ପଢ଼ନ୍ତୁ ପ୍ରଧାନମନ୍ତ୍ରୀ ଓ ଲତା ମଙ୍ଗେଶକରଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା ବାର୍ତ୍ତାଳପ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ। ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି । ଲତା: ପ୍ରଣାମ! […]

modi1

modi1

Jitendra Garnayak
  • Published: Sunday, 29 September 2019
  • Updated: 29 September 2019, 04:48 PM IST

Sports

Latest News

ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଗତକାଲି ଥିଲା ତାଙ୍କ ଜନ୍ମଦିନ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବା ପୂର୍ବରୁ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ଯାହା କଥାବାର୍ତ୍ତା ହୋଇଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌କୀ ବାତ୍‌’ରେ ଶୁଣିବାକୁ ମିଳିଥିଲା। ତା’ହେଲେ ପଢ଼ନ୍ତୁ ସେମାନଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ।

ମୋଦି: ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦି କହୁଛି ।
ଲତା: ପ୍ରଣାମ!
ମୋଦି: ମୁଁ ଏଥିପାଇଁ ଫୋନ୍‌ କରିଛି, କାରଣ ଏଥର ଆପଣଙ୍କ ଜନ୍ମଦିନ...
ଲତା: ହଁ, ହଁ
ମୋଦି: ମୁଁ ଉଡ଼ାଜାହାଜରେ ଯାତ୍ରା କରୁଛି ।
ଲତା: ଭଲ କଥା ।
ମୋଦୀ: ଭାବିଲି,ଯିବା ଆଗରୁ ହିଁ ...
ଲତା: ହଁ ହଁ ।
ମୋଦି: ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଆଗୁଆ ଅଭିନନ୍ଦନ ଜଣାଉଛି। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ। ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ। କେବଳ ଏତିକି ପ୍ରାର୍ଥନା । ଆପଣଙ୍କୁ ପ୍ରଣାମ କରିବା ପାଇଁ ମୁଁ ଆମେରିକା ଯିବା ଆଗରୁ ହିଁ ଆପଣଙ୍କୁ ଫୋନ୍‌ କରିଦେଲି ।
ଲତା: ଆପଣଙ୍କ ଫୋନ ଆସିବ – ଏ କଥା ଶୁଣି ମୁଁ ଖୁବ୍ ଆତୁର ଥିଲି । ଆପଣ କେବେ ଫେରିବେ?
ମୋଦି: ମୁଁ ୨୮ ତାରିଖ ବିଳମ୍ବିତ ରାତିରେ ଓ ୨୯ ତାରିଖ ସକାଳୁ ପହଞ୍ଚିବି। ଆଉ ସେତେବେଳକୁ ଆପଣଙ୍କ ଜନ୍ମଦିନ ଚାଲିଯାଇଥିବ ।
ଲତା: ଆଚ୍ଛା ଆଚ୍ଛା । ଜନ୍ମଦିନ କ’ଣ ପାଳନ କରିବି, କେବଳ ଘରେ ହିଁ ସମସ୍ତଙ୍କ ସହ ...
ମୋଦି: ଦିଦି, ଦେଖନ୍ତୁ, ମୋତେ ତ ...
ଲତା: ଆପଣଙ୍କ ଆଶୀର୍ବାଦ ମିଳନ୍ତା...
ମୋଦୀ: ଆରେ, ଆମେ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ। ଆପଣ ତ ଆମଠାରୁ ବଡ଼।
ଲତା: ବୟସରେ ତ ବହୁତ ଲୋକ ବଡ଼ ହୋଇଥା’ନ୍ତି, କିନ୍ତୁ ନିଜ କାମକୁ ନେଇ ଯିଏ ବଡ଼ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ଖୁବ ବଡ଼ କଥା।
ମୋଦି: ଦିଦି, ଆପଣ ବୟସରେ ବି ବଡ଼, ଆଉ କାମରେ ବି ବଡ଼। ଆଉ, ଆପଣ ଯେଉଁ ସଫଳତା ହାସଲ କରିଛନ୍ତି, ତା’ନିଜ ସାଧନା ଆଉ ତପସ୍ୟା ବଳରେ ପାଇଛନ୍ତି ।
ଲତା: ଆଜ୍ଞା, ମୁଁ ତ ଭାବୁଛି, ଇଏ ମୋ ପିତା-ମାତାଙ୍କ ଆଶୀର୍ବାଦ ଆଉ ମୋ ଶ୍ରୋତାମାନଙ୍କ ଆଶୀର୍ବାଦ। ମୁଁ କିଛି ନୁହେଁ।
ମୋଦି: ଆଜ୍ଞା, ଆପଣଙ୍କର ଏଇ ନମ୍ରତା ହିଁ ଆମ ନୂଆ ପିଢ଼ିର ସମସ୍ତଙ୍କ ପାଇଁ ବହୁତ ବଡ଼ ଶିକ୍ଷା। ଆମ ପାଇଁ ବହୁତ ବଡ଼ ପ୍ରେରଣା। ଜୀବନରେ ଆପଣ ଏତେ ସବୁ ହାସଲ କରିବା ପରେ ମଧ୍ୟ ପିତା-ମାତାଙ୍କ ସଂସ୍କାର ଆଉ ନମ୍ରତାକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି।
ଲତା: ଆଜ୍ଞା ।
ମୋଦି: ଆଉ ମୋତେ ଖୁସି ଲାଗେ, ଯେତେବେଳେ ଗର୍ବର ସହ ଆପଣ କହନ୍ତି ଯେ, ମା’ ଗୁଜରାଟୀ ଥିଲେ... ଲତା: ଆଜ୍ଞା ।
ମୋଦି: ଆଉ ମୁଁ ଯେବେ ବି ଆପଣଙ୍କ ପାଖକୁ ଯାଇଛି...
ଲତା: ଆଜ୍ଞା..
ମୋଦି: ଆପଣ ମୋତେ କିଛି ନା କିଛି ଗୁଜରାଟୀ ବ୍ୟଞ୍ଜନ ଖୁଆଇଛନ୍ତି ।
ଲତା: ଆଜ୍ଞା। ଆପଣ କ’ଣ, ତାହା ଆପଣ ନିଜେ ଜାଣିନାହାନ୍ତି। ମୁଁ ଜାଣିଛି ଯେ, ଆପଣଙ୍କ ଆସିବାରୁ ଭାରତର ଚିତ୍ର ବଦଳୁଛି। ଆଉ,ସେଥିରେ ମୋତେ ବହୁତ ଖୁସି ଲାଗୁଛି। ବହୁତ ଭଲ ଲାଗୁଛି।
ମୋଦି: ହଉ ଦିଦି, ଆପଣଙ୍କ ଆଶୀର୍ବାଦ ରହିଥାଉ। ସମଗ୍ର ଦେଶ ଉପରେ ଆପଣଙ୍କ ଆଶୀର୍ବାଦ ରହିଥାଉ। ଆମ ଭଳି ଲୋକ କିଛି ନା କିଛି ଭଲ କାମ କରୁଥା’ନ୍ତୁ । ମୋତେ ଆପଣ ସବୁବେଳେ ପ୍ରେରଣା ଦେଇଛନ୍ତି। ଆପଣଙ୍କ ଚିଠିଗୁଡ଼ିକ ବି ମୋତେ ମିଳୁଛି। ଆପଣଙ୍କର କିଛି ନା କିଛି ଉପହାର ମଧ୍ୟ ମୋତେ ମିଳୁଛି। ଏ ଯେଉଁ ଆନ୍ତରିକତା, ଯେମିତି ଗୋଟିଏ ପାରିବାରିକ ସମ୍ପର୍କ ରହିଛି, ତାହା ମୋତେ ବିଶେଷ ଆନନ୍ଦ ଦେଉଛି।
ଲତା: ଆଜ୍ଞା ଆଜ୍ଞା । ନା! ମୁଁଆପଣଙ୍କୁ ଅଧିକ କଷ୍ଟ ଦେବାକୁ ଚାହୁଁନି। କାରଣ, ମୁଁ ଦେଖୁଛି, ଜାଣୁଛି, ଆପଣଙ୍କର କେତେ କାମ ରହୁଛି, ଆପଣ କେତେ ବ୍ୟସ୍ତ ରହୁଛନ୍ତି। କେତେ କ’ଣ ଭାବିବାକୁ ପଡ଼ୁଛି। ଆପଣ ଯେତେବେଳେ ଯାଇ ନିଜ ମା’ଙ୍କ ପାଦ ଛୁଇଁ ଆସିଲେ,ଏହାଦେଖି ମୁଁ ମଧ୍ୟ ଜଣଙ୍କୁ ତାଙ୍କ ପାଖକୁ ପଠାଇ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲି।
ମୋଦି: ହଁ, ମୋ ମା’ଙ୍କର ସେ କଥା ମନେ ଥିଲା। ସେ ମୋତେ କହୁଥିଲେ।
ଲତା: ଆଜ୍ଞା ।
ମୋଦୀ: ହଁ ।
ଲତା: ସେ ଫୋନରେ ଯେତେବେଳେ ମୋତେ ଆଶୀର୍ବାଦ କଲେ, ମୋତେ ଖୁବ୍ ଭଲ ଲାଗିଲା ।
ମୋଦି: ଆପଣଙ୍କ ସ୍ନେହ ପାଇ ମୋ ମା’ ବି ଖୁବ ଖୁସି ଥିଲେ ।
ଲତା: ଆଜ୍ଞା ।
ମୋଦି: ଆପଣ ସବୁବେଳେ ମୋ କଥା ଚିନ୍ତା କରୁଛନ୍ତି। ସେଥିପାଇଁ ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ। ମୁଁ ପୁଣି ଥରେ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଦେଉଛି ।
ଲତା: ଆଜ୍ଞା ।
ମୋଦି: ଏଥର ମୁମ୍ବାଇ ଯାଇଥିଲି, ଇଚ୍ଛା ହେଉଥିଲା, ନିଜେ ଯାଇ ଆପଣଙ୍କୁ ଦେଖାକରିବି।
ଲତା: ଆଜ୍ଞା, ନିଶ୍ଚୟ ।
ମୋଦି: କିନ୍ତୁ ସମୟ ଏତେ କମ୍ ଥିଲା ଯେ, ମୁଁଆସିପାରିଲିନି ।
ଲତା: ଆଜ୍ଞା ।
ମୋଦି: କିନ୍ତୁ ମୁଁ ଖୁବ କମ୍ ଦିନରେ ଯିବି ।
ଲତା: ଆଜ୍ଞା ।
ମୋଦି: ଆଉ, ଘରେ ପହଞ୍ଚି ଆପଣଙ୍କ ହାତ ରନ୍ଧା କିଛି ଗୁଜରାଟୀ ଖାଦ୍ୟ ଖାଇବି ।
ଲତା: ଆଜ୍ଞା, ନିଶ୍ଚୟ,ନିଶ୍ଚୟ,ନିଶ୍ଚୟ । ଇଏ ତ ମୋର ସୌଭାଗ୍ୟ ହେବ ।
ମୋଦୀ: ପ୍ରଣାମ ଦିଦି ।
ଲତା: ପ୍ରଣାମ ।
ମୋଦି: ଆପଣଙ୍କୁ ଅନେକ ଶୁଭକାମନା।
ଲତା: ବହୁତ ବହୁତ ପ୍ରଣାମ।
ମୋଦି: ପ୍ରଣାମ ଆଜ୍ଞା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos