ବଜାଇଲେ ଶକ୍ତି ସଂଚରିତ ହୋଇଥାଏ। ଏପରିକି  ସଂକୀର୍ତ୍ତନ ସମୟରେ ତାଳି ବଜାଇଲେ ଆମର ରେଖା ବଦଳିଯାଇଥାଏ।

୩-ଆକ୍ୟୁପ୍ରେସର ଅନୁସାରେ ଆମ ହାତରେ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେଙ୍ଗ ସହ ସମ୍ପର୍କ ରହିଛି। ପ୍ରତ୍ୟେକ ଅଙ୍ଗପ୍ରତ୍ୟେଙ୍ଗର ଚାପ ବିନ୍ଦୁ(ପ୍ରେସର ପଏଣ୍ଟ)  ହାତରେ ରହିଛି। ତେଣୁ ତାଳିବଜାଇଲେ ରକ୍ତ ପ୍ରବାହ ଏବଂ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା କ୍ରିୟାଶିଳ ହୋଇଥାଏ। ଯାହା ଆମକୁ ରୋଗମୁକ୍ତ କରିଥାଏ।

ସୌଜନ୍ୟ ୱେବ ଦୁନିଆ

Related story