ସାମାଜିକ ଦୂରତା ଆଇନ ପରିସରଭୁକ୍ତ ନୁହେଁ କମିଶନରେଟ ପୁଲିସ!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ଲକଡାଉନ୍ ବେଳେ ସାମୂହିକ ସମାବେଶ, ଧାର୍ମିକ ସମାବେଶ, ଭୋଜିଭାତ ସୀମିତ ଲୋକଙ୍କ ମଧ୍ୟରେ ଆୟୋଜନ କରିବାକୁ ନିୟମ ରହିଛି। କରୋନା ମହାମାରୀ ପାଇଁ ଏହି ନିୟମ କେନ୍ଦ୍ର ସରକାର ଜାରି କରିଛନ୍ତି। ଏହି ନିୟମ ସମସ୍ତଙ୍କ ପାଇଁ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ୱାନ କରିଥିଲେ। ଏହି ସଙ୍ଗୀତ ଯିଏ ଯେଉଁଠି ଥିବେ ଗାନ କରିପାରିବେ। କୌଣସି ଆୟୋଜନ […]

sundhasnu

Subhransu Sekhar
  • Published: Thursday, 04 June 2020
  • , Updated: 04 June 2020, 06:29 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ଲକଡାଉନ୍ ବେଳେ ସାମୂହିକ ସମାବେଶ, ଧାର୍ମିକ ସମାବେଶ, ଭୋଜିଭାତ ସୀମିତ ଲୋକଙ୍କ ମଧ୍ୟରେ ଆୟୋଜନ କରିବାକୁ ନିୟମ ରହିଛି। କରୋନା ମହାମାରୀ ପାଇଁ ଏହି ନିୟମ କେନ୍ଦ୍ର ସରକାର ଜାରି କରିଛନ୍ତି। ଏହି ନିୟମ ସମସ୍ତଙ୍କ ପାଇଁ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ୱାନ କରିଥିଲେ। ଏହି ସଙ୍ଗୀତ ଯିଏ ଯେଉଁଠି ଥିବେ ଗାନ କରିପାରିବେ। କୌଣସି ଆୟୋଜନ କିମ୍ୱା ସମାବେଶ ପାଇଁ କହିନଥିଲେ ମୁଖ୍ୟମନ୍ତ୍ରୀ।

ନବୀନଙ୍କ ଆହ୍ୱାନକୁ ସମସ୍ତେ ଗ୍ରହଣ କରି ପ୍ରତିଟି ଓଡ଼ିଆ କରୋନା ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ହେଲେ ଏହି ସଙ୍ଗୀତ ଗାନ କରିବାକୁ ଯାଇ ନିଜେ କମିଶନରେଟ୍ ପୁଲିସ କରୋନା ଗାଇଡ୍ ଲାଇନକୁ ଫୁ’ କରିଥିବା ଦେଖିବାକୁ ମିଳିଛି। ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଯାଇ କମିଶନରଟେ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ପୁଲିସ ଅଫିସର, ଅଭିନେତା ଓ ଅଭିନେତ୍ରୀଙ୍କ ଉପସ୍ଥିତି ଏହା ପ୍ରମାଣିତ କରିଛି। ବନ୍ଦେ ଉତ୍କଳ ଜନନୀ ଗାନ କରିବା ସମୟରେ କମିଶନରେଟ୍‌ ପୁଲିସ କାର୍ଯ୍ୟାଳୟ, କଳିଙ୍ଗ ଷ୍ଟାଡିୟମ ଓ ପୁରୀ ବଡ଼ଦାଣ୍ଡରେ ଅଂଶଗ୍ରହଣକାରୀମାନେ ଦୂରେଇ ଦୂରେଇ ଠିଆ ହୋଇଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ୫୦ରୁ ଯଥେଷ୍ଟ ଅଧିକ ଥିଲା। ଏହାକୁ ଦେଖି ଯଦି କାଲି ବାହାଘର ଉତ୍ସବ ବା ରାଜନୀତିକ ସମାବେଶରେ ସାମାଜିକ ଦୂରତା ମାନି ୫୦ରୁ ଅଧିକ ଲୋକଙ୍କ ଗହଳି ଲାଗେ ତେବେ ତାହା ନିୟମ ଉଲ୍ଲଙ୍ଘନ ହେବ କି ନାହିଁ ତାହା କିଏ ବୁଝିବ?

ଖାଲି କମିଶନରେଟ୍ ପୁଲିସ୍ ନୁହଁ କଳିଙ୍ଗ ଷ୍ଚାଡିୟମ, ପୁରୀ ବଡ଼ଦାଣ୍ଡରେ ଅନେକ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବାର ଦେଖିବାକୁ ମିଳିଛି। କରୋନା ଗାଇଡ୍ ଲାଇନକୁ କାର୍ଯ୍ୟକାରୀ କରିବାରେ ଯେଉଁ ପୁଲିସର ଦାୟିତ୍ୱ ରହିଛି ସେହି ଦାୟିତ୍ୱକୁ କମିଶନରେଟ ପୁଲିସ ଏବଂ ତାର ମୁଖିଆ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ନିଜେ ଆଇନ୍ ଉଲ୍ଲଘଂନ କରିଥିବା ଦେଖିବାକୁ ମିଳିଛି। ପୁଲିସ କାର୍ଯ୍ୟାଳୟରେ କଳାକାର, ପୂର୍ବତନ ବିଧାୟକଙ୍କ ଉପସ୍ଥିତ ରହିବାର ଉଦ୍ଦେଶ୍ୟ କ'ଣ? ସେହିପରି କଳିଙ୍ଗ ଷ୍ଟାଡିୟମରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଯାଇ ସଚିବ, ଖେଳାଳି ଓ କଳାକାର ଉପସ୍ଥିତ ରହିବା କେତେ ଯୁକ୍ତିଯୁକ୍ତ?

ଯଦି ଆଗାମୀ ଦିନରେ କମିଶନରେଟ ପୁଲିସର ଏଭଳି କାର୍ଯ୍ୟକ୍ରମକୁ ଅନୁସରଣ କରି କୌଣସି ନେତା, ସଂସ୍ଥା କିମ୍ୱା ବ୍ୟକ୍ତି ସମାବେଶ, ବାହାଘର କରନ୍ତି ତା’ହେଲେ କ’ଣ କମିଶନରେଟ ପୁଲିସ ଅନୁମତି ଦେବ?

ଯଦି ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱଇଛାରେ ଜୋରିମାନା ଦେଲେ ଏବେ କମିଶନରେଟ୍ ପୁଲିସ ଏବଂ ପୁରୀ ପ୍ରଶାସନ କାହିଁକି ଜୋରିମାନା ନେଦେବ?

କହିରଖୁଛୁ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର। ଏହାସହ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ଆର୍ଥିକ ଜୋରିମାନା ଧାର୍ଯ୍ୟ କରିଥିଲେ ସରକାର।

ମହାମାରୀ ଆଇନ-୧୯୮୭ରେ ସଂଶୋଧନ କରି କୋଭିଡ୍‌-୧୯ ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତବିଶେଷ ଓ ସଂସ୍ଥା ବିରୁଦ୍ଧରେ ଦଣ୍ଡନୀୟ ଅପରାଧ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବାଧିକ ୨ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜୋରିମାନା ଅବା ପୁଣି କେବଳ ଅଧିକ ଟଙ୍କାର ଜୋରିମାନା ଦେବାକୁ ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ।

Related story