ଲବଙ୍ଗର ଚମତ୍କାରିତା: ବ୍ୟବହାର କରନ୍ତୁ ଓ ସୁସ୍ଥ ରୁହନ୍ତୁ

ଲବଙ୍ଗ କେବଳ ମସଲା ଭାବେ ବ୍ୟବହାର କରାଯାଇ ନ ଥାଏ। ଏହାର ବହୁ ଔଷଧୀୟ ଗୁଣ ଥିବା ପ୍ରାୟ ସମସ୍ତେ ଜାଣିଛନ୍ତି। କାହିଁ କେଉଁ କାଳରୁ ଏହାକୁ ଆୟୁର୍ବେଦ ଔଷଧ ଭାବେ ବ୍ୟବହାର କରାଯାଇଛି। ପ୍ରତିଦିନ ଲବଙ୍ଗ ସେବନ କଲେ ଆମକୁ ବହୁ ସାଧାରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା କେଉଁ ସମସ୍ୟା ଦୂର କରିଥାଏ ଲବଙ୍ଗ। ୧) ଲବଙ୍ଗକୁ ପାଟିରେ ରଖି ଏହାକୁ ଚୁସିଲେ କାସରୁ ମୁକ୍ତି ମିଳିଥାଏ। ୨) ଲବଙ୍ଗକୁ ପାଟିରେ ଯାକି […]

CLOVE

CLOVE

Rakesh Mallick
  • Published: Friday, 09 June 2017
  • Updated: 09 June 2017, 09:23 PM IST

Sports

Latest News

ଲବଙ୍ଗ କେବଳ ମସଲା ଭାବେ ବ୍ୟବହାର କରାଯାଇ ନ ଥାଏ। ଏହାର ବହୁ ଔଷଧୀୟ ଗୁଣ ଥିବା ପ୍ରାୟ ସମସ୍ତେ ଜାଣିଛନ୍ତି। କାହିଁ କେଉଁ କାଳରୁ ଏହାକୁ ଆୟୁର୍ବେଦ ଔଷଧ ଭାବେ ବ୍ୟବହାର କରାଯାଇଛି। ପ୍ରତିଦିନ ଲବଙ୍ଗ ସେବନ କଲେ ଆମକୁ ବହୁ ସାଧାରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା କେଉଁ ସମସ୍ୟା ଦୂର କରିଥାଏ ଲବଙ୍ଗ।

୧) ଲବଙ୍ଗକୁ ପାଟିରେ ରଖି ଏହାକୁ ଚୁସିଲେ କାସରୁ ମୁକ୍ତି ମିଳିଥାଏ।

୨) ଲବଙ୍ଗକୁ ପାଟିରେ ଯାକି ରଖିଲେ ଦୁର୍ଗନ୍ଧ ଦୂର ହୋଇଥାଏ।

୩) ଲବଙ୍ଗ ତେଲକୁ ଏକ ସଫା କପଡାରେ ପକାଇ ଶୁଙ୍ଘିଲେ ସର୍ଦ୍ଦି ସମସ୍ୟା ଦୂର ହୋଇଥାଏ।  ନାକ ବନ୍ଦ ଥିଲେ ଖୋଲି ଯାଇଥାଏ।

୪) ଛାତି ଓ ପେଟରେ ଜଳାପୋଡା ହେଉଥିଲେ ଲବଙ୍ଗକୁ ପେଷ୍ଟ କରି ୧୦୦ ଏମ୍‌ଏଲ୍‌ ପାଣି ସହ ମିଶାଇ ପିଅନ୍ତୁ। ସମସ୍ୟା ଦୂର ହୋଇଯିବ।

୫) ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଲବଙ୍ଗ ତେଲକୁ ଲଗାଇ ମାଲିସ କରନ୍ତୁ। ଦରଜ ଖୁବଶୀଘ୍ର କମ ହୋଇଯିବ।

୬) ବାରମ୍ବାର ଶୋଷ ଲାଗୁଥିଲେ ଲବଙ୍ଗକୁ ପେଷ୍ଟ କରି ଉଷୁମ ପାଣି ସହ ମିଶାଇ ପିଅନ୍ତୁ। ଶୋଷ ଲାଗିବା କମିଯିବ।

୭) ଲବଙ୍ଗ ଓ ଚିରେଇତାକୁ ସମାନ ପରିମାଣରେ ପାଣି ମିଶାଇ ପେଷ୍ଟ କରି ପିଇଲେ ଜ୍ୱର ଭଲ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos