ରଙ୍ଗର ପ୍ରଭାବ, ଜାଣନ୍ତୁ  କେଉଁ ରଙ୍ଗ ଆପଣଙ୍କୁ ଖାପଖାଇବ

ଇନ୍ଦ୍ରଧନୁର ସାତରଙ୍ଗ ମୁଖ୍ୟ ହୋଇଥିଲେ ହେଁ ବର୍ତ୍ତମାନ ବିଭିନ୍ନ ରଙ୍ଗର ବ୍ୟବହାର ଦେଖିବାକୁ ମିଳୁଛି। କେତେକ କଳା ଓ ଧଳାକୁ ମିଶାଇ ୯ ରଙ୍ଗ କହିଥାନ୍ତି। ସେ ରଙ୍ଗ ମଧ୍ୟରୁ ମୁଖ୍ୟ ରଙ୍ଗ ହେଲା ତିନୋଟି ନୀଳ, ଲାଲ ଓ ପୀତ। ତାହା ସତ୍ତ୍ୱ,ରଜ ଓ ତମ, ବାତ, ପିତ ଓ କଫ ଏବଂ ଅ,ଉ,ମ। ଏହି ରଙ୍ଗର ନିର୍ବାଚନ ଆମ ଦୈନିନ୍ଦିନ ଜୀବନରେ ଆଣିଥାଏ ସୈାଭାଗ୍ୟ ଓ ଦୁର୍ଭାଗ୍ୟ। ବାସଗୃହର ରଙ୍ଗ ଠାରୁ ଯାନବାହାନ ,ପୋଷାକ […]

colour

Rakesh Mallick
  • Published: Saturday, 05 August 2017
  • , Updated: 10 September 2017, 05:09 PM IST

[caption id="attachment_156135" align="alignleft" width="160"] ଡଃ. ଚନ୍ଦ୍ରଶେଖର ଦାଶ[/caption]

ଇନ୍ଦ୍ରଧନୁର ସାତରଙ୍ଗ ମୁଖ୍ୟ ହୋଇଥିଲେ ହେଁ ବର୍ତ୍ତମାନ ବିଭିନ୍ନ ରଙ୍ଗର ବ୍ୟବହାର ଦେଖିବାକୁ ମିଳୁଛି। କେତେକ କଳା ଓ ଧଳାକୁ ମିଶାଇ ୯ ରଙ୍ଗ କହିଥାନ୍ତି। ସେ ରଙ୍ଗ ମଧ୍ୟରୁ ମୁଖ୍ୟ ରଙ୍ଗ ହେଲା ତିନୋଟି ନୀଳ, ଲାଲ ଓ ପୀତ। ତାହା ସତ୍ତ୍ୱ,ରଜ ଓ ତମ, ବାତ, ପିତ ଓ କଫ ଏବଂ ଅ,ଉ,ମ।

ଏହି ରଙ୍ଗର ନିର୍ବାଚନ ଆମ ଦୈନିନ୍ଦିନ ଜୀବନରେ ଆଣିଥାଏ ସୈାଭାଗ୍ୟ ଓ ଦୁର୍ଭାଗ୍ୟ। ବାସଗୃହର ରଙ୍ଗ ଠାରୁ ଯାନବାହାନ ,ପୋଷାକ ପରିଚ୍ଛେଦ ଓ ଗୃହର ଆସବାପତ୍ରର ରଙ୍ଗ କେଉଁ ରାଶିର ଲୋକଙ୍କ ପାଇଁ କେମିତି ହେବା ଆବଶ୍ୟକ ସେ ବିଷୟରେ ଆଜି କିଛି ଟିପ୍ସ।

  • ରାଶିଗ୍ରହ ଅନୁଯାୟୀ ଯଥା: ରବି- କମଳା ବା ନାରଙ୍ଗୀ ରଙ୍ଗ, ଚନ୍ଦ୍ର- ଧଳା, ମଙ୍ଗଳ- ଲାଲ, ବୁଧ- ଘନ ନୀଳ ଓ ସବୁଜ, ଶୁକ୍ର- ଧଳା ଓ ସୁନେଲି, ବୃହସ୍ପତି- ହଳଦିଆ, ରାହୁ-  କଳା, ଶନି- ବାଇଗଣୀ ଓ କେତୁ ବହୁରଙ୍ଗର ମିଶ୍ରିତ ରୂପ।
  • ବିଶେଷ କରି ବ୍ୟକ୍ତି ଅଭିଜ୍ଞ ଜ୍ୟୋତିଷଙ୍କର ପରାମର୍ଶରେ ଗ୍ରହ ଅନୁଯାୟୀ ଉପଯୁକ୍ତ ଘର, ଗାଡ଼ି, ବେଡ୍‌ସିଟ୍‌, ଡୋର୍‌ ସ୍କ୍ରିନ୍‌, ପୋଷାକ ପରିଚ୍ଛେଦ, ଏପରିକି ବ୍ୟାଗ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ରଙ୍ଗ ଚୟନ କରି ବ୍ୟବହାର କଲେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ।
  • ପୂର୍ବମୁଖ ଘର ଧଳା, ଦକ୍ଷିଣ ନୀଳ,ସବୁଜ, ପଶ୍ଚିମ- ଘନନୀଳ, ଉତ୍ତର ହଳଦିଆ ରଙ୍ଗ କଲେ ଘରର ବାସ୍ତୁ ଦୋଷ କଟିଯାଇଥାଏ। ଗୃହକର୍ତ୍ତା ଜନ୍ମରାଶି ଓ ନକ୍ଷତ୍ର ଅନୁଯାୟୀ ବେଡ୍ ରୁମର ରଙ୍ଗ କରିବା ଉଚିତ।
  • ଅସ୍ଥିର ମନ- ହଳଦିଆ, ପ୍ରାଣର ରଙ୍ଗ- ବାଇଗଣୀ ( ପ୍ରାଣକୁ ବିଶୁଦ୍ଧ କରିବା ପାଇଁ ସବୁଜ ରଙ୍ଗ), ପ୍ରେମ- ଗୋଲାପୀ, ଶ୍ୱେତ(ଧଳା )- ଶାନ୍ତି ପାଇଁ ବ୍ୟବହାର କଲେ ଉତ୍ତମ ଫଳ ମିଳିଥାଏ।
  • ଗାଢ଼ ନୀଳ- ଉଚ୍ଚତର ଆଧ୍ୟାତ୍ମିକ ମନର ପ୍ରତୀକ। ଏହି ରଙ୍ଗ ଶାନ୍ତି,  ଶୀତଳତା, ସହିଷ୍ଣୁତା, ଶୁଦ୍ଧତା, ସାତ୍ତ୍ୱିକ, ଓ ବୈରାଗ ଭାବ ବ୍ୟକ୍ତ କରେ।
  • ହଳଦିଆ- ମନ, ବୁଦ୍ଧି, ଜ୍ଞାନ ଓ ମାନସ ଚେତନାର ପ୍ରତୀକ। ଧ୍ୟାନ, ଆଧ୍ୟାତ୍ମିକତା ଓ ପ୍ରେମ ଭାବକୁ ବ୍ୟକ୍ତ କରେ।
  • ସୁନେଲି- ଉଚ୍ଚତର ସତ୍ୟର ପ୍ରକାଶ।
  • ଲାଲ ରଙ୍ଗ- ଦିବ୍ୟ ପ୍ରେମ, ଦେଶ ପ୍ରେମ ଓ ଉଦ୍ଦୀପନାର ରଙ୍ଗ।
  • ରଙ୍ଗ ଅନୁସାରେ ଗ୍ରହରତ୍ନ: ସୂର୍ଯ୍ୟ- ମାଣିକ୍ୟ (ଲାଲ୍), ଚନ୍ଦ୍ର- ମୁକ୍ତା, ଲାଲ ପ୍ରବାଳ- ମଙ୍ଗଳ, ବୁଧଙ୍କର- ପାନ୍ନା (ସବୁଜ), ବୃହସ୍ପତି- ପୋଖରାଜ (ହଳଦିଆ), ଶୁକ୍ର-ହୀରା, ଶନି-ନୀଳା, ରାହୁ- ଗୋମେଦ ଓ କୈଦୁର୍ଯ୍ୟ କେତୁଙ୍କର ରତ୍ନ ଅଟେ ।

ଶରୀରର ବିଭିନ୍ନ ଅଙ୍ଗ ନିମିତ୍ତ ନିର୍ଦ୍ଦିଷ୍ଟ ରଙ୍ଗ

ମସ୍ତିଷ୍କ-  ପୀତ ଓ ବାଇଗଣୀ ରଙ୍ଗ

ହୃଦୟ- ନାରଙ୍ଗୀ

ବୃକକ- ଘନନୀଳ

ଫୁସ୍‌ଫୁସ୍‌-ପୀତ (ହଳଦିଆ)

ପେଶୀ ସମୂହ- ଲାଲ୍

ଚର୍ମ- ଘନନୀଳ

ରକ୍ତ- ନାରଙ୍ଗୀ

ଚକ୍ଷୁ-  ଉଜ୍ଜଳ

କାମୋଦ୍ଦୀପକ- ଗୋଲାପୀ (ଯୌନ ସମ୍ବନ୍ଧୀୟ)

ଧ୍ୟାନରେ ବିଭିନ୍ନ ରଙ୍ଗର ମୂଲ୍ୟ: ହଳଦିଆ ରଙ୍ଗର ଧ୍ୟାନ କଲେ ହତାଶା, ନିରାଶା, ଭାବପ୍ରବଣତା ଏବଂ ନିଃସଙ୍ଗତା ଦୂର ହୁଏ।

  • ମାନସିକ ଶକ୍ତି ଲାଭ ନିମିତ୍ତ: ସୁନେଲି ରଙ୍ଗର ଧ୍ୟାନ- ଶ୍ରୀଜଗନ୍ନାଥଙ୍କର ସୁନାବେଶ, ତିରୁପତି ବାଲାଜୀଙ୍କର ସୁନାବେଶ,  ମହାଲକ୍ଷ୍ମୀଙ୍କର ସୁନା ବେଶର ରୂପକୁ ଧ୍ୟାନ କଲେ ଉତ୍ତମ ହେବ।
  • ସ୍ୱାସ୍ଥ୍ୟ ଏବଂ ସାମର୍ଥ ବୃଦ୍ଧି ପାଇଁ : ନାରଙ୍ଗୀ କିମ୍ବା ଗୋଲାପି ରଙ୍ଗର ଧ୍ୟାନ ବହୁତ ଲାଭ ଦେଇଥାଏ।
  • ଜୀବନରେ ସବୁ କ୍ଷେତ୍ରରେ ସଫଳତା ଏବଂ ଅଗ୍ରଗତି ଲାଭ ପାଇଁ ସବୁଜ ରଙ୍ଗର ଧ୍ୟାନ ଅତ୍ୟନ୍ତ ଉପଯୋଗୀ।
  • ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ପାଇଁ ଧଳା ରଙ୍ଗର ଧ୍ୟାନ ଆବଶ୍ୟକ।
  • ଅବଚେତନ ମନ, ପ୍ରାରବ୍ଧ ଓ ସ୍ନାୟୁ ମଣ୍ଡଳ ଉପରେ କର୍ତ୍ତୃତ୍ୱ ପାଇଁ କଳାରଙ୍ଗ ଆବଶ୍ୟକ। ଶ୍ରୀ ଜଗନ୍ନାଥଙ୍କ ମୁଖ, କାଳୀ ମୂର୍ତ୍ତି ଓ କୃଷ୍ଣଙ୍କର ରୂପ ଦର୍ଶନ ଓ ଧ୍ୟାନରେ ବିଶେଷ ଫଳ ମିଳିଥିବାର ପ୍ରମାଣ ରହିଛି।

ପ୍ରାଧ୍ୟାପକ, ଜନତା ମହାବିଦ୍ୟାଳୟ, କୁହୁଡ଼ି, ଖୋର୍ଦ୍ଧା
୯୪୩୭୧୦୯୭୬୧

 

Related story